କୋଣାର୍କ,୮।୧୦(ଆପ୍ର) କୋଣାର୍କ ମାଧିପୁର ଛକରେ ଏକ ଇ-ବାଇକ ସୋ’ ରୁମ ନିଆଁ ଲାଗି ଜଳିଯାଇଛି। ସୋ’ରୁମରେ ଗୋଟିଏ ବାଇକ ଚାର୍ଜ ସମୟରେ ବିସ୍ଫୋରଣ ହୋଇଥିଲା। ସଙ୍ଗେ ସଙ୍ଗେ ଅନ୍ୟ ବାଇକକୁ ନିଆଁ ବ୍ୟାପି ହୁତୁହୁତୁ ହୋଇ ଜଳିଥିଲା। ତେବେ ନିଆଁ ଲାଗିବା ସମୟରେ ସୋ’ ରୁମ ମାଲିକ ଓ କର୍ମଚାରୀ ଭୟରେ ବାହାରକୁ ଦୌଡି ପଳାଇ ଆସିଥିଲେ। ପ୍ରାୟ ଏକ ଘଣ୍ଟା ଧରି ନିଆଁ ଲାଗି ସୋ’ ରୁମ ଜଳିଥିଲା। ଖବରପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇ ଥିଲେ। ସୋ’ ରୁମରେ ଥିବା ୨୫ଟି ବାଇକ ଜଳିଯାଇଛି। ଏଥି ଯୋଗୁ ଦୀର୍ଘ ସମୟ ଧରି ଟ୍ରାଫିକ ସମସ୍ୟା ଉପୁଜିଥିଲା।