ଭୁବନେଶ୍ବର ୧୮।୧ କୋଲକାତାରେ ଓଡ଼ିଶା ନିବେଶକ ସମ୍ମିଳନୀ ରୋଡଶୋ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନିଜ ଏକ୍ସ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି। ଓଡ଼ିଶାକୁ ପୂର୍ବ ଭାରତର ଏକ ପ୍ରମୁଖ ଅଭିବୃଦ୍ଧି ଇଞ୍ଜିନ ଭାବରେ ସ୍ଥାନ ପାଇବ । ଏଥିସହ ଐତିହାସିକ ନିବେଶ ଗତିକୁ ଅଧିକ କ୍ରୀୟାଶୀଳ କରାଯାଇଛି ବୋଲି ଉଲ୍ଲେଖ କରିଛନ୍ତି।
୧୩୦ଟି ଉଚ୍ଚସ୍ତରୀୟ ଶିଳ୍ପ ବୈଠକ ଓ ୪ଟି ଗୋଲଟେବୁଲ ଆଲୋଚନା କରାଯାଇଥିଲା। ଏହି ନିବେଶକ ସମ୍ମିଳନୀରେ ଏକ ଲକ୍ଷ କୋଟି ଟଙ୍କାର ନିବେଶ ସମ୍ଭାବନା ସୃଷ୍ଟି ହୋଇଛି। ଏଥିରେ ୨୭ଟି ବୁଝାମଣାପତ୍ର ସ୍ବାକ୍ଷର ହୋଇଥିଲା। ଏଥିରେ ମୋଟ ୮୧,୮୬୪ କୋଟି ଟଙ୍କାର ନିବେଶ ହେବ। ସେହିପରି ୧୯ଟି କମ୍ପାନୀ ନିବେଶ ପାଇଁ ସମ୍ମତି ଦେଇଥିଲେ। ୧୮,୪୫୩ କୋଟି ଟଙ୍କା ନିବେଶ କରିବେ ବୋଲି ପ୍ରସ୍ତାବ ଦେଇଥିଲେ। ଏହି ନିବେଶ ଫଳରେ ୯୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହା ୨୦୩୬-୨୦୪୭ ପର୍ଯ୍ୟନ୍ତ ଓଡିଶାର ଯାତ୍ରାକୁ ତ୍ବରାନ୍ବିତ କରିବ। ପୂର୍ବ ଭାରତରେ ଶିଳ୍ପ ଅଭିବୃଦ୍ଧିର ପରବର୍ତ୍ତୀ ପର୍ଯ୍ୟାୟରେ ଓଡ଼ିଶା ସହ ସଂଯୋଜକ ହେବ।
ଏଥିରେ ୫୦୦ରୁ ଉଦ୍ଧ୍ବ ଶିଳ୍ପପତିଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଏକ ମୂଲ୍ୟଯୁକ୍ତ, ଉନ୍ନତ ଉତ୍ପାଦନ କେନ୍ଦ୍ରରେ ପରିଣତ କରିବା ଉପରେ ଆଲୋକପାତ କରିଥିଲେ। ଦୃଢ଼ ଆର୍ଥିକ ମୌଳିକତା, ସ୍ଥିର ନୀତି, ଦକ୍ଷ ମାନବସମ୍ବଳ ଏବଂ ବନ୍ଦର-କେନ୍ଦ୍ରିତ ଭିତ୍ତିଭୂମି ସମ୍ପର୍କରେ କହିଥିଲେ।
Hon’ble CM Shri @MohanMOdisha led the Odisha Investors’ Meet Roadshow in Kolkata, positioning Odisha as a key growth engine of Eastern India and catalyzing landmark investment momentum.
— CMO Odisha (@CMO_Odisha) January 17, 2026
✅ ₹1 lakh+ crore investment potential unlocked
✅ 4 sectoral roundtables & 130+ high-level… pic.twitter.com/p31D8APLom