ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

୩ ରଥରେ ୨୭ ପାର୍ଶ୍ୱଦେବତା ସ୍ଥାପନ, ଆଜି ବୁଲିବ ଠେକରା ବାଡ଼

Published By : Rasmita Pradhan | June 25, 2025 9:14 AM

ପୁରୀ,୨୫/୦୬ : ଆଉ ମାତ୍ର ଦିନକ ପରେ ରଥକୁ ବିଜେ ହେବ ଆଜ୍ଞା ମାଳ। ଏଣୁ ରଥ ନିର୍ମାଣରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର। ମଙ୍ଗଳବାର ରଥରେ ପାଶ୍ୱର୍ଦେବତାଙ୍କୁ ସ୍ଥାପନ କରାଯାଇଛି । ୩ ରଥରେ ୨୭ ପାର୍ଶ୍ୱଦେବାଦେବୀ ବିଜେ ହୋଇଛନ୍ତି । ରଥରେ ପ୍ରଥମେ ଶିଖରଡମ୍ୱରୁ ଲଗାଗଲା । ସେଥିରେ ପାର୍ଶ୍ୱଦେବାଦେବୀଙ୍କୁ ସ୍ଥାପନ କରାଗଲା । ବୁଧବାର ରଥରେ ଠେକରା ବାଡ଼ ବୁଲିବ। ଏନେଇ ଦେବଦଳନ ରଥ ମୁଖ୍ୟ ବିଶ୍ୱକର୍ମା ନାରାୟଣ ମହାରଣା ସୂଚନା ଦେଇଛନ୍ତି । 

କୋଠସୁଆଁସିଆ ସେବକମାନେ ରଥରେ କନା ମଣ୍ଡଣି କାର୍ଯ୍ୟରେ ଲିପ୍ତ ଅଛନ୍ତି। ଏହାପରେ ସେମାନେ ପିତ୍ତଳ ସାଜ ଲଗାଇବେ । ରଥର ବ୍ରେକ୍‌ ମରାମତି ଜାରି ରହିଛି । ବ୍ରେକ୍‌ କାଠର ଖତରା ଅଂଶ ହଣା ଯାଇ ନୂଆ କାଠ ଯୋଡ଼ି ସେଥିରେ ରବର ପ୍ଲେଟ୍‌ ଦେଇ ଲୁହା କଣ୍ଟା ବାଡ଼ିଆ ଯାଉଛି । ରଥରେ ଧ୍ୱଜବତା ଲଗା ସରିଛି । ଦୁଆରଘଡ଼ା ଉପରେ ଲାଗିଥିବା ଧ୍ୱଜବତାରେ ଲାଗିବ ରଥ ଆଜ୍ଞାମାଳ । ଅଶ୍ୱ ଲାଗିବା ପାଇଁ ଇଶ ଓ ଜୁଆଳି ପ୍ରସ୍ତୁତ । ପୂର୍ବରୁ ରଥ ସମ୍ମୁଖରେ ଚାରପରିଛା କାଠ ଲାଗିଥିଲା । ଏହା ଉପରେ ଦୁଇଟି ଇଶ ଲାଗିବ । ଇଶର ବେକରେ ଜୁଆଳି ଲାଗିବ । ଜୁଆଳିରେ ଅଶ୍ୱଙ୍କୁ ଲଗାଯିବ । ୩ ରଥର ୧୨ ଅଶ୍ୱଙ୍କୁ ରଙ୍ଗ ଦେଇ ପ୍ରସ୍ତୁତ କରୁଛନ୍ତି ଚିତ୍ରକର । 

ସେପଟେ ରଥ ସିଂହାସନ କାମ ଶେଷ ପର୍ଯ୍ୟାୟରେ । ବିଶ୍ୱକର୍ମାମାନେ ପଟା ବାଡ଼େଇ ସିହାଂସନ ବୁଜିଛନ୍ତି । ପୂର୍ବରୁ ଧମକ ଉପରେ ଜଗତପୃଷ୍ଠଶେଣୀ ରଖିଥିଲେ । ତା’ଉପରେ ପଟା ପଡ଼ି ସିଂହାସନ ପରିଛା ପଡ଼ିଲା । ଏହାପରେ ପଟା ପଡ଼ି ଚକା ପଡିବ । ଚକା ବେଦିରେ ଠାକୁରେ ଅଧିଷ୍ଠିତ ହେବେ । ବେଦି ପଛପଟେ ରହିବ ପ୍ରଭା । ପ୍ରଥମେ ବିଶ୍ୱକର୍ମାମାନେ ପ୍ରଭା ତିଆରି କରିଛନ୍ତି । ରୂପକାରମାନେ ସେଥିରେ କିର୍ତ୍ତୀମୁଖ ଓ ଉଭୟ ପାର୍ଶ୍ୱରେ ମଗରମୁଣ୍ଡ ଖୋଦେଇ କରିଛନ୍ତି । ଗତକାଲି ଚିତ୍ରକରମାନେ ପ୍ରଭାରେ ରଙ୍ଗ କାର୍ଯ୍ୟ ଶେଷ କରିଛନ୍ତି । ପ୍ରଭା ସ୍ଥାପନ ପରେ ଚକା ସିଂହାସନ ପଡ଼ିଲେ ନିର୍ମାଣକାରୀଙ୍କ ରଥ ନିର୍ମାଣ କାର୍ଯ୍ୟ ସରିବ । ସିଂହାସନ ଉପରେ କନକମୁଣ୍ଡି କାମ ହୋଇଛି । ଏବେ କନକମୁଣ୍ଡିରେ ପିତଳ ଚାଦର ବୁଲିବ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.