ପ୍ରମୂଖ ଖବର
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ପକ୍ଷାଘାତ ରୋଗୀଙ୍କ ଆକାଉଣ୍ଟରୁ ୨୭ ହଜାର ଟଙ୍କା ଗାଏବ

Published By : Suraj Kumar | July 10, 2025 6:20 PM

ଦଶମନ୍ତପୁର, ୧୦/୭:  କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ସଦର ମହକୁମା ସ୍ଥିତ ବ୍ଲକ କଲୋନୀ ପାଖରେ ରହୁଥିବା ଜଣେ ପକ୍ଷାଘାତ ରୋଗୀଙ୍କ ଆକାଉଣ୍ଟରୁ ୨୭ ହଜାର ୪୦୦ ଟଙ୍କା ଗାଏବ । ଏ ନେଇ ପକ୍ଷାଘାତ ରୋଗୀ ବୃଦ୍ଧା ଚନ୍ଦ୍ରାବତି  ବ୍ୟାଙ୍କରେ ଅଭିଯୋଗ କରିଛନ୍ତି।

ବୃଦ୍ଧାଙ୍କ ଏକମାତ୍ର ଝିଅ ପଦ୍ମା ସୁବୁଦ୍ଧିଙ୍କ କହିବା ଅନୁଯାୟୀ   ବୃଦ୍ଧାଙ୍କ ସ୍ବାମୀ ଆର ପାରିକି ଚାଲିଗଲା ପରେ ମା’ ଓ ଝିଅ  କୁଲି ବୃତ୍ତି କରି କଷ୍ଟେ ମଷ୍ଟେ ଘର ଚଳୁଥିଲେ। ବୃଦ୍ଧା ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ  ଜମା ଖାତା ଖୋଲି ସେଥିରେ ୨୭ ହଜାର ୪୦୦ ଭତ୍ତା ଟଙ୍କା ଜମା ରଖି ଥିଲେ। ଗତ କିଛି ମାସ ତଳେ ବୃଦ୍ଧା ଜଣକ ପକ୍ଷାଘାତ ରୋଗ ରେ ପୀଡ଼ିତ ହୋଇ ଥିଲେ। କିଛି ମାସ ପର୍ଯ୍ୟନ୍ତ ବ୍ୟାଙ୍କ୍ କାରବାର ବନ୍ଦ କରି ଦେଇଥିଲେ।କିଛି ଦିନ ପରେ  ଟଙ୍କା ଉଠାଇବା ଲାଗି  କ୍ୟାସିୟରକୁ ଜମା ଖାତା ଦେଖାଇଥିଲେ। ଏଥିରେ ଥିବା ତାଙ୍କ ଜମା ଖାତା ରୁ ଯିରୋ ବାଲାନ୍ସ ଦେଖିବାକୁ ପାଇ ଥିଲେ। ତାଙ୍କ ଜମା ଖତାରୁ କେହି ଟଙ୍କା ଉଠାଇ ନେଇ ଯାଇ ଥିବା ଜାଣିବାକୁ ପାଇଥିଲେ।

ଏହା ପରେ ବ୍ୟାଙ୍କ୍ ଶାଖା ପରିଚାଳକ ଙ୍କୁ ଜମା ଖାତା ରୁ ଟଙ୍କା ନେଲା କିଏ ବୋଲି ପଚାରି ବୁଝିଥିଲେ। ଏଥିରେ ଶାଖା ପରିଚାଳକ ବୃଦ୍ଧାଙ୍କ ଝିଅକୁ ଜଣାଇଥିଲେ ଯେ, ଦୀର୍ଘ ମାସ ଧରି ବ୍ୟାଙ୍କରେ ଟଙ୍କା ଦେଣ ଲେଣ ନ ହେଲେ, ମନକୁ ମନ ଉପରିସ୍ଥ ବ୍ୟାଙ୍କ ଶାଖାକୁ ଟଙ୍କା ଫେରି ଯିବ। କାରଣ ଏହି ବ୍ୟାଙ୍କ୍ ଖାତା ଧାରି ଆଉ ନ ଥିବେ ଭାବି ବାଲାନ୍ସ ଜିରୋ କରି ଦେବ ‌। ତେବେ  ଆଧାର କାର୍ଡ , ବ୍ୟାଙ୍କ୍ ଜମା ଖାତା ସହିତ, ଅନ୍ୟାନ୍ୟ କାଗଜପତ୍ର ଦେଇ ଆବେଦନ କଲେ ବ୍ୟାଙ୍କ୍ ଠାରୁ ପୁଣି ତୁମ ଜମା ଖାତାକୁ ଟଙ୍କା ଫେରିବ ବୋଲି କହିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.