ପ୍ରମୂଖ ଖବର
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

କେନ୍ଦ୍ରାପଡ଼ାରେ ୮ ମାସରେ ୨୮ ହତ୍ୟାକାଣ୍ଡ, ୪୮ ଦୁଷ୍କର୍ମ ଓ ୫ ଗଣଦୁଷ୍କର୍ମ, ଯୌତୁକ ଜୁଇରେ ଜଳିଛନ୍ତି ୯

Published By : Prameya | March 26, 2025 12:24 AM

କେନ୍ଦ୍ରାପଡ଼ା,୨୫/୩ : କେନ୍ଦ୍ରାପଡ଼ା ଜିଲ୍ଲାରେ ଗତ ୮ ମାସ ମଧ୍ୟରେ ଆଖି ତରାଟି ଦେବାଭଳି ସଙ୍ଗିନ ଅପରାଧ ଘଟିଛି । ୨୦୨୪ ମସିହାଜୁନ୍‌ ୧୦ରୁ ୨୦୨୫ ଫେବ୍ରୁଆରୀ ୨୮ ତାରିଖ ପର୍ଯ୍ୟନ୍ତ ୨୮ଟି ହତ୍ୟାକାଣ୍ଡ ସଂଘଟିତ ହୋଇଛି ।ଯୌତୁକ ଜୁଇରେ ୯ ମହିଳାଙ୍କ ଜୀବନ ଯାଇଛି ।୪୮ଟି ବଳାତ୍କାର ଓ ୫ଟି ଗଣବଳାତ୍କାର ଭଳିଅଭିଯୋଗ ହୋଇଛି । ୧୭ ଜଣ ନାବାଳିକାଙ୍କୁବଳାତ୍କାର କରାଯାଇଛି । ୧୪୨ଟି ଯୌତୁକନିର୍ଯାତନା ଅଭିଯୋଗ ହୋଇଥିବା ବେଳେ ୧୩୮ଟିଅଣଯୌତୁକ ଜନିତ ନିର୍ଯାତନା ସଂକ୍ରାନ୍ତ ମାମଲାରୁଜୁ ହୋଇଥିବା ସରକାରୀ ତଥ୍ୟରୁ ସୂଚନା ମିଳିଛି ।ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ପ୍ରଶ୍ନର ଉତ୍ତରଦେବାକୁ ଯାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀବିଧାନସଭା ଗୃହରେ ରାଜ୍ୟର ଅନ୍ୟ ଅଞ୍ଚଳ ସମେତକେନ୍ଦ୍ରାପଡ଼ା ଜିଲ୍ଲା ସଂକ୍ରାନ୍ତ ଏହି ତଥ୍ୟ ରଖିଛନ୍ତି ।୨୦୨୫ ମସିହା ପ୍ରାରମ୍ଭରୁ ଅର୍ଥାତ୍‌ ନୂଆବର୍ଷଦିନ ପ୍ରଥମ ହତ୍ୟା ଅଭିଯୋଗ ଆସିଥିଲା ।କେନ୍ଦ୍ରାପଡ଼ା ସଦର ଥାନା ଅଧୀନ ବିରସ୍ୱତୀ ଗ୍ରାମରକାହ୍ନୁଚରଣ ନାଥ ଓରଫ କାଳିଆ (୪୮)ଙ୍କୁ ଘରୁଭୋଜିଭାତ କରିବାକୁ ଡାକି ନେଇ ହତ୍ୟା କରିପୋଖରୀରେ ଫିଙ୍ଗି ଦିଆଯାଇଥିବା ଥାନାରେଅଭିଯୋଗ ହୋଇଥିଲା । ଡିସେମ୍ବର ୩୧ ତାରିଖରାତି ପ୍ରାୟ ସାଢ଼େ ୧୧ଟା ବେଳେ ବାଜିଆ ଓଅନ୍ୟ ଜଣେ ଯୁବକ କାଳିଆଙ୍କୁ ଡାକିବା ପାଇଁତାଙ୍କ ଘରକୁ ଆସିଥିଲେ । ସେଠାରେ ପୁରୁଣାହିସାବପତ୍ରକୁ ନେଇ ବଚସା ହୋଇଥିଲା । ପରେସେମାନେ ନୂଆବର୍ଷ ଭୋଜିଭାତ କରି ଖାଇବେବୋଲି କହି କାଳିଆଙ୍କୁ ଘରୁ ଡାକି ନେଇଥିଲେ ।ରାତି ଗଡ଼ିଯାଇଥିଲେ ମଧ୍ୟ କାଳିଆ ଘରକୁଫେରିନଥିଲେ । ବହୁ ଖୋଜାଖୋଜି କରିବାପରେ ତାଙ୍କର କୌଣସି ସନ୍ଧାନ ମିଳିନଥିଲା ।

ତାଙ୍କ ମୋବାଇଲ ଫୋନ୍‌କୁ ରିଂ କରିଥିଲେ ମଧ୍ୟସେ ଫୋନ୍‌ ଧରିନଥିଲେ । ତେବେ ଗାଁ ପାଖ ଏକପରିତ୍ୟକ୍ତ ପୋଖରୀ ବନ୍ଧରେ କାଳିଆ ଜାଲରେଗୁଡ଼ା ହୋଇ ପଡ଼ିଥିବା ଅବସ୍ଥାରେ ସ୍ଥାନୀୟଲୋକେ ଦେଖିବାକୁ ପାଇଥିଲେ । ଅଦ୍ୟାବଧି ଏହିମାମଲାରେ କେହି ଗିରଫ ହୋଇପାରିଲେ ନାହିଁ ।ସେହିପରି ଫେବ୍ରୁଆରୀ ମାସ ୮ ତାରିଖରାତିରେ ସଦର ଥାନା ଅଧୀନ କପାଳେଶ୍ୱରପଞ୍ଚାୟତର ୱାର୍ଡ ନଂ. ୧୧ ଗରାପୁରରେ ଏକ ବିଭତ୍ସ ହତ୍ୟାକାଣ୍ଡ ଦେଖିବାକୁ ମିଳିଥିଲା । ଜମିବାଡ଼ିବିବାଦରୁ ଧୋଇଆ ମଲିକଙ୍କ ବଡ଼ପୁଅ ରାମଚନ୍ଦ୍ରମଲିକଙ୍କୁ କଦମ୍ବ ଗଛରେ ବାନ୍ଧି ପିଟିପିଟି ହତ୍ୟାକରାଯାଇଥିଲା । ରାମଚନ୍ଦ୍ର ଚାଉଳ ମିଲ୍‌ରେ କାମକରି ସେଠାରେ ମଧ୍ୟ ବେଳେ ବେଳେ ରହିଥାଆନ୍ତି ।ଭାଇ ଓ ଭାଉଜମାନେ ହଇରାଣ କରିବାରୁ ତାଙ୍କପତ୍ନୀ ବାପଘର ଗଣେଶପୁରରେ ରହୁଥିଲେ ।ସେ ବହୁବାର ତାଙ୍କ ଭାଇମାନଙ୍କୁ ଘରେ ରହିବାକୁନେହୁରା ହୋଇ କହିଥିଲେ ମଧ୍ୟ ସମସ୍ତେ ତାଙ୍କୁମାରଧର କରୁଥିଲେ । ଘଟଣା ଦିନ ସନ୍ଧ୍ୟା ପ୍ରାୟ୭ଟା ବେଳେ ଝିଅର ପାଠପଢ଼ା ଲାଗି ଆଧାରକାର୍ଡ ଓଆବାସିକ ପ୍ରମାଣପତ୍ର ଆବଶ୍ୟକ ଥିଲା । ସେ ଘରକୁଯାଇ ଜମିପଟ୍ଟା ନକଲ ମାଗିବାରୁ ପରିବାର ସଦସ୍ୟଏକଜୁଟ୍‌ ହୋଇ ତାଙ୍କୁ ମାରଧର କରିଥିଲେ । ତାଙ୍କୁଏକ ଅଖାରେ ପୂରାଇ  ମୁହଁ ବନ୍ଦ କରି ନିସ୍ତୁକପିଟିଥିଲେ ।

 ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ ।ପରେ ତାଙ୍କୁ ତଳେ ପକାଇ ତାଙ୍କ ଉପରେ ଗାଡ଼ିଚଢ଼ାଇ ଦେଇଥିଲେ । ଫଳରେ ଘଟଣା ସ୍ଥଳରେତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କ ମୃତ୍ୟୁ ପରେମଧ୍ୟ ପରିବାର ସଦସ୍ୟ ତାଙ୍କ ପତ୍ନୀ ଓ ପିଲାଙ୍କୁଘରେ ପୂରାଇ ନଥିଲେ ଓ ଶୁଦ୍ଧିକ୍ରିୟା ମଧ୍ୟ କରାଇଦେଇନଥିଲେ । ପୁଲିସ ଏହି ମାମଲାରେ କେବଳ୨/୩ ଜଣଙ୍କୁ ଗିରଫ କରି କାମ ସାରିଦେଇଛି ।ରାଜକନିକା ଥାନା ଅନ୍ତର୍ଗତ କଇଥାପାଳଗ୍ରାମର ଅଶ୍ବିନୀ ଜେନାଙ୍କ ପୁଅ ସୁନୀଲଙ୍କୁଫେବ୍ରୁଆରୀ ୨୧ ତାରିଖରେ ହତ୍ୟା କରାଯାଇଥିଲା ।ଘଟଣା ଦିନ ସୁନୀଲଙ୍କ ବାପା ଅଶ୍ବିନୀ ଜେନା ଓମା’ ଝରଣା କଟକ ବଡ଼ ମେଡିକାଲକୁ ଯାଇଥିଲେ ।ଘରେ ତାଙ୍କ ପୁଅ ଓ ଝିଅ ଥିଲେ । ସେହିଦିନସନ୍ଧ୍ୟାରେ ଗ୍ରାମର କେତେଜଣ ଯୁବକ ତାଙ୍କ ଘରେଭୋଜି କରିଥିଲେ । ଏହି ସମୟରେ ତାଙ୍କ ଝିଅରଜଣେ ସାଙ୍ଗ ତାଙ୍କ ଘରକୁ ଆସିଥିଲେ । ତାଙ୍କ ଝିଅର ସାଙ୍ଗ ସହ ଯୁବକମାନଙ୍କ ମଧ୍ୟରୁ ଜଣେ ଶାରୀରିକସମ୍ପର୍କ ରଖିଥିଲେ । ଏହି ଦୃଶ୍ୟକୁ ସୁନୀଲ ଦେଖିନେଇଥିଲେ । 

ଫଳରେ ତାଙ୍କୁ ସଂପୃକ୍ତ ଯୁବକମାନେଧମକ ଦେଇଥିଲେ । ଏ କଥା କାହା ଆଗରେକହିଲେ ଜୀବନରୁ ମାରିଦେବେ ବୋଲି କହିଥିଲେ ।ହେଲେ ଏହି ଘଟଣା ସୁନୀଲ ତାଙ୍କ ଭଉଣୀକୁ କହିଦେଇଥିଲେ । ଫଳରେ ଘଟଣା ପ୍ରଘଟ ହୋଇଯିବାଭୟରେ ଅଭିଯୁକ୍ତମାନେ ସେଦିନ ବିଳମ୍ବିତରାତିରେ ସୁନୀଲଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ ।ପ୍ରମାଣ ନଷ୍ଟ କରିବାକୁ ଯାଇ ତାଙ୍କ ଘରକୁ ଆସିପଙ୍ଖାରେ ତାଙ୍କ ମୃତଦେହକୁ ଝୁଲାଇ ଦେଇଥିବାଅଭିଯୋଗ ହୋଇଥିଲା । ଏହାପରେ ଅଭିଯୁକ୍ତଓ ତାଙ୍କ ସାଙ୍ଗମାନେ ଘଟଣା ସ୍ଥଳରୁ ଫେରାରହୋଇଯାଇଥିଲେ ଓ ପରଦିନ ସକାଳେ ଏହି ଘଟଣାପ୍ରଘଟ ହୋଇଥିଲା । ଏ ନେଇ ଥାନାରେ ଅଭିଯୋଗହେବା ପରେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଝୁଲନ୍ତାମୃତଦେହ ଉଦ୍ଧାର କରାଯାଇଥିଲା । ଏ ନେଇଥାନାରେ ମାମଲା ମଧ୍ୟ ହୋଇଥିଲା । କିନ୍ତୁ ପୁଲିସଅଦ୍ୟାବଧି ଅଭିଯୁକ୍ତମାନଙ୍କୁ ଗିରଫ କରିପାରିନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.