ପ୍ରମୂଖ ଖବର
  • ପୁରୀ ଜଗନ୍ନାଥ ବଲ୍ଲଭ ପାର୍କିଂରେ ଅଘଟଣ, ଛାତରୁ ଖସିପଡ଼ିଲା କାର୍‌
  • ||
  • ସୁବର୍ଣ୍ଣରେଖାରେ ମଧ୍ୟମ ଏବଂ ବୈତରଣୀରେ ଛୋଟ ଧରଣର ବନ୍ୟା: ସର୍ବୋଚ୍ଚ ଯନ୍ତ୍ରୀ
  • ||
  • କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କଲେ ଚେତେଶ୍ୱର ପୂଜାରା
  • ||
  • ଉଛୁଳା ମହାନଦୀକୁ ଡେଇଁ ପଡ଼ିଲେ ଛାତ୍ରୀ, ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୀ-କୋଣାର୍କ ଭିଷ୍ଟାଡମ୍ ଟ୍ରେନ୍ ପାଇଁ ବିଜ୍ଞପ୍ତି ପ୍ରକାଶ, ୩୨କିଲୋମିଟର ପାଇଁ ଖର୍ଚ୍ଚ ହେବ ୪୯୨ କୋଟି
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଜଳେଶ୍ୱର: ଲଘୁଚାପ ବର୍ଷା ଯୋଗୁଁ ଫୁଲୁଛି ସୁବର୍ଣ୍ଣରେଖା, ବିପଦ ସଂକେତ ଉପରେ ଜଳସ୍ତର
  • ||
  • ନୂଆପଡ଼ାରେ ବାଘ ଆତଙ୍କ, ଛେଳିକୁ ମାରି ଖାଇଦେଲା କଳରାପତରିଆ ବାଘ
  • ||

ବିଏମ୍‌ସିର ଅଭିନବ ପଦକ୍ଷେପ; ସ୍କ୍ରାପିଂ ପାଇଁ ଯିବ ୨୮ ଅଚଳ ଗାଡ଼ି

Published By : Swapna Ray | August 24, 2025 11:37 AM

ଭୁବନେଶ୍ୱର, ୨୪।୮: ଦୀର୍ଘ ଦିନ ଧରି ଅଚଳ ହୋଇ ପଡ଼ିଥିବା ଗାଡ଼ିକୁ ସ୍କ୍ରାପିଂ ପାଇଁ ପଠାଇବ ବିଏମସି । ୧୫ ବର୍ଷରୁ ଅଧିକ ପୁରୁଣା ହୋଇଥିବା ବା ୨ଲକ୍ଷ ୫୦ହଜାର କିମିରୁ ଅଧିକ ଗଡ଼ିଥିବା ଯାନକୁ ହଟାଇ ଦିଆଯିବ । ଏହାକୁ କୌଣସି ସ୍ଥାନରେ ଅଯଥାରେ ପକାଇ ନ ରଖି ସ୍କ୍ରାପିଂ ପାଇଁ ପଠାଯିବ । ସରକାରୀ ବିଭାଗ ଭିତରେ ପ୍ରଥମଥର ପାଇଁ ବିଏମସି ଏଭଳି ପଦକ୍ଷେପ ନେଇ ଦୃଷ୍ଟାନ୍ତ ସୃଷ୍ଟି କରିଛି । ବିଏମ୍‌ସି ଅଧୀନରେ ସହରରେ ବହୁ ଗାଡ଼ି ଚାଲିଛି । କିନ୍ତୁ ଟାଟା ଟିପର, ଏସ୍କାଭେଟର, ଲୋଡର, ଆମ୍ବୁଲାନ୍ସ ଓ ଟ୍ରାକ୍ଟର ଭଳି ୨୮ଟି ଗାଡ଼ି ବହୁତ ପୁରୁଣା ହୋଇଗଲାଣି । କେଉଁ ଗାଡ଼ି ୧୫ ବର୍ଷ ପୂରି ସାରିଛି ତ ଆଉ କିଏ ଅଢ଼େଇ ଲକ୍ଷ କିମିରୁ ଅଧିକ ଗଡ଼ିଛି । ଏଥିରୁ ଅଧିକାଂଶ ଗାଡ଼ି ଦୀର୍ଘଦିନରୁ ଅଚଳ ହେବା ସହ ଅବ୍ୟବହୃତ ହୋଇ ପଡ଼ିଛି । ଏହାକୁ ଚଲାଇଲେ ମାତ୍ରାଧିକ ପ୍ରଦୂଷଣ ସୃଷ୍ଟି କରିବାର ଆଶଙ୍କା ରହିଛି । ଖାଲି ସେତିକି ନୁହେଁ, ଏହି ସବୁ ଗାଡ଼ି ବହୁତ ଜାଗା ମାଡ଼ି ବସୁଛନ୍ତି । 

ଯେଉଁଠାରେ ଏହା ରଖାଯାଉଛି ସେଠାକାର ପରିବେଶ ନଷ୍ଟ ହେବା ସହ ବର୍ଜ୍ୟ ସୃଷ୍ଟି ହେଉଛି । ଏଣୁ ସରକାରଙ୍କ ସ୍କ୍ରାପିଂ ନୀତି ଅନୁସାରେ ଏହାକୁ ସ୍ୱୀକୃତିପ୍ରାପ୍ତ ଏଜେନ୍ସିକୁ ଦେଇ ସ୍କ୍ରାପିଂ କରିବାକୁ ବିଏମ୍‌ସି ନିଷ୍ପତ୍ତି ନେଇଛି । ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ପରାମର୍ଶରେ ଏହାକୁ ସ୍କ୍ରାପିଂ କରାଯିବ । ଗାଡ଼ି ସ୍କ୍ରାପିଂକୁ ନେଇ ବିଏମ୍‌ସି କମିଶନର ଚଞ୍ଚଲ ରାଣା କହିଛନ୍ତି, ଅଚଳ ଗାଡ଼ିକୁ ପକାଇ ନ ରଖି ଏହାକୁ ସ୍କ୍ରାପିଂ କରାଯିବ । ଗାଡ଼ି ହଟିଲେ ବହୁତ ମୂଲ୍ୟବାନ ଜାଗାର ଉପଯୋଗ ହୋଇପାରିବ । ବିଏମ୍‌ସି ସହରରୁ ବାହାରୁଥିବା ବର୍ଜ୍ୟକୁ ନେଇ ମ୍ୟାଟେରିଆଲ ରିକଭରି ଫ୍ୟାସିଲିଟି(ଏମଆରଏଫ୍‌)ରେ ପ୍ରକ୍ରିୟାକରଣ କରୁଛି । ଏହି ଢାଞ୍ଚାରେ ପୁରୁଣା ଗାଡ଼ିକୁ ସ୍କ୍ରାପିଂ କରି ଏହାର ସାମଗ୍ରୀକୁ ଅନ୍ୟତ୍ର ଉପଯୋଗ କରାଯିବ । ଏହି ପରିବେଶ ଉପଯୋଗୀ ପଦକ୍ଷେପକୁ ଅନ୍ୟମାନେ ଅନୁକରଣ କରିବାକୁ ସେ ଆହ୍ୱାନ ଦେଇଛନ୍ତି ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.