ନୂଆଦିଲ୍ଲୀ – ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଯେମିତି ଅତ୍ୟାଚାର ଘଟଣା ଥମିବାର ନାଁ ହିଁ ନେଉ ନାହିଁ। ଏଠାରେ ଚଟଗାଁରେ ଜଣେ ୨୮ ବର୍ଷିୟ ହିନ୍ଦୁ ଅଟୋ ଚାଳକଙ୍କୁ ପିଟିପିଟି ମାରି ଦିଆ ଯାଇଛି। ଗତ କିଛି ଦିନରେ ପାଖାପାଖି ଅଧା ଡର୍ଜନ ହିନ୍ଦୁଙ୍କୁ ହତ୍ୟା କରାଯାଇଛି। ସ୍ଥାନୀୟ ମିଡ଼ିଆ ରିପୋର୍ଟ୍ସ ମୁତାବିକ , ଦଗାନଭୁଇୟାଁର ସମୀର ଦାସ ନାମକ ଯୁବକଙ୍କ ଉପରେ କିଛି ଲୋକେ ଆକ୍ରମଣ କରିଥିଲେ। ଆକ୍ରମଣକାରୀ ମାନେ ତାଙ୍କୁ ଅତି ଦୟନୀୟ ଭାବେ ମାଡ଼ ମାରି ଛୁରିରେ ଆକ୍ରମଣ କରି ଥିଲେ। ସମୀରଙ୍କର ମୃତ୍ୟୁ ପରେ ଅଭିଯୁକ୍ତ ତାଙ୍କର ସିଏନଜି ଚାଳିତ ରିକ୍ସା ନେଇ ମଧ୍ୟ ପଳାଇ ଥିଲେ।

ଏହାସହ ମଧ୍ୟ ପଢନ୍ତୁ : ସମୁଦ୍ରରେ ମଧ୍ୟ ରକ୍ଷା ପାଇବେନି ଭାରତର ଶତ୍ରୁ , ନୌସେନାର AIP ସଜ୍ଜିତ ବୁଡ଼ାଜାହାଜ ସାଜିବ କାଳ

ସମୀରଙ୍କ ପରିବାରର କହିବାନୁସାରେ, ଗତ କିଛି ଦିନ ହେବ କଟ୍ଟରପନ୍ଥୀ ଗୋଷ୍ଠୀର କିଛି ଲୋକ ତାଙ୍କୁ ଧମକାଉ ଥିଲେ। ସେ ସମୀରଙ୍କ ଠାରୁ ଟଙ୍କା ଆଦାୟ କରିବାକୁ ଚାହୁଁ ଥିଲେ। ସମୀର ଦାସଙ୍କ ମୃତ୍ୟୁ ପରେ ତାଙ୍କ ବାପା କାର୍ତ୍ତିକ କୁମାର ଦାସ ଦୁଃଖରେ ଖୁବ୍ ମର୍ମାହତ ଅଛନ୍ତି। ସମୀର ତାଙ୍କର ବଡ଼ ପୁଅ ଥିଲେ ।

ସ୍ଥାନୀୟ ମିଡ଼ିଆ ଅନୁସାରେ , ଅଭିଯୁକ୍ତଙ୍କ ସଂପର୍କ ବିଏନପି-ଜମାତ୍ ଗ୍ରୁପ୍ ସହ ରହିଛି। ପୁଲିସର କହିବାନୁସାରେ , ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ। ଅଭିଯୁକ୍ତମାନେ ପୂର୍ବରୁ ସମୀର ଦାସଙ୍କ ହତ୍ୟାନେଇ ପ୍ଲାନିଂ ରଚିଥିଲେ।

ଏହା ସହ ମଧ୍ୟ ପଢନ୍ତୁ : ବନ୍ଦେ ଭାରତ ସ୍ଲିପର ହେବ ଖୁବ୍ ସ୍ୱତନ୍ତ୍ର , କୌଣସି ଭିଆଇପି କୋଟା ନାହିଁ ; ମିଳିବ ସ୍ଥାନୀୟ ଭୋଜନ

ସମୀରଙ୍କ ପରିବାରର କହିବାନୁସାରେ , ସେ ଅଟୋ ରିକ୍ସା ଚଳାଇ ପୂରା ପରିବାର ପୋଷୁ ଥିଲେ। ସେ ସହଜରେ କାହା ସହ କଳିତର୍କ କରିବାର ପିଲା ନୁହେଁ । ହେଲେ ଗତ କିଛି ଦିନ ହେବ ତାଙ୍କ ପାଖକୁ ଧମକପୂର୍ଣ୍ଣ ଫୋନ୍ ଆସୁଥିଲା । ସେମାନେ ଟଙ୍କା ମାଗୁ ଥିଲେ।

କହି ରଖୁଛୁ କି , ଗତ କିଛି ଦିନରେ ୬ରୁ ଅଧିକ ହିନ୍ଦୁଙ୍କୁ ଅତି ନିଷ୍ଠୁର ଭାବେ ହତ୍ୟା କରାଯାଇଛି।