କେନ୍ଦୁଝର ସଦର,୨୧/୯(ଆପ୍ର)କେନ୍ଦୁଝର ଟାଉନ ସେକ୍ସନ କାଠକରଞ୍ଜିଆ, କେମ୍ପାସଡ଼ା ବଦାପୋଳଶାରେ ୨୯ ଟିକିଆ ହାତୀ ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ବର୍ତ୍ତମାନ ୪୯ ନମ୍ବର ଜାତୀୟ ରାଜପଥ କଡ଼ରେ ୨୯ ଟିକିଆ ହାତୀ ପଲ ଡେରା ପକାଇଛନ୍ତି ।

ହାତୀ ପଲ ବାଲିଆଗୁଡ଼ା ଦେଇ ବାଉରୀପଦା ପଞ୍ଚାୟତ କାଠକରଞ୍ଜିଆ, କେମ୍ପାସଡ଼ା ଅରଡେଇ ନଦୀ ତଟରେ ଦୀନ ତମାମ୍ ଧରି ଚାଷ ଜମିକୁ ମାଡ଼ି ଦଳି ବ୍ୟାପକରୁ ବ୍ୟାପକ କ୍ଷତି ଗ୍ରସ୍ତ କରିଛନ୍ତି। ହାତୀପଲଙ୍କ ମଧ୍ୟରେ ୧୨ଟି ଦନ୍ତା ୧୧ଟି ମାଈ ଓ ୬ଟି ଛୁଆହାତୀ ଅଛନ୍ତି। ହାତୀକୁ ଦେଖିବା ପାଇଁ ୪୯ ନମ୍ବର ଜାତୀୟ ରାଜପଥର ବାଇପାସ ହେଉ ବା ଗ୍ରାମାଞ୍ଚଳ ରାସ୍ତା ସବୁ ସ୍ଥାନରେ ଲୋକଙ୍କ ଭିଡ ଲାଗି ରହିଛି। ଫଳରେ

ହାତୀକୁ ସଠିକ ସମୟରେ ସଠିକ ସ୍ଥାନକୁ ଵାଟେଇଵା ପାଇଁ ସମ୍ଭବ ହେଉନାହିଁ। ଫଳରେ ବ୍ୟାପକ ଫସଲ ନଷ୍ଟ ହେବାରେ ଲାଗିଛି। ବନ ବିଭାଗ ହାତୀ ଦେଖଣାହାରିଙ୍କୁ ସୁରକ୍ଷା ଦେବା ପାଇଁ ନାକେଦମ୍ ହେବାକୁ ପଡୁଛି କାରଣ ଲୋକ ମାନେ ହାତୀ ନା ଶୁଣିବା ମାତ୍ରେ ଦେଖିବା ପାଇଁ ଅଯଥାରେ ହାତୀ ନିକଟକୁ ଆସି ଭିଡ଼ ଜମାଉଛନ୍ତି । ହାତୀ ଜନ ଗହଳି ଦେଖି ସ୍ଥାନ ଛାଡ଼ି ବିଲକୁଳ ପାଦେ ବି ଘୁଞ୍ଚୁ ନାହିଁ ତେଣୁ ସଧାରଣ ଲୋକମାନେ ହାତୀକୁ ଦେଖିବା ପାଇଁ ଭିଡ଼ ନକରିବା ନିମନ୍ତେ ସଦର ରେଞ୍ଜର ଅଜିତ କୁମାର ଦାସ ନିବେଦନ କରିଛନ୍ତି।