ଚନ୍ଦନେଶ୍ଵର, ୧୯/୬ : ଦୀଘା ମୁହାଣରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ତେଲିଆ ଭୋଳା ମାଛ। ନନୀ ଗୋପାଳ ଟ୍ରଲରର ଜାଲରେ ୨୯ଟି ତେଲିଆ ମାଛ ଧରାପଡ଼ିଥିଲେ। ଏହି ମାଛ ଗୁଡ଼ିକୁ ୩୩ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଛି।
ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ଦୀଘାରେ ନନୀ ଗୋପାଳ ଭୂୟାଁଙ୍କ ଟ୍ରଲରର ଜାଲରେ ୨୯ଟି ତେଲିଆ ଭୋଳା ମାଛ ଧରା ପଡ଼ିଥିଲେ। ଏହି ମାଛ ଗୁଡ଼ିକୁ ବିକ୍ରି ପାଇଁ ଦୀଘା ମୁହାଣ ନିଲାମ କେନ୍ଦ୍ରକୁ ନିଆଯାଇଥିଲା। ପ୍ରତି ମାଛର ଓଜନ ୨୦ କିଲୋରୁ ଉର୍ଦ୍ଧ୍ଵ ହୋଇଥିବା ବେଳେ ସମୁଦାୟ ୨୯ଟି ମାଛକୁ ୩୩ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି । ଏହି ମାଛରୁ କ୍ରାକର ଔଷଧ ତିଆରି କରାଯିବା ସହିତ ଏହି ମାଛ ବିଦେଶକୁ ମଧ୍ୟ ରପ୍ତାନି କରାଯାଏ। ସେଥିପାଇଁ ବଜାରରେ ମାଛର ଚାହିଦା ଅଧିକ ଥାଏ ବୋଲି ମତ୍ସ୍ୟଜୀବୀମାନେ କହିଛନ୍ତି।