ଆଠଗଡ଼, ୧୨/୧୧ : ଆରମ୍ଭ ହୋଇଯାଇଛି ମହା କାର୍ତ୍ତିକ ମାସର ଶେଷ ପର୍ବ। ପବିତ୍ର ପଞ୍ଚୁକ ଅବସରରେ ଆଜି ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ଵରଙ୍କ ପୀଠରେ ପାଳିତ ହେଉଛି ଦ୍ଵିତୀୟ ପଞ୍ଚୁକ। ଦେବ ଦୁର୍ଲ୍ଲଭ ଚନ୍ଦ୍ରଚୂଡ଼ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର।
ପୂଜକ ସମିତି ପକ୍ଷରୁ ରାତି ୩ ଟାରୁ ମନ୍ଦିର ପହଡ଼ ଖୋଲାଯାଇଥିଲା। ୧୦୮ କଳସ ସୁବାସିତ ଜଳରେ ବାବାଙ୍କୁ ସ୍ନାନ କରାଯାଇ ସମସ୍ତ ରୀତିନୀତି ସମାପନ ପରେ ଦର୍ଶନ ନିମନ୍ତେ ଦ୍ଵାର ଫିଟା ଯାଇଥିଲା। ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଛି। ସୁରକ୍ଷା ଦୃଷ୍ଟିରୁ ୧୫ ପ୍ଲାଟୁନ୍ ଫୋର୍ସ ସହିତ ଓଡ୍ରାଫ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି।