ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

କଟକରେ ୩ ଜଣ ପାକିସ୍ତାନୀ ଚିହ୍ନଟ, ସମସ୍ତଙ୍କୁ କମିଶନରେଟ ପୋଲିସ ପକ୍ଷରୁ ନୋଟିସ ଜାରି

Published By : Harapriya Sethi | April 26, 2025 2:59 PM

ଭୁବନେଶ୍ୱର, ୨୬/୦୪: କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶକ୍ରମେ କଟକ ସହରରେ କମିଶନରେଟ ପୋଲିସ ପାକିସ୍ତାନୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଛି । ଗତ ଦୁଇଦିନ ହେବ ଏହି ପ୍ରକ୍ରିୟା ତ୍ୱରାନ୍ୱିତ କରିଛି ପୋଲିସ । ଏଯାଏଁ କଟକ ସହରରେ ୩ଜଣ ପାକିସ୍ତାନୀ ନାଗରିକ, ନାବାଳକ ରହିଥିବା ପୋଲିସ ରେକର୍ଡରୁ ଜଣାପଡିଛି । ଏହି ପାକିସ୍ତାନୀଙ୍କ ମଧ୍ୟରେ ଜଣେ ବୃଦ୍ଧ ରହିଛନ୍ତି, ଯିଏକି ବହୁ ବର୍ଷ ହେବ ଦୀର୍ଘ ମିଆଦି ଭିସାରେ ଆସି କଟକରେ ରହୁଛନ୍ତି । ସମ୍ପୃକ୍ତ ବୃଦ୍ଧ ଜଣକ ଏବେ ପରିଣତ ବୟସରେ ପହଞ୍ଚିଥିବା କୁହାଯାଉଛି।

ସେହିପରି ଚିହ୍ନଟ ହୋଇଥିବା ଅନ୍ୟ ଦୁଇ ଜଣ ହେଲେ ନାବାଳକ । ଚିହ୍ନଟ ନାବାଳକ ଦୁଇ ଜଣଙ୍କ ମା ଭାରତୀୟ ଓ ବାପା ପାକିସ୍ତାନୀ ହୋଇଥିବା କାରଣରୁ ପିଲା ଦୁଇ ଜଣ ସରକାରୀ ରେକର୍ଡରେ ପାକିସ୍ତାନୀ ବୋଲି କୁହାଯାଉଛି । ତେବେ ଭାରତୀୟ ମହିଳା ଓ ପାକିସ୍ତାନୀ ପୁରୁଷଙ୍କର ବିବାହ ବିଚ୍ଛେଦ ଘଟିଛି । ସମସ୍ତ ପାକିସ୍ତାନୀ ନାଗରିକଙ୍କୁ କମିଶନରେଟ ପୋଲିସ ପକ୍ଷରୁ ନୋଟିସ ଜାରି କରାଯାଇଛି । ଏ ସମ୍ପର୍କରେ ଗୃହ ମନ୍ତ୍ରାଳୟକୁ ଅବଗତ କରାଯିବ। ଗୃହ ବିଭାଗ ଯାହା ନିଷ୍ପତ୍ତି ନେବ, ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଟକ ଡିସିପି କହିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.