ପ୍ରମୂଖ ଖବର
  • ଆମେରିକାର ପୂର୍ବତନ ଏନଏସ୍ଏଙ୍କ ଘରେ ଚଢ଼ାଉ କଲା ଏଫବିଆଇ
  • ||
  • ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ଗିରଫ
  • ||
  • କଟକ : ବଡ଼ମ୍ବା ପୁଲିସର ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଚୌଧୁରୀ ଗିରଫ
  • ||
  • ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା : ଏଣିକି ସରକାରୀ ବସ୍‌ରେ ଫ୍ରିରେ ଯାତାୟାତ କରିବେ ପ୍ରଥମରୁ ପ୍ଲସ୍ ଟୁ
  • ||
  • ବୁଲା କୁକୁର ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ
  • ||
  • କଟକ : ଚନ୍ଦକାରୁ ଆଠଗଡ଼ ରେଞ୍ଜ; ଭରା ମହାନଦୀ ପାର୍ ହେଲେ ୨୨ଟିକିଆ ହାତୀପଲ
  • ||
  • ଦିଗପହଣ୍ଡି : ଝରଣାରେ ଗାଧୋଇବା ବେଳେ ପାହାଡ଼ ଉପରୁ ଖସି ଆସିଲା ପଥର, ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଚୌଦ୍ୱାର: କଟକ CDMOର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳନୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ମହିଳା ଏସିଆ କପ୍‌ ହକି: ଭାରତୀୟ ଦଳ ଘୋଷଣା, ସଲିମା ଟେଟେ ନେବେ ନେତୃତ୍ୱ, ଓଡ଼ିଶାରୁ ସୁନେଲିତା
  • ||
  • ଆମେରିକାରେ ଭୂକମ୍ପର ଜୋରଦାର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୮.୦ ରେକର୍ଡ
  • ||
  • ବୁଲା କୁକୁର ଉପରେ ଆଜି ସୁପ୍ରିମ୍‌ ଶୁଣାଣି, ସ୍ଥଗିତାଦେଶ ଆବେଦନ ଉପରେ ଶୁଣାଣି କରିବେ ଖଣ୍ଡପୀଠ
  • ||
  • ଆସନ୍ତାରେ ୩୧ ହେବାକୁ ଥିବା ସ୍ପେସାଲ୍‌ ଓଟିଇଟି ପୁଣି ସ୍ଥଗିତ, ଆଶଙ୍କାରେ ୭୫ ହଜାର ଇନ୍‌ସର୍ଭିସ୍‌ ଶିକ୍ଷକ
  • ||
  • ହିନ୍ଦୋଳ : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବୃଦ୍ଧ ବଡ଼ବାପାକୁ ଗାଁ ଦାଣ୍ଡରେ ଘୋଷାଡ଼ି ବାଡ଼େଇଲା ପୁତୁରା
  • ||
  • ଅନୁଗୁଳ କାରାଗାରର ବିଚାରାଧୀନ କଏଦୀଙ୍କ ମୃତ୍ୟୁ
  • ||
  • ଆସୁଛି ଆଉ ଦୁଇଟି ଲଘୁଚାପ: ଆସନ୍ତା ୨୬ ଯାଏ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
  • ||

ସ୍ମାର୍ଟ ଟିକେଟିଂର ବଢୁଛି ଚାହିଦା; ଖୁବ୍‌ଶୀଘ୍ର ଭୁବନେଶ୍ୱରରେ ଲାଗିବ ଅତିରିକ୍ତ ୩ ଏଟିଭିଏମ୍‌

Published By : Rasmita Pradhan | August 20, 2025 12:49 PM

ଭୁବନେଶ୍ୱର, ୨୦/୦୮ : ସ୍ମାର୍ଟ ଟିକେଟିଂର ବଢୁଛି ଚାହିଦା । ଯାତ୍ରୀଙ୍କୁ ନା ଲମ୍ବା ଧାଡ଼ିରେ ଅପେକ୍ଷା କରିବାକୁ ପଡ଼ୁଛି ନା ସମୟ ନଷ୍ଟ ହେଉଛି । ପାରମ୍ପରିକ ଟିକଟିଂ ବ୍ୟବସ୍ଥା ତୁଳନାରେ ସ୍ୱୟଂଚାଳିତ ଟିକଟ୍‌ ଭେଣ୍ଡିଂ ମେସିନ୍‌ (ଏଟିଭିଏମ୍‌)କୁ ଅଧିକ ପସନ୍ଦ କରୁଛନ୍ତି ଯାତ୍ରୀ । ଏଣୁ ଏକ ଡିଜିଟାଲ୍‌ ଏବଂ କଣ୍ଟାକ୍ଟଲେସ୍‌ ଟିକଟିଂକୁ ପ୍ରୋତ୍ସାହିତ କରୁଛି ପୂର୍ବତଟ ରେଲୱେ । ଖୁବଶୀଘ୍ର ଭୁବନେଶ୍ୱରରେ ଅତିରିକ୍ତ ତିନୋଟି ଏବଂ ଖୋର୍ଦ୍ଧା ରୋଡ୍‌ରେ ଆଉ ଦୁଇଟି ଏଟିଭିଏମ୍‌ ସ୍ଥାପନ କରାଯିବ । ଏହାବ୍ୟତୀତ, ଭୁବନେଶ୍ୱର ନୂଆ, ସାକ୍ଷୀଗୋପାଳ, ଧାନମଣ୍ଡଳ ଏବଂ ହରିଚନ୍ଦନପୁର ରେଳ ଷ୍ଟେସନରେ ଦୁଇଟି ଲେଖାଏଁ ଏଟିଭିଏମ୍‌ ସୁବିଧା ଯୋଗାଇ ଦିଆଯିବ । ଖୋର୍ଦ୍ଧା ରୋଡ୍‌ ରେଳମଣ୍ଡଳ ଅନ୍ତର୍ଗତ ଭୁବନେଶ୍ୱର ରେଳ ଷ୍ଟେସନରେ ସର୍ବାଧିକ ୧୨ଟି ଏଟିଭିଏମ୍‌ କାଉଣ୍ଟର ରହିଛି । ସେହିପରି ପୁରୀ ଷ୍ଟେସନରେ ୧୦, କଟକରେ ୬, ବ୍ରହ୍ମପୁରରେ ୫ଟି ଏବଂ ଖୋର୍ଦ୍ଧା ରୋଡ୍‌ ଷ୍ଟେସନରେ ୪ଟି ଏଟିଭିଏମ୍‌ କାର୍ଯ୍ୟକ୍ଷମ ରହିଛି । ଏହାକୁ ମିଶାଇ ୨୨ଟି ଷ୍ଟେସନରେ ମୋଟ ୭୨ଟି ଏଟିଭିଏମ୍‌ ସୁବିଧା ଯୋଗାଇ ଦିଆଯାଉଛି । 

ଏଠାରେ ଉଲ୍ଲେଖଯୋଗ୍ୟ, ୨୦୨୪-୨୫ ଆର୍ଥିକ ବର୍ଷରେ ଖୋର୍ଦ୍ଧା ରୋଡ୍‌ ରେଳମଣ୍ଡଳ ପରିସୀମା ମଧ୍ୟରେ ୧୯ ଷ୍ଟେସନରେ ୫୭ ଏଟିଭିଏମ୍‌ ବ୍ୟବସ୍ଥା ଥିଲା । ଯାତ୍ରୀ ଚାହିଦାକୁ ଦୃଷ୍ଟିରେ ରଖି ଏଟିଭିଏମ୍‌ ଭିତ୍ତିଭୂମିକୁ ସମ୍ପ୍ରସାରଣ କରାଯାଉଛି । ଏହାବ୍ୟତୀତ ଏଟିଭିଏମ୍‌ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ପୂର୍ବତଟ ରେଲୱେ ଖୋର୍ଦ୍ଧା ରୋଡ୍‌ ରେଳମଣ୍ଡଳ କ୍ଷେତ୍ରାଧିକାରରେ ମୋଟ ୭୩ ଜଣ ସୁବିଧାକାରୀଙ୍କୁ ନିୟୋଜିତ କରିଛି । ଏମାନଙ୍କ ମଧ୍ୟରୁ ୩୮ ଜଣ ଅବସରପ୍ରାପ୍ତ ରେଳ କର୍ମଚାରୀ ଏବଂ ରେଲୱେ ବାହାରୁ ୩୫ ଜଣ କର୍ମଚାରୀ ଅଛନ୍ତି । ଭୁବନେଶ୍ୱର ରେଳ ଷ୍ଟେସନରେ ୧୦ ଜଣ ଅବସରପ୍ରାପ୍ତ ରେଳ କର୍ମଚାରୀଙ୍କ ସମେତ ୧୮ ଜଣ ସୁବିଧାକାରୀ ଉପଲବ୍ଧ ଥିବାବେଳେ, ପୁରୀରେ ୫ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କ ସମେତ ୧୧ ଜଣ ସୁବିଧାକାରୀଙ୍କୁ ନିୟୋଜିତ କରାଯାଇଛି । 

ସେହିପରି, ବ୍ରହ୍ମପୁରରେ ଆଠ ଜଣ ଏବଂ ପଲାସାରେ ନଅ ଜଣ ସୁବିଧାକାରୀଙ୍କୁ ନିୟୋଜିତ କରାଯାଇଛି । ସେମାନେ ଏଟିଭିଏମ୍‌ ବ୍ୟବହାର ସମୟରେ ଯାତ୍ରୀଙ୍କ ସମସ୍ୟାର ସମାଧାନ, ଉପଯୁକ୍ତ ମାର୍ଗଦର୍ଶନ ଏବଂ ସଚେତନ କରୁଛନ୍ତି । ଖୋର୍ଦ୍ଧା ରୋଡ୍‌ ରେଳମଣ୍ଡଳ ଏଟିଭିଏମ୍‌ ବ୍ୟବହାରରେ ରେକର୍ଡ ସଂଖ୍ୟକ ଅଭିବୃଦ୍ଧି ହାସଲ କରିଛି । ଏହା ୨୦୨୪-୨୫ ଆର୍ଥିକ ବର୍ଷରେ ଏଟିଭିଏମ୍‌ ଜରିଆରେ ୨୭,୨୪,୨୯୮ ଟିକଟ୍‌ ବିକ୍ରି କରି ୪୧,୨୮,୮୬୬ ଯାତ୍ରୀଙ୍କୁ ସେବା ଯୋଗାଇଥିଲା । ଏଥିରୁ ୩୦.୬୯ କୋଟି ରାଜସ୍ୱ ମିଳିଥିଲା । ୨୦୨୫-୨୬ ଆର୍ଥିକ ବର୍ଷରେ ଏପ୍ରିଲରୁ ଜୁନ୍‌ ଭିତରେ ଏଟିଭିଏମ୍‌ ମାଧ୍ୟମରେ ୫,୪୦,୪୪୭ ଟିକଟ୍‌ ବିକ୍ରି ହୋଇଛି । ଏ ବାବଦରେ ୯.୮୨ କୋଟି ଆୟ ହୋଇଛି । ସୂଚନାଯୋଗ୍ୟ, ଏଟିଭିଏମ୍‌ଗୁଡ଼ିକ ଟଚ୍‌ ସ୍କ୍ରିନ୍‌-ଆଧାରିତ କିଓସ୍କ । ଏହା ଯାତ୍ରୀଙ୍କୁ ଅଣସଂରକ୍ଷିତ ଏବଂ ପ୍ଲାଟଫର୍ମ ଟିକଟ୍‌ କିଣିବାକୁ ସହାୟକ ହେବା ସହ ମାସିକ ଏବଂ ତ୍ରୈମାସିକ ସିଜନ୍‌ ଟିକେଟ୍‌ ନବୀକରଣ ସୁବିଧା ଯୋଗାଉଛି । ଏଥିରେ ସ୍ମାର୍ଟ କାର୍ଡ ଏବଂ କ୍ୟୁଆର୍‌ କୋଡ୍‌-ଆଧାରିତ ୟୁପିଆଇ ପେମେଣ୍ଟ୍‌ ସମେତ ବହୁବିଧ ପେମେଣ୍ଟ୍‌ ବିକଳ୍ପ ରହିଛି । ଏହାବ୍ୟତୀତ ହିନ୍ଦୀ, ଇଂରାଜୀ ଏବଂ ଆଞ୍ଚଳିକ ଭାଷା ବିକଳ୍ପ ମଧ୍ୟ ରହିଛି । ଟିକଟଗୁଡ଼ିକ ଥର୍ମାଲ୍‌ ପେପରରେ ମୁଦ୍ରିତ ହୋଇଥାଏ ଯାହା ଏକ ଦ୍ରୁତ ଏବଂ ପରିବେଶ ଅନୁକୂଳ ସମାଧାନ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.