ଭୁବନେଶ୍ୱର,୨୨/୦୧: ବେଆଇନ୍‌ ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଏସ୍‌ଟିଏଫ୍‌ ଟିମ୍‌ । ଜବତ ହେଲା ୧ କୁଇଣ୍ଟାଲ ଗଞ୍ଜେଇ । ଘଟଣାରେ ସମ୍ପୃକ୍ତ ଥିବା ୩ ଜଣ ବେପାରୀଙ୍କୁ ଗିରଫ ହୋଇଛନ୍ତି । ତିନି ଜଣଙ୍କ ପରିଚୟ ବର୍ତ୍ତମାନ ଅସ୍ପଷ୍ଟ ରହିଛି । ଏନେଇ ଏସ୍‌ଟିଏଫ୍‌ ଏସ୍‌ପି ରବି ଶତପଥୀ ସୂଚନା ଦେଇଛନ୍ତି । ରାଜଧାନୀ ଭୁବନେଶ୍ୱରରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । 

ସୂଚନା ମୁତାବକ, ୩ ଜଣ ଗଞ୍ଜେଇ ବେପାରୀ ଏକ କାର୍‌ ଯୋଗେ ୧ କୁଇଣ୍ଟାଲ ଗଞ୍ଜେଇ ଚାଲାଣ କରିବାକୁ ନେଇ ଯାଉଥିଲେ । ଏନେଇ ପୂର୍ବରୁ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲା ଏସ୍‌ଟିଏଫ୍‌ ଟିମ୍‌ । ଖବର ପାଇ ବାଟରେ ଜଗି ବସିଥିଲା ଏସ୍‌ଟିଏଫ୍‌ ଟିମ୍‌ । ଗାଡ଼ିଟି ଯିବା ବେଳେ ଚଢାଉ କରିଥିଲା ଟିମ୍‌ । ଚଢାଉ କରି ଉକ୍ତ ଗାଡ଼ିରୁ ଏକ କୁଇଣ୍ଟାଲ ଗଞ୍ଜେଇ ଜବତ କରି ଘଟଣାରେ ସମ୍ପୃକ୍ତ ଥିବା ୩ ଜଣ ବେପାରୀଙ୍କୁ ଏସ୍‌ଟିଏଫ୍‌ ଟିମ୍‌ ଗିରଫ କରିଛି । ଏନେଇ ଏସ୍‌ଟିଏଫ୍‌ ଏସ୍‌ପି ରବି ଶତପଥୀ ସୂଚନା ଦେଇଛନ୍ତି ।