ଝାରସୁଗୁଡା, ୨୨।୪ :  ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।  ଅସ୍ତବ୍ୟସ୍ତ କରି ପକାଇଛି ଜନଜୀବନ । ବିଶେଷ କରି ତାତିରେ ପଶ୍ଚିମ ଓଡିଶା ଜଳୁଛି। ଏପରିକି ମଙ୍ଗଳବାର ଝାରସୁଗୁଡାରେ ପାରଦ ୪୬ ଡିଗ୍ରୀ ପାର କରିଛି। ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ୩ ଦିନ ପାଇଁ ସ୍କୁକ ଛୁଟି ଘୋଷଣା କରାଯାଇଛି। ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ ବୋଲି ଜିଲ୍ଲାପାଳ ଘୋଷଣା କରିଛନ୍ତି। ଶିଶୁ ବାଟିକା ରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ ।