ବ୍ରହ୍ମପୁର, ୨୨।୧୦ :  ସମ୍ଭାବ୍ୟ ବର୍ଷା, ବାତ୍ୟା ପାଇଁ ଉଚ୍ଚ ଶିକ୍ଷା ବିଭାଗ ନିର୍ଦେଶ କ୍ରମେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓ ଖଲିକୋଟ ଏକକ ବିଶ୍ୱବିଦ୍ୟାଳୟ ତିନି ଦିନ ଛୁଟି ଘୋଷଣା କରାଯାଇଛି।  କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ଛୁଟି ଘୋଷଣା କରିଛନ୍ତି।  ହଷ୍ଟେଲରେ ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ଥ ପ୍ରକାର ସୁବ୍ୟବସ୍ଥା ଗ୍ରହଣ କରାଯିବ ବୋଲି କୁଳପତି କହିଛନ୍ତି।

 ବାତ୍ୟାକୁ ନେଇ ଛାତ୍ରଛାତ୍ରୀ  ଭୟଭୀତ ନହେବାକୁ ଦେଲେ ପରାମର୍ଶ ଦେଇଛନ୍ତି।  କୌଣସି ଅସୁବିଧା ହେଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ସଙ୍ଗେ ସଙ୍ଗେ ଜଣାଇବାକୁ ପରାମର୍ଶ ଦେଇଛନ୍ତି କୁଳପତି।