ଭୁବନେଶ୍ବର, ୯।୫ : ଭୁବନେଶ୍ବର ବରମୁଣ୍ଡା ଓଭରବ୍ରିଜରେ ମର୍ମନ୍ତୁଦ ଦୁର୍ଘଟଣା।  ୨  ବାଇକକୁ ପିଟିଲା ଟ୍ରକ । ଦୁର୍ଘଟଣା ଏତେ ଭୟଙ୍କର ହୋଇଥିଲା ଯେ ଘଟଣାସ୍ଥଳରେ  ୩ ଜଣଙ୍କ ମୃତ୍ୟୁ ହୋଇଛି।   ମୃତକଙ୍କ ମଧ୍ୟରେ ଜଣେ ଯୁବତୀ ଅଛନ୍ତି। ଏଥି ସହ  ଜଣେ ଗୁରୁତର  ହୋଇଛନ୍ତି।  ଘଟଣା ସ୍ଥଳରେ ଖଣ୍ଡଗିରି ଥାନା ପୋଲିସ ପହଞ୍ଚି  ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଛି। ଦୁର୍ଘଟଣା ପରେ ଓଭରବ୍ରିଜରେ ଟ୍ରାଫିକ ଜାମ୍ ହୋଇଛି। ଟ୍ରାଫିକ ପୋଲିସ ଏବଂ ଆଇଆରବି ଫୋର୍ସ ପହଞ୍ଚି ଭିଡ ନିୟନ୍ତ୍ରଣ କରୁଛନ୍ତି।

ଭୁବନେଶ୍ବ ରରସୁଲଗଡ଼ ପଟୁ  ଗୋଟିଏ ସ୍କୁଟି ଏବଂ ଅନ୍ୟ ଏକ ବାଇକ୍‌ରେ ୪ଜଣ ଆସୁଥିଲେ। ଫାୟାର ଷ୍ଟେସନ ସମ୍ମୁଖ ଓଭର ବ୍ରିଜ୍‌ ଉପରେ ପଛପଟରୁ ଆସୁଥିବା ଏକ ଟ୍ରକ୍‌ ଉଭୟ ବାଇକ୍‌ ଏବଂ ସ୍କୁଟିକୁ ଧକ୍କା ଦେଇଥିଲା। ଟ୍ରକଟି ୨ ଟି ଗାଡିକୁ ଏତେ ଜୋରରେ ଧକ୍କା ଦେଇଥିଲା ଯେ ବାଇକ ଓ ସ୍କୁଟି ଆରୋହୀ ୩ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି।   ଦୁର୍ଘଟଣା ପରେ ଟ୍ରକଟି ଦ୍ରୁତ ଗତିରେ ଫେରାର ହୋଇ ଯାଇଛି।  ଅଗ୍ନିଶମ ବାହିନୀ ଏବଂ ପୁଲିସ  ପହଞ୍ଚି  ସମସ୍ତଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ  ନେଇଥିଲେ। ସେଠାରେ ଗୁରୁତରଙ୍କର ଚିକିତ୍ସା ଜାରି ରହିଛି। ତେବେ ଦୁର୍ଘଟଣା ପରେ ଓଭରବ୍ରିଜ ଉପରେ  ଟ୍ରାଫିକ ଜାମ ହୋଇଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ଯାତାୟତ ଠପ୍‌ ରହିଥିଲା । ଟ୍ରାଫିକ ପୁଲିସ ଭିଡ ନିୟନ୍ତ୍ରଣ କରିବା ପରେ   ଗାଡି ଚଳାଚଳ ସ୍ବାଭାବିକ ହୋଇଥିଲା। ତେବେ ମୃତକମାନଙ୍କ ପରିଚୟ ଏବେ ସୁଦ୍ଧା  ମିଳି ପାରି ନାହିଁ।

 ଆହୁରି ପଢନ୍ତୁ :   ବାଲିଅନ୍ତାରେ ଯୁବକଙ୍କୁ ପିଟି ପିଟି ହତ୍ୟା ଘଟଣା : ଗିରଫ ସଂଖ୍ୟା ୧୧କୁ ବୃଦ୍ଧି