ପ୍ରମୂଖ ଖବର
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

କୋଣାର୍କରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ୩ ଯୁବକଙ୍କ ଜୀବନ

Published By : Harapriya Sethi | February 12, 2025 7:53 AM

କୋଣାର୍କ,୧୨/୦୨: ଦୃତ ଗତିରେ ବାଇକ୍ ଚଳାଇବା ହେଲା କାଳ । ଦୁର୍ଘଟଣାରେ ଘଟଣା ସ୍ଥଳରେ ୨ ଜଣଙ୍କ ଜୀବନ ଚାଲି ଯାଇଥିବା ବେଳେ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର ବେଳେ ଆଉ ଜଣେ ଯୁବକ୍ଙକ ମୃତ୍ୟୁ ହୋଇଛି । ମୃତକ ଜୟପ୍ରକାଶ ସାହୁ, ସାଗର ମଲ୍ଲିକ, ଦୀପକ ମଲ୍ଲିକ ବୋଲି ଜଣାପଡ଼ିଛି । କୋଣାର୍କ-କାକଟପୁର ରାସ୍ତା କୋଣାର୍କ ଥାନା ଅର୍ନ୍ତଗତ ବଢେଇ ଛକରେ ଏଭଳି ଦୁର୍ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । 

ସୂଚନା ମୁତାବକ, ଚାରିଛକ ଦଣ୍ଡିକିରାର ଜୟପ୍ରକାଶ ସାହୁ,ସାଗର ମଲ୍ଲିକ,ଦୀପକ ମଲ୍ଲିକ ତିନି ଜଣ ସାଥି ହୋଇ ମଙ୍ଗଳବାର ରାତି ପ୍ରାୟ ୧ଟା ସମୟରେ ବାଇକ୍‌ରେ କୋଣାର୍କରୁ ଘରକୁ ଫେରୁଥିଲେ । ବଢେଇ ଛକ ବୁଲାଣି ନିକଟରେ ଭାରସାମ୍ୟ ହରାଇ ବାଇକ୍‌ଟି ମଣ୍ଡପରେ ଧକ୍କା ହୋଇଥିଲା । ଏଥିରେ ତିନି ଜଣ ଗୁରୁତର ଆହତ ହୋଇଥିଲେ ଏବଂ ବାଇକ୍‌ଟି ଚୁରମାର ହୋଇଯାଇଥିଲା। ଦୁର୍ଘଟଣା ଫଳରେ ଘଟଣା ସ୍ଥଳରେ ହିଁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା । ପ୍ରଚଣ୍ଡ ଶବ୍ଦରେ ସ୍ଥାନୀୟ ବାସିନ୍ଦା ନିଦରୁ ଉଠି ଘଟଣା ସମ୍ପର୍କରେ ଜାଣିବାକୁ ପାଇ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ କୋଣାର୍କ ଚମ୍ପାହାର ଅଗ୍ନିଶମ ବାହିନୀର ଏକ ଟିମ୍‌ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ । ଗୁରୁତର ଯୁବକଙ୍କୁ ଉଦ୍ଧାର କରି ତୁରନ୍ତ ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ବାଟରେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ସକାଳୁ ଦୁର୍ଘଟଣା ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳକୁ ଲୋକଙ୍କ ସୁଅ ଛୁଟିଥିଲା । କୋଣାର୍କ ଥାନାରେ ଏକ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ନିମନ୍ତେ ଚାରିଛକ ହସ୍ପିଟାଲ ପଠାଯାଇଥିବା ପୋଲିସ ସୂଚନା ଦେଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.