​​​​​​​ନବରଙ୍ଗପୁର,୨୦।୧ :  ବନ ବିଭାଗରେ କାର୍ଯ୍ୟରତ ତିନି ଜଙ୍ଗଲ ଜଗୁଆଳୀ କର୍ମଚାରୀଙ୍କ ବାଇକକୁ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଡାବୁଗାଁ ରେଞ୍ଜ  କେନ୍ଦୁଗୁଡା ବନ ସଂଗ୍ରକ୍ଷଣ ସମିତି ମୈଦଲପୁର ସେକସନ ବାର୍ଲିବିଟ ଜଙ୍ଗଲରେ ଘଟିଛି ଏଭଳି ଘଟଣା ।

ମୈଦଲପୁର ବନାଞ୍ଚଳ ଅଧୀନ ଜଙ୍ଗଲରେ କାର୍ଯ୍ୟରତ ତିନି ଜଗୁଆଳି  କ୍ଷୀରୋସିନ୍ଧୁ ଯାନୀ, ଗଜେନ୍ଦ୍ର ଯାନୀ ଓ ସୁରେନ୍ଦ୍ର ଅଗ୍ରୀଆ ଜଙ୍ଗଲରେ ନିଜ କାର୍ଯ୍ୟ କରିବାକୁ ଯାଇଥିଲେ । ବାଇକ ରଖି ଜଙ୍ଗଲ ଭିତରକୁ କାର୍ଯ୍ୟ କରିବାକୁ ଯାଇଥିଲେ । ଏହାର ସୁଯୋଗ ନେଇ କିଛି ଅଜଣା ଦୁଇ ଦୁର୍ବୃତ୍ତ  ରଖିଥିବା ବାଇକକୁ ନିଆଁ ଲଗାଇ ଥିଲେ । ଫଳରେ ୩ ଟି ବାଇକ ମଧ୍ୟରୁ ଗୋଟିଏ ବାଇକ ନିଆଁ ରେ ଜଳି ଯାଇଥିବା ବେଳେ ଦୁଇଟି ବାଇକ ରେ ନିଆଁ ଲାଗୁ ଥିବା ସମୟରେ ସେମାନେ ଆସି ନିଆଁକୁ ଆୟତ୍ତ କରିଥିଲେ । ଖବର ପାଇ ମୈଦଲପୁର ବନ ବିଭାଗ ଅଧିକାରୀ ମଧୁସୂଦନ ପାତ୍ର ଘଟଣା ସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ ।ଗୋଟେ ବାଇକ ସମ୍ପୂର୍ଣ ନଷ୍ଟ ହୋଇଯାଇଛି ।

ଅନ୍ୟପଟେ ବନ ବିଭାଗ ଅଧିକାରୀ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ  ଏଭଳି କାଣ୍ଡ କିଏ ଘଟାଇଛି ତାହା ତଦନ୍ତ ପରେ ଜଣାପଡିବ ବୋଲି ପୋଲିସ ତରଫରୁ ସୂଚନା ମିଳିଛି । ତେବେ  ମୈଦଲପୁର ଅଂଚଳରେ ଦିନକୁ ଦିନ ବାଇକ ଚୋରି ବଢୁଥିବା ସମୟରେ ପୁଣି ବାଇକକୁ ନିଆଁ ଲଗାଇବା ଏଭଳି କାର୍ଯ୍ୟହେତୁ ଅଞ୍ଚଳବାସୀ ଭୟଭୀତ ରହିଛନ୍ତି । ପୋଲିସ ପ୍ରଶାସନ ଦୁର୍ବୃତ୍ତ ମାନଙ୍କୁ ଶୀଘ୍ର ଧରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ଜଙ୍ଗଲ ଜମି ମାଫିଆ ନା କାଠ ମାଫିଆ ବାଇକ ରେ ନିଆଁ ଲଗାଇ ଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି।