ତିଲେଶ୍ୱର, ୨୬୧୦(ଆପ୍ର); ହରଭଙ୍ଗା ତହସିଲ ଅନ୍ତର୍ଗତ କରଂଜକଟା ଗ୍ରାମ ନିକଟରୁ ବେଆଇନ ବାଲି ଚୋରା ଚାଲାଣ  ହେଉଥିବା ବେଳେ ୩ ଟି ହାଇଓ୍ବାକୁ ଖଣି ବିଭାଗ ଜବତ କରିଛି।  ୩ଟି ହାଇଓ୍ବାକୁ ପୁରୁଣାକଟକ ପୁଲିସ  ଜିମା ଦେଇଛି ଖଣି ବିଭାଗ ।

ହରଭଙ୍ଗା ମହାନଦୀ ଘାଟରୁ ବାଲି ଚୋରାଚାଲାଣ ହେଉଥିବା ନେଇ ଖବର ମିଳିଥିଲା। ଏହାପରେ ହରଭଙ୍ଗାରୁ ଚାରିଛକ ଆସୁଥିବା ୩ ଟି ହାଇଓ୍ବାକୁ ଖଣି ବିଭାଗ ଅଧିକାରୀ ମନହର ମହନ୍ତ ଏବଂ ତହସିଲଦାର ବଳଦେବ ବେହେରା ଟିମ ସହ ଚଢାଉ କରିଥିଲେ । ଗାଡିର କାଗଜପତ୍ର ତନଖି କରିବା ସହ ବାଲି ବେଆଇନ ଭାବେ ଆସିଥିବାରୁ ଗାଡି ଗୁଡିକ ଜବତ କରି ପୁରୁଣାକଟକ ଥାନାରେ ଅଟକ ରଖାଯିବା ସହ ତଦନ୍ତ ଚାଲିଥିବା ଶ୍ରୀ ମହନ୍ତ କହିଛନ୍ତି ।

 ପ୍ରକାଶ ଥାଉକି ତହସିଲ ଅଧିନରେ ଥିବା ସୁରୁଣ୍ଡି , ଡିଆଁଘାଟ , ଖରସଂଙ୍କୁଲେଇ , ସାକୁଶିଙ୍ଗା ଆଦି ବାଲି ଘାଟରୁ ଦୈନିକ ଶହ ଶହ ଟ୍ରିପ ବାଲି ଆଠମଲ୍ଲିକ , ଫୁଲବାଣି , ଦଶପଲ୍ଲା ଅଚଂଳକୁ ଯାଉଛି । ତେବେ ନିଲାମ ନେଇଥିବା ବ୍ୟକ୍ତି ମାନେ ଅନ୍ୟ ମାନଙ୍କ ହାତରେ ଘାଟ ଦାୟିତ୍ୱ ଦେଇଥିବା ଜଣାଯାଇଛି । ଯାହା ଫଳରେ ବାଲି ଘାଟ ରୁ ପ୍ରତ୍ୟେକ ଦିନ କେତେ ପରିମାଣର ଯାଉଛି କାହା ପାଖରେ ହିସାବ ନଥିବା କୁହାଯାଉଛି । ବାଲି ମାଫିଆ ଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ ହେଉଛି ।