ଭୁବନେଶ୍ବର,୧୨।୭ - କପ୍ତିପଦା ବନ ବିଭାଗ ସହିତ ଏସଟିଆରଏଫ ଟିମ ମିଳିତ ଭାବେ ଚଢ଼ାଉ କରି ଶିମିଳିପାଳର ବଫର ଅଞ୍ଚଳ ନୋଟ ବିଟରୁ ୩ ଜଣ ଶିକାରୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ବନବିଭାଗ ୩ଟି ବନ୍ଧୁକ ଓ ୬ଟି ଗୁଳି ଜବତ କରିଛି। ଗିରଫ ଶିକାରୀ ମାନେ ହେଲେ କପ୍ତିପଦା ଥାନା ଅଞ୍ଚଳର ଜଗନ୍ନାଥ ନାୟକ, ବୁଦ୍ଧିରାମ ସିଂ ଓ କୁଅଁର ମୁର୍ମୁ।
ଶିମିଳିପାଳର ବଫର ଅଞ୍ଚଳ ନୋଟ ବିଟକୁ ୪ ଜଣ ଶିକାରୀ ଶିକାର ନିମନ୍ତେ ଯାଇଥିଲେ। ପାଟ୍ରୋଲିଂ ସମୟରେ ବନବିଭାଗ କର୍ମଚାରୀଙ୍କ ହାବୁଡରେ ପଡିଥିଲେ। ଘଟଣାସ୍ଥଳରୁ ଜଣେ ଶିକାରୀ ଚମ୍ପଟ ମାରିଥିବା ବେଳେ ଅନ୍ୟ ୩ ଜଣ ଶିକାରୀକୁ ବନ ବିଭାଗ ଗିରଫ କରିଥିଲା। କପ୍ତିପଦା ଥାନା ଅଞ୍ଚଳର ଜଗନ୍ନାଥ ନାୟକ, ବୁଦ୍ଧିରାମ ସିଂ ଓ କୁଅଁର ମୁର୍ମୁଙ୍କୁ ବନବିଭାଗ ଗିରଫ କରି କୋର୍ଟ ଚାଲାଣ କରିଥିଲା।