ଆନନ୍ଦପୁର, ୨୫।୯ :  ଏକା ସାଙ୍ଗରେ ଗୋଟିଏ ଗାଁରୁ ଜଣେ ନାବାଳିକା ଓ ୨ଯୁବତୀ ନିଖୋଜ । ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ଅଧୀନ ଏକ ଗାଁରେ  ଘଟିଛି ଏଭଳି ଏକ ଘଟଣା। ଏଥିରେ ଗାଁର ଜଣେ ଯୁବକ ସନ୍ଦେହ ଘେରରେ ରହିଛି। ଏ ନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି।

ବୁଧବାର ସନ୍ଧ୍ୟାରେ ଗାଁରେ ଜଣଙ୍କର ଏକାଦଶାହ ଭୋଜି ଚାଲିଥିଲା ।  ସେହି ସମୟରୁ ହିଁ ଗାଁର ୨ ଜଣ ଯୁବତୀ ଓ ଜଣେ ନାବାଳିକାନିଖୋଜ ହୋଇଛନ୍ତି । ସବୁଆଡେ ଖୋଜି ନିରାଶ ହେବାପରେ ପରିବାର ଲୋକେ ଘଷିପୁରା ଥାନାରେ ମାମଲା ଅଭିଯୋଗ କରିଛନ୍ତି।  ତେବେ ନିଖୋଜ ପଛରେ  ଗାଁ ର ଜଣେ ଯୁବକଙ୍କ ହାତଥିବା ସନ୍ଦେହ କରିଛନ୍ତି ପରିବାର ଲୋକେ । ପୋଲିସ୍ ଗାଁ ରେ ପହଁଞ୍ଚି ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।