ପ୍ରମୂଖ ଖବର
  • ଅପରେସନ ‘ସିନ୍ଦୂର’କୁ ନେଇ ଆସିପାରେ ବଡ଼ ସୂଚନା, ଅପରାହ୍ନ ୫ଟା ୩୦ରେ MEA ପ୍ରେସ୍‌ବ୍ରିଫ୍
  • ||
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ତାମିଲନାଡ଼ୁରୁ ୩ଓଡ଼ିଆ ଶ୍ରମିକଙ୍କୁ ଅପହରଣ ! ନିର୍ଯାତନା ଦେଲେ, ୫୫ ହଜାର ନେଇ ଛାଡ଼ିଲେ

Published By : Prameya | March 25, 2025 11:48 PM

ପାତ୍ରପୁର, ୨୫/୩ : ତାମିଲନାଡ଼ୁସେଲାମ୍‌ ରେଳ ଷ୍ଟେସନରୁ ତିନି ଜଣ ଓଡ଼ିଆଶ୍ରମିକଙ୍କୁ ଅପହରଣ ଓ ପରେ ମାଡ଼ ମାରିବାସହ ଶାରୀରିକ ନିର୍ଯାତନା ଅଭିଯୋଗ ହୋଇଛି । ଜଣକ ପିଛା ୧୫ ହଜାର ଟଙ୍କା ଦେଲେ ଛଡ଼ାଯିବ ନହେଲେ ପ୍ରାଣରେ ମାରିଦେବେ ବୋଲିଧମକ ଦେଇଥିଲେ ଅପହର୍ତ୍ତା । ଶେଷରେନିରୁପାୟ ହୋଇ ଘରକୁ ଫୋନ କରି ତିନି ଜଣଶ୍ରମିକ ମୋଟ ୫୫ ହଜାର ଟଙ୍କା ଅପହର୍ତ୍ତାଙ୍କୁଦେବା ପରେ ତାଙ୍କୁ ମୁକ୍ତ କରିଥିଲେ । ଏଭଳି ନିର୍ଯାତନାର ଶିକାର ହୋଇଛନ୍ତି ଗଞ୍ଜାମ ଜିଲ୍ଲାପାତ୍ରପୁର ବ୍ଲକ ସୁରଙ୍ଗି ପଞ୍ଚାୟତ ଅନ୍ତର୍ଗତସିନ୍ଧିପଙ୍କ ଓ ତୁମ୍ବା ପଞ୍ଚାୟତ ଅନ୍ତର୍ଗତ ଗଙ୍ଗାପୁରଗ୍ରାମର ତିନି ଜଣ ଯୁବକ । ଅପହର୍ତ୍ତାଙ୍କ କବଳରୁ ମୁକ୍ତି ପାଇବା ପରେସେମାନେ ଆମ ପ୍ରତିନିଧିଙ୍କୁ ଘଟଣା ସମ୍ପର୍କରେସୂଚନା ଦେଇଛନ୍ତି । 

ମିଳିଥିବା ସୂଚନା ଅନୁସାରେ, ଗତ ଗୁରୁବାର ସିନ୍ଧିପଙ୍କ ଗ୍ରାମର ଭୀମ ବେହେରା(୩୭), ଗଙ୍ଗାପୁର ଗ୍ରାମର କୃଷ୍ଣ କାର୍ଜୀ(୧୮)ଓ ଟୁନା କାର୍ଜୀ(୨୦) ତିନି ଜଣ ଯୁବକ ଦାଦନଖଟିବାକୁ କେରଳ ଯାଉଥିଲେ । ରାସ୍ତାରେ କିଛିଦୁର୍ବୃତ୍ତ ସେଲାମ ଷ୍ଟେସନରେ ଗୋଟିଏ ଭିଜିଟିଂକାର୍ଡ ଦେଇ ପାରଲେ-ଜୀ ବିସ୍କୁଟ କାରଖାନାରେକାମ କରିବା ପାଇଁ ଶ୍ରମିକ ଆବଶ୍ୟକ କହିଥିଲେ ।କିନ୍ତୁ ସେମାନେ ପ୍ରସ୍ତାବରେ ରାଜି ନହୋଇ ପୂର୍ବନିର୍ଦ୍ଧାରିତ ସ୍ଥାନରେ ପହଞ୍ଚି କାମ କରିଥିଲେ । କିନ୍ତୁସେଠାରେ କାମ ତୁଳନାରେ ଦରମା ନଗଣ୍ୟଯୋଗୁଁ ରେଳଯାତ୍ରା ସମୟରେ ପାଇଥିବା ଭିଜିଟିଂକାର୍ଡରେ ଥିବା ଫୋନ ନମ୍ବରରେ ଯୋଗାଯୋଗକରିଥିଲେ । ଫୋନ୍‌ କଲ୍‌ ପାଇବା ପରେ ସେଲାମଷ୍ଟେସନରେ ପହଞ୍ଚି ତାଙ୍କ ସହିତ ଯୋଗାଯୋଗକରିବା ପାଇଁ କହିଥିଲେ ଭିଜିଟିଂ କାର୍ଡରେନାମ ଉଲ୍ଲେଖ ଥିବା ଯୁବକ କହିଥିଲେ । ସେ ଅନୁସାରେ ତିନିଜଣ ଯୁବକ ସେଲାମଷ୍ଟେସନରେ ପହଞ୍ଚିବା ପରେ ଭିଜିଟିଂ କାର୍ଡରେଥିବା ନମ୍ବରରେ ପୁଣି ଯୋଗାଯୋଗ କରିଥିଲେ ।ପରେ ଦୁଇ ଜଣ ବ୍ୟକ୍ତି ଗୋଟିଏ କାରରେ ଆସିତାଙ୍କୁ ନେଇ ଯାଇଥିଲେ । ଷ୍ଟେସନରୁ ପ୍ରାୟଦୁଇ ତିନି ଘଣ୍ଟା ଜଙ୍ଗଲ ରାସ୍ତାରେ ନେବା ପରେଗୋଟିଏ ବନ୍ଦ କୋଠରୀରେ ରଖି ନିର୍ଯାତନାଦେଇଥିଲେ । ତିନି ଜଣଙ୍କୁ ନିର୍ଦ୍ଧୁମ ମାଡ଼ ମାରିବାପରେ ତାଙ୍କୁ ଜଣକ ପିଛା ୧୫ ହଜାର ଟଙ୍କାଲେଖାଏଁ ଏକ ଘଣ୍ଟା ଭିତରେ ଦେବାକୁ ନିର୍ଦ୍ଦେଶଦେଇଥିଲେ । ଯଦି ଟଙ୍କା ଦେବାରେ ବିଳମ୍ବ ହୁଏତେବେ ପ୍ରତ୍ୟେକ ଅଧ ଘଣ୍ଟାରେ ୫ ହଜାରଟଙ୍କା ଅଧିକ ଦାବି କରିଥିଲେ । ପ୍ରଥମ ଯୁବକଭୀମ ବେହେରା ତୁରନ୍ତ ଘରକୁ ଫୋନ କରି୧୫ ହଜାର ଟଙ୍କା ଫୋନ ପେ’ ମାଧ୍ୟମରେଦେଇଥିଲେ । 

ଅନ୍ୟ ଦୁଇ ଜଣ ଯୁବକ ଅଧଘଣ୍ଟା ବିଳମ୍ବ ହେବାରୁ ୨୦ ହଜାର ଟଙ୍କା ପୈଠକରିବାକୁ ବାଧ୍ୟ ହୋଇଥିଲେ ।ମୋଟ ୫୫ ହଜାର ଟଙ୍କା ପାଇବା ପରେ ଦୃର୍ବୃତ୍ତମାନେ ତିନିଜଣଙ୍କ ଆଖିରେ ପଟି ବାନ୍ଧି ବେକରେ ଧାରୁଆଅସ୍ତ୍ର ରଖି ତିନି ଘଣ୍ଟା ଚଲାପଥରେ ନେବା ପରେତାଙ୍କୁ ମୁଖ୍ୟ ରାସ୍ତାରେ ଛାଡ଼ି ସେଠାରୁ ଚମ୍ପଟମାରିଥିଲେ । ସେଠାରୁ କୌଣସି ମତେ ନିଜଗ୍ରାମରେ ପହଞ୍ଚି ଚିକିତ୍ସା ହେଉଥିବା ସୂଚନାମିଳିଛି । ଏନେଇ ଭୀମ ବେହେରା ଘଟଣାସମ୍ପର୍କରେ ବିସ୍ତୃତ ତଥ୍ୟ ଦେବା ସହିତ ପ୍ରତିକ୍ରିଆରେ କହିଛନ୍ତି, ଆମ ସହିତ ଯାହାହେଲା ଅନ୍ୟ ଶ୍ରମିକଙ୍କ ସହିତ ନହେଉ ।ସରକାର ଓ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାସହିତ ଦୁର୍ବୃତ୍ତଙ୍କୁ ଧରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେ ଦାବି କରିଛନ୍ତି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.