ଭୁବନେଶ୍ୱର,୨୩/୦୫: ବେଆଇନ ବାଲି ଚାଲାଣ ବେଳେ ବନ ବିଭାଗର ଚଢାଉ । ୩ଟି ହାଇୱା ଜବତ, ୩ ଗାଡ଼ି ମାଲିକଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ । ଏହାପରେ ଗାଡ଼ି ଗୁଡ଼ିକୁ ମାଲିକ ମାନଙ୍କୁ ହସ୍ତାନ୍ତର କରିଛି ବନ ବିଭାଗ । କେନ୍ଦୁଝର ଜିଲ୍ଲା ପାଟଣା ତହସିଲ ଅଧିନ ଡୁମୁରିଆ ତୋଣ୍ଡ ବୈତରଣୀ ନଦୀ ଘାଟ ଓ ଚାଙ୍ଗୁଆପଡ଼ା ବାଲି ଘାଟରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, କେନ୍ଦୁଝର ଜିଲ୍ଲା ପାଟଣା ତହସିଲ ଅଧିନ ଡୁମୁରିଆ ତୋଣ୍ଡ ବୈତରଣୀ ନଦୀ ଘାଟ ଓ ଚାଙ୍ଗୁଆପଡା ବାଲି ଘାଟରୁ ବେଆଇନ ବାଲି ଚୋରା ଚାଲାଣ ଖବର ପାଇ ଅତର୍କିତ ଚଢ଼ାଉ କରିଥିବା ବନ ବିଭାଗ । ଚଢାଉ ବେଳେ ବନ ବିଭାଗ ୩ଟି ହାଇୱା ଜବତ କରିଥିଲା । ଉକ୍ତ ୩ ହାଇୱାର ମାଲିକଙ୍କଠାରୁ ମୋଟ୍ ୬ଲକ୍ଷ ୧୬ହଜାର ୬୮୮ ଟଙ୍କା ଜରିମାନା ଆଦାୟ ପରେ ଗାଡ଼ି ଗୁଡିକୁ ମାଲିକଙ୍କୁ ହସ୍ତାନ୍ତର କରାଯାଇଛି ।