ଯାଜପୁର,୨୫/୦୮: ବୈତରଣୀ ନଦୀର ଶାଖା କାଣୀ ନଦୀରେ ୩୦ ଫୁଟର ଘାଇ ହୋଇଛି । ଦଶରଥପୁର ବ୍ଲକ ଅହିୟାସ ମୁସଲିମ ସାହି ନିକଟରେ ୩୦ ଫୁଟରୁ ଉର୍ଦ୍ଧ୍ୱ ଘାଇ ହୋଇଥିବା ଦେଖିବାକୁ ମିଳିଛି । ସୋମବାର ଭୋର ୪ଟା ୫୦ରେ ଘାଇ ହୋଇଥିବା ସୂଚନା ମିଳିଛି।
ସୂଚନା ମୁତାବକ, ରବିବାର ରାତିରେ ଘଳିଆ ପଡ଼ିଥିଲା । ଯାହାଫଳରେ ୩୦ ଫୁଟର ସୃଷ୍ଟି ହୋଇଛି । ବୈତରଣୀ ନଦୀରେ ବିପଦ ସଂକେତ ଉପରେ ପାଣି ପ୍ରବାହିତ ହେଉଥିବାରୁ ଏହି ଘାଇ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଅହିୟାସ ମଲ୍ଲିକା ପୁର, କସପା, ମହାନ୍ତି ପାଟଣା ଆଦି ପଞ୍ଚାୟତ ପ୍ରଭାବିତ ହୋଇଛି । ସେପଟରେ ବୈତରଣୀ ନଦୀରେ ବନ୍ୟା ଜଳ ଆସିବା ଦ୍ଵାରା ଅନେକ ପଞ୍ଚାୟତରେ ପାଣି ପଶିଥିବା ଦେଖିବାକୁ ମିଳିଛି । ଯାଜପୁର ବ୍ଲକ ସିମିଳିଆ ପଞ୍ଚାୟତର ମୁଖ୍ୟ ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।