ଭଞ୍ଜନଗର,୯/୬: ସୋମବାର ସନ୍ଧ୍ୟାରେ ବଜ୍ରାଘାତ ଘଟି ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ଅଳସୁ ପଞ୍ଚାୟତର ଖଇରଝୋଳା ଗ୍ରାମର ବଂଶୀ ଗୌଡ଼ଙ୍କ ୩୦ଟି ଛେଳି ମୃତ୍ୟୁବରଣ କରିଛନ୍ତି। ବଂଶୀ ଛେଳି ପଲ ଧରି ଗାଁ ପାଖ ଜଙ୍ଗଲକୁ ଯାଇଥିବା ବେଳେ ସନ୍ଧ୍ୟା ସାଢେ ୬ଟା ରେ ଗାଁ କୁ ଫେରିବା ବାଟରେ ହଠାତ୍ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ବିଜୁଳି ମାରଥିଲା। ଏହା ଦେଖି ସେ ଏକ ଗଛ ମୂଳରେ ଛେଳି ପଲ ସହ ଆଶ୍ରୟ ନେଇଥିବା ବେଳେ ହଠାତ୍ ବଜ୍ରାଘାତରେ ୩୦ଟି ଛେଳି ଘଟଣାସ୍ଥଳରେ ହିଁ ଟଳି ପଡିଥିଲେ। ବଂଶୀ ଗୌଡ ଜଣେ ଗରିବ କୃଷକ ହୋଇଥିବାରୁ ତାଙ୍କୁ ଆର୍ଥିକ କ୍ଷତିପୂରଣ ଦେବାକୁ ଗ୍ରାମବାସୀ ସ୍ଥାନୀୟ ପ୍ରଶାସନକୁ ନିବେଦନ କରିଛନ୍ତି।

ଡିଏମକେକୁ କ୍ଷମତାଚ୍ୟୁତ କରିବେ ତାମିଲନାଡୁ ଲୋକେ, ଷ୍...