ଭୁବନେଶ୍ବର, ୨୬।୧୧ : ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥାପନ କରିଛନ୍ତି। ମୋଟ ୧୨,୧୫୬ କୋଟି ଟଙ୍କାର ବ୍ୟୟବରାଦ ବିଧାନସଭାରେ ଅନୁମୋଦନ ପାଇଁ ମୁଖ୍ୟମନ୍ତ୍ରୀ ଉପସ୍ଥାପନ କରିଛନ୍ତି।
ସଂସ୍କୃତି ଓ ପର୍ଯ୍ୟଟନ କ୍ଷେତ୍ରକୁ ପ୍ରୋତ୍ସାହନ ପାଇଁ ବଜେଟରେ ବ୍ୟୟବରାଦ କରାଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରକୁ ଅନୁଦାନ ପାଇଁ ୩୧ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ପାଇଁ ୪୮ କୋଟି ଟଙ୍କା ଓ ସଂସ୍କୃତି ନିର୍ଦେଶାଳୟ ପାଇଁ ୯୯ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।
ସେହିପରି କଳାମଣ୍ଠଳ ପ୍ରତିଷ୍ଠା ପାଇଁ ୩୦ କୋଟି ଟଙ୍କା , ରାଜସ୍ବ ସଂଗ୍ରହାଳୟ ଓ ଗବେଷଣା ପାଇଁ ୧୨ କୋଟି ଟଙ୍କା , ହସ୍ତତନ୍ତ ଶିଳ୍ପର ପ୍ରୋତ୍ସାହନ ପାଇଁ ୧୧ କୋଟି ଟଙ୍କା ଓ ପ୍ରର୍ଯ୍ୟଟନ ସୂଚନା ଓ ପ୍ରଚାର ପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।