ଭୁବନେଶ୍ବର, ୨୬।୧୧ : ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥାପନ କରିଛନ୍ତି।  ମୋଟ ୧୨,୧୫୬ କୋଟି ଟଙ୍କାର  ବ୍ୟୟବରାଦ ବିଧାନସଭାରେ  ଅନୁମୋଦନ ପାଇଁ ମୁଖ୍ୟମନ୍ତ୍ରୀ  ଉପସ୍ଥାପନ କରିଛନ୍ତି। 

ସଂସ୍କୃତି ଓ ପର୍ଯ୍ୟଟନ କ୍ଷେତ୍ରକୁ  ପ୍ରୋତ୍ସାହନ ପାଇଁ ବଜେଟରେ ବ୍ୟୟବରାଦ କରାଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରକୁ ଅନୁଦାନ ପାଇଁ ୩୧ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ପାଇଁ ୪୮ କୋଟି ଟଙ୍କା ଓ ସଂସ୍କୃତି ନିର୍ଦେଶାଳୟ ପାଇଁ ୯୯ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।

ସେହିପରି କଳାମଣ୍ଠଳ ପ୍ରତିଷ୍ଠା ପାଇଁ ୩୦ କୋଟି ଟଙ୍କା , ରାଜସ୍ବ ସଂଗ୍ରହାଳୟ ଓ ଗବେଷଣା ପାଇଁ ୧୨ କୋଟି ଟଙ୍କା ,  ହସ୍ତତନ୍ତ ଶିଳ୍ପର ପ୍ରୋତ୍ସାହନ ପାଇଁ ୧୧ କୋଟି ଟଙ୍କା ଓ ପ୍ରର୍ଯ୍ୟଟନ ସୂଚନା ଓ ପ୍ରଚାର ପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।