ପ୍ରମୂଖ ଖବର
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

୩୧ଜଣ ଆଦିବାସୀ ଛାତ୍ରଛାତ୍ରୀ ରାଜ୍ୟ ସ୍ତରୀୟ ଶିଶୁ ଉତ୍ସବ ପ୍ରତିଯୋଗୀତାରେ ନେବେ ଭାଗ

Published By : Prameya | November 1, 2024 7:06 PM

ମାଲକାନଗିରି : ମାଲକାନଗିରି ଜିଲ୍ଲାର ବିଭିନ୍ନ ଶିଶୁ ଗୃହର ୩୧ଜଣ ଆଦିବାସୀ ଛାତ୍ରଛାତ୍ରୀ ରାଜ୍ୟ ସ୍ତରୀୟ ଶିଶୁ ଉତ୍ସବ ମହକ ଓ ଉତ୍ସାହ ପ୍ରତିଯୋଗୀତାରେ ଭାଗ ନେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ମିଳିତ ଆନୁକୁଲ୍ୟରେ, ସଦର ମହକୁମା ସ୍ଥିତ ମାଲ୍ୟବନ୍ତ ଛାତ୍ରାବାସ ପରିସରରେ ଗତ ଦୁଇ ଦିନ ଧରି ଚାଲିଥିବା ଶିଶୁ ମହୋତ୍ସବ ମହକ ଓ ଉତ୍ସାହ ଉତ୍ସବ ଉଦଯାପିତ ହୋଇ ଯାଇଛି। ଜିଲ୍ଲା ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ୩୧ ଜଣ ଆଦିବାସୀ ଛାତ୍ରଛାତ୍ରୀ ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି।

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ମୁଖ୍ୟବକ୍ତା ଭାବେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ତେରେସ୍କଭା ମଲ୍ଲିକ, ବରିଷ୍ଠ ସାମ୍ବାଦିକ ରତ୍ନାକର ଦାଶ, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ସଂଯୁକ୍ତା ପ୍ରଧାନ, ଇନ୍ଦିରା ପ୍ରଧାନ ଯୋଗ ଦେଇ ଆଜିର ଶିଶୁ କାଲିର ନାଗରିକ, ଶିଶୁ ହସିଲେ ଦୁନିଆ ହସିବ,ଦୃଢ଼ ମନୋବଳ ଓ କଠୋର ପରିଶ୍ରମ ମାଧ୍ୟମରେ ଜୀବନରେ ଉନ୍ନତି ହାସଲ କରି ପାରିବେ ବୋଲି ମଞ୍ଚାସିନ ଅତିଥି ମାନେ ଉଦବୋଧନ ଦେଇଥିଲେ। ଶିଶୁଙ୍କୁ ଅନୁପ୍ରାଣୀତ କରିବା ସହ ଶିକ୍ଷା , କ୍ରୀଡ଼ା ଓ ଅନ୍ୟାନ୍ୟ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇ ଜିଲ୍ଲା ଓ ରାଜ୍ୟର ଗୌରବ ବୃଦ୍ଧି କରିବା ପାଇଁ ପିଲାଙ୍କୁ ଉତ୍ସାହିତ କରିଥିଲେ। 

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅଧିନରେ କାର୍ଯ୍ୟ କରୁଥିବା ମାଲକାନାଗିରିର ପରିବର୍ତ୍ତନ ଶିଶୁ ଗୃହ, ଚିତ୍ରକୋଣ୍ଡାର ବନବାସୀ ଆଶ୍ରମ, କୋରୁକୁଣ୍ଡାର ନିଳାଞ୍ଚଳ ଆଦିବାସୀ ସେବାଶ୍ରମ ଓ ଖଇରପୁଟର ଜୟ ଚିଲଡ୍ରେନ୍ସ ହୋମର ୧୧୮ ଜଣ ଶିଶୁ , ଏହି ଦୁଇ ଦିନିଆ ଶିବିରରେ ଯୋଗ ଦେଇଥିଲେ। ସଙ୍ଗୀତ, ଚିତ୍ରାଙ୍କନ, କୁଇଜ୍, ବକୃତା, ନୃତ୍ୟ ଏବଂ କ୍ରୀଡ଼ା ପ୍ରତିଯୋଗୀତା କୃତିତ୍ୱ ହାସଲ କରିଥିବା ଶିଶୁଙ୍କୁ ପୁରସ୍କୃତ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମକୁ ନିତ୍ୟାନନ୍ଦ ପ୍ରଧାନ, ଦିଲ୍ଲୀପ କୁମାର ପରିଚ୍ଛା, ରଞ୍ଜିତ, ସଞ୍ଜୟ ତୁରୁକ, ସୁଦେଷ୍ଣା ରାଉତ, ସତ୍ୟଜିତ ପଣ୍ଡା, ଗଙ୍ଗାଧର ଶବର, ସୁଶାନ୍ତ ସାହୁ , ଶିବ ନାୟକ, ଚକ୍ରପାଣି ସାହୁ, ଶ୍ୟାମ ସଗରିଆ ଓ ଜୟପ୍ରଭା ସିକଦାର ପରିଚାଳନା କରିଥିଲେ। 

ଅନ୍ୟ ମାନଙ୍କ ମଧ୍ୟରେ ଶିଶୁ ମଙ୍ଗଳ କମିଟି, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଚାଇଲ୍ଡ ଲାଇନ ଏବଂ ପର୍ଯ୍ୟବେକ୍ଷଣ ଓ ସ୍ଵତନ୍ତ୍ର ଗୃହର କର୍ମଚାରୀ ଉପସ୍ଥିତ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.