ପ୍ରମୂଖ ଖବର
  • ଅନୁଗୁଳ ଡେଲି ମାର୍କେଟରେ ଅଗ୍ନିକାଣ୍ଡ; ପୋଡ଼ି ପାଉଁଶ ହୋଇଗଲା ୩୦ରୁ ଉର୍ଦ୍ଧ୍ୱ ପିଣ୍ଡି, ଲକ୍ଷାଧିକ ସମ୍ପତ୍ତି ନଷ୍ଟ
  • ||
  • ଛତିଶଗଡ଼ ସୁକମାରେ ନକ୍ସଲ ହମଲା;୨ ଯବାନ ଗୁରୁତର
  • ||
  • ଭାପୁର : ମହାନଦୀରୁ ସାତଫୁଟର ମୃତ କୁମ୍ଭୀର ଉଦ୍ଧାର
  • ||
  • ପାଟଣା ରେଞ୍ଜରେ ହାତୀପଲଙ୍କ ଆତଙ୍କ, ବିଳମ୍ବିତ ରାତିରେ ଭାଙ୍ଗିଦେଲେ ୪ ଘର
  • ||
  • ମୋହନା : ପୋଲିସ ହେପାଜତରୁ ଚମ୍ପଟ ମାରିଲା ଆସାମୀ, ଅଭିଯୁକ୍ତକୁ ଖୋଜୁଛି ମହାରାଷ୍ଟ୍ର ପୋଲିସ
  • ||
  • ସୁବର୍ଣ୍ଣପୁର : ବୋଲେରୋ ଧକ୍କାରେ ଜଣେ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ କଲେ ଗ୍ରାମବାସୀ
  • ||
  • ବଲାଙ୍ଗୀର ଜିଲ୍ଲାରେ ଗଜରାଜ ମୃତ, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିରରେ ପଡ଼ିଲା ଛେପ, ମହାପ୍ରଭୁଙ୍କର ହେଲା ବଡ ମହାସ୍ନାନ
  • ||
  • ଡେଲାଙ୍ଗ ପରିବା ହାଟରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ଲକ୍ଷାଧିକ ଟଙ୍କାର ପରିବା, ଜଣେ ଅଟକ
  • ||
  • ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ଆଜି ବିଜେପି ନିଜ ସଙ୍କଳ୍ପପତ୍ର ଜାରି କରିପାରେ
  • ||
  • ଟାଙ୍ଗୀ : ଅଟୋକୁ ପଛପଟୁ ଧକ୍କା ଦେଲା ଅଜଣା ଗାଡ଼ି; ଜଣେ ହବିଷ୍ୟାଳି ମୃତ, ଡ୍ରାଇଭର ସହ ୬ ଗୁରୁତର
  • ||
  • ଭୂକମ୍ପରେ ଥରିଲା ରାଜଧାନୀ, ଭୁବନେଶ୍ବରରେ ଅନୁଭୂତ ହେଲା ମୃଦୁ ଭୂମିକମ୍ପ
  • ||
  • ମାଟ୍ରିକ୍‌ ପରୀକ୍ଷା ପାଇଁ ଫର୍ମ ପୂରଣ, ୧୮ ତାରିଖ ଯାଏଁ ଚାଲିବ ଅନ୍‌ଲାଇନ୍‌ ଆବେଦନ ପ୍ରକ୍ରିୟା
  • ||
  • ଆଜି ଶାନ୍ତିସ୍ତୂପ ପ୍ରତିଷ୍ଠା ଉତ୍ସବ, ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍, ୪ ଗୁରୁତର
  • ||
  • ନଭେମ୍ବରରେ ଗରମ ବିଦାୟ ନେଉନି, ଶୀତର ବି ନାହିଁ ଖୋଜ ଖବର: ଏଯାଏ ଲା-ନିନା ଆସିଲାନି
  • ||

ମହକ ଓ ଉତ୍ସାହ ଉତ୍ସବ ଉଦଯାପିତ, ରାଜ୍ୟସ୍ତରୀୟ ପ୍ରତିଯୋଗୀତାକୁ ୩୧ ଆଦିବାସୀ ଛାତ୍ରଛାତ୍ରୀ ମନୋନୀତ

ମାଲକାନଗିରି,୩୦/୧୦(ଆପ୍ର) : ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ମିଳିତ ଆନୁକୁଲ୍ୟରେ ସଦର ମହକୁମାସ୍ଥିତ ମାଲ୍ୟବନ୍ତ ଛାତ୍ରାବାସ ପରିସରରେ ଗତ ଦୁଇ ଦିନ ଧରି ଚାଲିଥିବା ଶିଶୁ ମହୋତ୍ସବ ମହକ ଓ ଉତ୍ସାହ ଉତ୍ସବ ଉଦଯାପିତ ହୋଇ ଯାଇଛି। ଜିଲ୍ଲା ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ୩୧ଜଣ ଆଦିବାସୀ ଛାତ୍ର ଛାତ୍ରୀ ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି।

 ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ମୁଖ୍ୟଵକ୍ତା ଅତିରିକ୍ତ ଜିଲ୍ଲାପାଳ  ସୋମନାଥ ପ୍ରଧାନ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ତେରେସ୍କଭା ମଲ୍ଲିକ, ବିରଷ୍ଠ ସାମ୍ବାଦିକ ରତ୍ନାକର ଦାଶ, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ସଂଯୁକ୍ତା ପ୍ରଧାନ, ଇନ୍ଦିରା ପ୍ରଧାନ ଯୋଗ ଦେଇଥିଲେ।

ଆଜିର ଶିଶୁ କାଲିର ନାଗରିକ, ଶିଶୁ ହସିଲେ ଦୁନିଆ ହସିବ,ଦୃଢ଼ ମନୋବଳ ଓ କଠୋର ପରିଶ୍ରମ ମାଧ୍ୟମରେ ଜୀବନରେ ଉନ୍ନତି ହାସଲ କରି ପାରିବେ ବୋଲି ମଞ୍ଚସିନ ଅତିଥି ମାନେ ଉଦବୋଧନ ଦେଇ ଶିଶୁ ମାନଙ୍କୁ ଅନୁପ୍ରାଣୀତ କରିବା ସହ ଶିକ୍ଷା, କ୍ରୀଡ଼ା ଓ ଅନ୍ୟାନ୍ୟ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇ ଜିଲ୍ଲା ଓ ରାଜ୍ୟର ଗୌରବ ବୃଦ୍ଧି କରିବା ପାଇଁ ପିଲାଙ୍କୁ ଉତ୍ସାହିତ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ୩୧ ଜଣ ଶିଶୁ ରାଜ୍ୟ ସ୍ତରରେ ଭାଗ ନେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । 

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅଧିନରେ କାର୍ଯ୍ୟ କରୁଥିବା ମାଲକାନାଗିରିର ପରିବର୍ତ୍ତନ ଶିଶୁ ଗୃହ, ଚିତ୍ରକୋଣ୍ଡାର ବନବାସୀ ଆଶ୍ରମ, କୋରୁକୁଣ୍ଡାର ନିଳାଞ୍ଚଳ ଆଦିବାସୀ ସେବାଶ୍ରମ ଓ ଖଇରପୁଟର ଜୟ ଚିଲ୍ଡରେନ୍ସ ହୋମ୍ ର ୧୧୮ ଜଣ ଶିଶୁ ଏହି ଦୁଇ ଦିନିଆ ଶିବିରରେ ଯୋଗ ଦେଇଥିଲେ। ସଙ୍ଗୀତ, ଚିତ୍ରାଙ୍କନ, କୁଇଜ୍, ବକ୍ତୃତା, ନୃତ୍ୟ ଏବଂ କ୍ରୀଡ଼ା ପ୍ରତିଯୋଗୀତା କୃତିତ୍ୱ ହାସଲ କରିଥିବା ଶିଶୁଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ 

 ନିତ୍ୟାନନ୍ଦ ପ୍ରଧାନ, ଦିଲ୍ଲୀପ କୁମାର ପରିଚ୍ଛା, ରଞ୍ଜିତ, ସଞ୍ଜୟ ତୁରୁକ, ସୁଦେସ୍ନା ରାଉତ,ସତ୍ୟଜିତ ପଣ୍ଡା, ଗଙ୍ଗାଧର ଶବର, ସୁଶାନ୍ତ ସାହୁ, ଶିବ ନାୟକ, ଚକ୍ରପାଣି ସାହୁ, ଶ୍ୟାମ ସଗରିଆ ଓ ଜୟପ୍ରଭା ସିକଦାର ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶିଶୁ ମଙ୍ଗଳ କମିଟି, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଚାଇଲ୍ଡ ଲାଇନ ଏବଂ ପର୍ଯ୍ୟବେକ୍ଷଣ ଓ ସ୍ଵତନ୍ତ୍ର ଗୃହର କର୍ମଚାରୀ ଉପସ୍ଥିତ ଥିଲେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.