ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ମହାକୁମ୍ଭକୁ ଆସିଛନ୍ତି ୩୩ କୋଟି ମହିଳା , କିନ୍ତୁ ଗୋଟିଏ ବି ଅପରାଧର ଘଟଣା ଘଟି ନାହିଁ : ୟୁପି ବିଧାନସଭାରେ ସିଏମ୍‌ ଯୋଗୀଙ୍କ ବିବୃତ୍ତି

Published By : Prameya | March 4, 2025 7:08 PM

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ବିଧାନସଭାରେ ନିଜର ବକ୍ତବ୍ୟରେ ସିଏମ୍‌ ଯୋଗୀ ଆଦିତ୍ୟନାଥ ମହାକୁମ୍ଭ ବିଷୟରେ କହିଛନ୍ତି। ସେ ବ୍ୟବସ୍ଥିତ  ଆଇନ ବ୍ୟବସ୍ଥାର ଉଦାହରଣ ଦେଇ କହିଛନ୍ତି ଯେ, ମହାକୁମ୍ଭରେ ୩୩ କୋଟି ମହିଳା ଆସିଥିଲେ। କିନ୍ତୁ ସେଠାରେ କୌଣସି ବି ଅତ୍ୟାଚାର/ ଅପରାଧର ଗୋଟିଏ ବି ଘଟଣା ଘଟି  ନାହିଁ । ମୋଟ ୬୭ କୋଟି ଶ୍ରଦ୍ଧାଳୁ କୁମ୍ଭକୁ ଆସିଥିଲେ କିନ୍ତୁ ଗୋଟିଏ ବି ଅପରାଧିକ ଘଟଣା ହୋଇ ନାହିଁ। 

 ଅନ୍ୟପଟେ , ସମାଜବାଦୀ ପାର୍ଟି ଉପରେ ଟାର୍ଗେଟ୍‌ କରି ସିଏମ୍‌ ଯୋଗୀ କହିଛନ୍ତି , ଆପଣ (ସମାଜବାଦୀ ପାର୍ଟି) ଭାରତର ଆସ୍ଥା ଓ ବିଶ୍ୱାସ ସହ ଖେଳିଛନ୍ତି। ଆପଣ କହିଛନ୍ତି , ଆମର ବିଚାର ସାଂପ୍ରଦାୟିକ, କିନ୍ତୁ ଆପଣ ଆମକୁ କୁହନ୍ତୁ ଆମେ କେଉଁ ସାଂପ୍ରଦାୟିକ ? ଆମେ ସବକା ସାଥ୍‌ ସବକା ବିକାଶର କଥା କହୁ ...୪୫ ଦିନର ଆୟୋଜନ (ମହାକୁମ୍ଭ) ଭାରତର ଐତିହ୍ୟ ଓ ବିକାଶର ଏକ ଅନୁପମ ଛବି କେବଳ ଭାରତ ନୁହେଁ ପୂରା ଦୁନିଆରେ ଛାଡ଼ିଛନ୍ତି। 

 ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭକୁ ନେଇ ୟୁପି ବିଧାନସଭାରେ ସିଏମ ଯୋଗୀ ଆଦିତ୍ୟନାଥ କହିଛନ୍ତି , ମହାକୁମ୍ଭର ୪୫ ଦିନରେ ଦେଶ ଓ ଦୁନିଆରୁ ୬୬ କୋଟିରୁ ଅଧିକ ଲୋକ ମେଳାକୁ ଆସିଛନ୍ତି। ମହାକୁମ୍ଭକୁ ଆସିଥିବା ୬୬ କୋଟି ଲୋକଙ୍କ ମଧ୍ୟରୁ ଅଧା ସଂଖ୍ୟା ମହିଳା ତୀର୍ଥଯାତ୍ରୀଙ୍କର ହୋଇ ଥିବ , କିନ୍ତୁ ଲୁଟ୍‌ , ଅତ୍ୟାଚାର , ଅପହରଣ ବା ହତ୍ୟାକାଣ୍ଡର କୌଣସି ବି ଗୋଟିଏ ବି ଘଟଣା ହୋଇ ନାହିଁ ... ମହାକୁମ୍ଭରେ ଆଶା ଠାରୁ ଅଧିକ ଲୋକ ଆସିଛନ୍ତି ଏବଂ ଯେଉଁ ଲୋକ ଆସି ପବିତ୍ର ସ୍ନାନ କଲେ ଏବଂ ସେମାନେ ଖୁବ୍‌ ଆତ୍ମହରା ହୋଇ ଫେରିଲେ। ଅନ୍ତରାଷ୍ଟ୍ରୀୟ ମିଡ଼ିଆ ମଧ୍ୟ ପ୍ରୟାଗରାଜ ମହାକୁମ୍ଭର ପ୍ରଶଂସା କରିଛି। 

 ସିଏମ୍‌ ଯୋଗୀ ଆହୁରି କହିଛନ୍ତି -ଆଜିର ସମାଜବାଦୀ ପାର୍ଟି ଡା. ଲୋହିଆଙ୍କର ନାଁ ତ ନିଏ , ହେଲେ ତାଙ୍କ ଆଦର୍ଶ ଠାରୁ ବହୁ ଦୂରେଇ ଯାଇଛି । ଡା. ଲୋହିଆଙ୍କ ଆଚରଣ , ଆଦର୍ଶ ଓ ସିଦ୍ଧାନ୍ତକୁ ସପା ଭୁଲି ଯାଇଛି। ସେ କହିଛନ୍ତି ଯେ , ବିଷ୍ଣୁ , ଶଙ୍କର ଓ ରାମ ଭାରତର ଏକତାର ଆଧାର ,କିନ୍ତୁ ସମାଜବାଦ ପାର୍ଟି ଏଥିରେ ବିଶ୍ୱାସ କରେ ନାହିଁ । ଆମେ ସବକା ସାଥ୍‌ ସବକା ବିକାଶର କଥା କହୁ । ମହାକୁମ୍ଭରେ ଭାରତର ଐତିହ୍ୟ ଓ ବିକାଶର ନିଆରା ଛବି ଦେଖିବାକୁ ମିଳିଲା। ମହାକୁମ୍ଭରେ ଜାତି , ଧର୍ମ ବା କ୍ଷେତ୍ରର ଆଧାରରେ କୌଣସି ପ୍ରକାରର କିଛି ଭେଦଭାବ ଦେଖା ଯାଇ ନାହିଁ। 

 ସିଏମ୍‌ ଯୋଗୀଙ୍କ ଅନୁସାରେ , ଚଳିତ ଥର ମହାକୁ୍ମ୍ଭକୁରେ ୬୬କୋଟି ୩୦ଲକ୍ଷ ଲୋକ ସ୍ନାନ କରିଛନ୍ତି। ଏହା ବିଶ୍ୱର ସବୁଠୁ ବଡ଼ ଆଧ୍ୟାତ୍ମିକ ଆୟୋଜନ ଥିଲା। ଏହାର ସାରା ଦୁନିଆରେ ପ୍ରଶଂସା ହେଉଛି । ସାରା ବିଶ୍ୱର ମିଡ଼ିଆ କହିଛନ୍ତି କି ଏତେ ବଡ଼ ଆୟୋଜନ କୌଣସି ଚମତ୍କାର ଠାରୁ କମ୍‌ ନୁହେଁ । ହେଲେ କିଛି ଲୋକ ଏମିତି ହିଁ ଅଛନ୍ତି , ଯାହାକୁ କେବଳ ତ୍ରୁଟି ବିଚ୍ୟୁତି ନଜର ଆସୁ ଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.