ଲକ୍ଷ୍ନୌ : ଉତ୍ତର ପ୍ରଦେଶର ବିଧାନସଭାରେ ନିଜର ବକ୍ତବ୍ୟରେ ସିଏମ୍‌ ଯୋଗୀ ଆଦିତ୍ୟନାଥ ମହାକୁମ୍ଭ ବିଷୟରେ କହିଛନ୍ତି। ସେ ବ୍ୟବସ୍ଥିତ  ଆଇନ ବ୍ୟବସ୍ଥାର ଉଦାହରଣ ଦେଇ କହିଛନ୍ତି ଯେ, ମହାକୁମ୍ଭରେ ୩୩ କୋଟି ମହିଳା ଆସିଥିଲେ। କିନ୍ତୁ ସେଠାରେ କୌଣସି ବି ଅତ୍ୟାଚାର/ ଅପରାଧର ଗୋଟିଏ ବି ଘଟଣା ଘଟି  ନାହିଁ । ମୋଟ ୬୭ କୋଟି ଶ୍ରଦ୍ଧାଳୁ କୁମ୍ଭକୁ ଆସିଥିଲେ କିନ୍ତୁ ଗୋଟିଏ ବି ଅପରାଧିକ ଘଟଣା ହୋଇ ନାହିଁ। 

 ଅନ୍ୟପଟେ , ସମାଜବାଦୀ ପାର୍ଟି ଉପରେ ଟାର୍ଗେଟ୍‌ କରି ସିଏମ୍‌ ଯୋଗୀ କହିଛନ୍ତି , ଆପଣ (ସମାଜବାଦୀ ପାର୍ଟି) ଭାରତର ଆସ୍ଥା ଓ ବିଶ୍ୱାସ ସହ ଖେଳିଛନ୍ତି। ଆପଣ କହିଛନ୍ତି , ଆମର ବିଚାର ସାଂପ୍ରଦାୟିକ, କିନ୍ତୁ ଆପଣ ଆମକୁ କୁହନ୍ତୁ ଆମେ କେଉଁ ସାଂପ୍ରଦାୟିକ ? ଆମେ ସବକା ସାଥ୍‌ ସବକା ବିକାଶର କଥା କହୁ ...୪୫ ଦିନର ଆୟୋଜନ (ମହାକୁମ୍ଭ) ଭାରତର ଐତିହ୍ୟ ଓ ବିକାଶର ଏକ ଅନୁପମ ଛବି କେବଳ ଭାରତ ନୁହେଁ ପୂରା ଦୁନିଆରେ ଛାଡ଼ିଛନ୍ତି। 

 ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭକୁ ନେଇ ୟୁପି ବିଧାନସଭାରେ ସିଏମ ଯୋଗୀ ଆଦିତ୍ୟନାଥ କହିଛନ୍ତି , ମହାକୁମ୍ଭର ୪୫ ଦିନରେ ଦେଶ ଓ ଦୁନିଆରୁ ୬୬ କୋଟିରୁ ଅଧିକ ଲୋକ ମେଳାକୁ ଆସିଛନ୍ତି। ମହାକୁମ୍ଭକୁ ଆସିଥିବା ୬୬ କୋଟି ଲୋକଙ୍କ ମଧ୍ୟରୁ ଅଧା ସଂଖ୍ୟା ମହିଳା ତୀର୍ଥଯାତ୍ରୀଙ୍କର ହୋଇ ଥିବ , କିନ୍ତୁ ଲୁଟ୍‌ , ଅତ୍ୟାଚାର , ଅପହରଣ ବା ହତ୍ୟାକାଣ୍ଡର କୌଣସି ବି ଗୋଟିଏ ବି ଘଟଣା ହୋଇ ନାହିଁ ... ମହାକୁମ୍ଭରେ ଆଶା ଠାରୁ ଅଧିକ ଲୋକ ଆସିଛନ୍ତି ଏବଂ ଯେଉଁ ଲୋକ ଆସି ପବିତ୍ର ସ୍ନାନ କଲେ ଏବଂ ସେମାନେ ଖୁବ୍‌ ଆତ୍ମହରା ହୋଇ ଫେରିଲେ। ଅନ୍ତରାଷ୍ଟ୍ରୀୟ ମିଡ଼ିଆ ମଧ୍ୟ ପ୍ରୟାଗରାଜ ମହାକୁମ୍ଭର ପ୍ରଶଂସା କରିଛି। 

 ସିଏମ୍‌ ଯୋଗୀ ଆହୁରି କହିଛନ୍ତି -ଆଜିର ସମାଜବାଦୀ ପାର୍ଟି ଡା. ଲୋହିଆଙ୍କର ନାଁ ତ ନିଏ , ହେଲେ ତାଙ୍କ ଆଦର୍ଶ ଠାରୁ ବହୁ ଦୂରେଇ ଯାଇଛି । ଡା. ଲୋହିଆଙ୍କ ଆଚରଣ , ଆଦର୍ଶ ଓ ସିଦ୍ଧାନ୍ତକୁ ସପା ଭୁଲି ଯାଇଛି। ସେ କହିଛନ୍ତି ଯେ , ବିଷ୍ଣୁ , ଶଙ୍କର ଓ ରାମ ଭାରତର ଏକତାର ଆଧାର ,କିନ୍ତୁ ସମାଜବାଦ ପାର୍ଟି ଏଥିରେ ବିଶ୍ୱାସ କରେ ନାହିଁ । ଆମେ ସବକା ସାଥ୍‌ ସବକା ବିକାଶର କଥା କହୁ । ମହାକୁମ୍ଭରେ ଭାରତର ଐତିହ୍ୟ ଓ ବିକାଶର ନିଆରା ଛବି ଦେଖିବାକୁ ମିଳିଲା। ମହାକୁମ୍ଭରେ ଜାତି , ଧର୍ମ ବା କ୍ଷେତ୍ରର ଆଧାରରେ କୌଣସି ପ୍ରକାରର କିଛି ଭେଦଭାବ ଦେଖା ଯାଇ ନାହିଁ। 

 ସିଏମ୍‌ ଯୋଗୀଙ୍କ ଅନୁସାରେ , ଚଳିତ ଥର ମହାକୁ୍ମ୍ଭକୁରେ ୬୬କୋଟି ୩୦ଲକ୍ଷ ଲୋକ ସ୍ନାନ କରିଛନ୍ତି। ଏହା ବିଶ୍ୱର ସବୁଠୁ ବଡ଼ ଆଧ୍ୟାତ୍ମିକ ଆୟୋଜନ ଥିଲା। ଏହାର ସାରା ଦୁନିଆରେ ପ୍ରଶଂସା ହେଉଛି । ସାରା ବିଶ୍ୱର ମିଡ଼ିଆ କହିଛନ୍ତି କି ଏତେ ବଡ଼ ଆୟୋଜନ କୌଣସି ଚମତ୍କାର ଠାରୁ କମ୍‌ ନୁହେଁ । ହେଲେ କିଛି ଲୋକ ଏମିତି ହିଁ ଅଛନ୍ତି , ଯାହାକୁ କେବଳ ତ୍ରୁଟି ବିଚ୍ୟୁତି ନଜର ଆସୁ ଥିଲା।