ବୌଦ୍ଧ,୪/୧୨(ଆପ୍ର) : ବୌଦ୍ଧ ବନଖଣ୍ଡ ଖଜୁରୀପଡା ସେକ୍ସନ ବ୍ରାହ୍ମଣୀପାଲି ବିଟ ଅନ୍ତର୍ଗତ ବଡମାଳ ଗ୍ରାମ ନିକଟରେ ବନ ବିଭାଗର ଏକ ଟିମ ଚଢାଉ କରି ୩୪ ଖଣ୍ଡ ଶାଳ ଗଣ୍ଡି ଜବତ କରିଛି। ଏଥିସହ ୩ ଜଣଙ୍କୁ ଗିରଫ କରିଛି।
ବଡମାଳ ଗ୍ରାମରେ ବିପୁଳ ପରିମାଣର କାଠ ଗଛିତ ଥିବା ନେଇ ବୌଦ୍ଧବନ ବିଭାଗ ବିଶେଷ ସୂତ୍ରରୁ ଖବର ପାଇଥିଲା। ବନ ବିଭାଗର ଏକ ଟିମ ଉକ୍ତ ସ୍ଥାନରେ ଚଢାଉ କରିଥିଲା । ସେଠାରୁ ୩୪ ଖଣ୍ଡ ଶାଳ ଗଣ୍ଡି ଗୋଟିଏ ଟାଙ୍ଗିଆ,ଗୋଟିଏ କରତ ଜବତ କରିବା ସହିତ ୩ ଜଣକୁ ଗିରଫ କରିଛି। ଏଥିରେ ଆଉ କିଛି ବ୍ୟକ୍ତି ସାମିଲ ଥିବା ବନ ବିଭାଗ ସନ୍ଦେହ କରୁଛି । ତେଣୁ ଅଭିଯୁକ୍ତମାନଙ୍କ ନାମ ଗୋପନ ରଖାଯାଇଥିବା ଏସିଏଫ ଆଶିଷ କୁମାର କହଁର ପ୍ରକାଶ କରିଛନ୍ତି । ବୌଦ୍ଧ ରେଂଜର ଅର୍ଚ୍ଚନା ଗମାଙ୍ଗଙ୍କ ନେତୃତ୍ୱରେ ଫରେଷ୍ଟର ପ୍ରସନ୍ନ କୁମାର ପ୍ରଧାନ,ଦୀପକ ନାୟକ,ମାଳତୀ ମାଝୀ, ପ୍ରଦୀପ ସାହୁ,ରମାକାନ୍ତ ପାଣିଗ୍ରାହୀ,ମହେଶ ମାଝି, ସୁବ୍ରତ ପ୍ରଧାନ ପ୍ରମୁଖ ସାମିଲ ଥିଲେ ।