ନୂଆଦିଲ୍ଲୀ : ଏକ ଆଶ୍ଚର୍ଯ୍ୟକର ଖୁଲାସା ହୋଇଛି। ବାର୍ କାଉନ୍ସିଲର ଅଧ୍ୟକ୍ଷଙ୍କ କହିବାନୁସାରେ , ପ୍ରାୟ ୩୫-୪୦ ପ୍ରତିଶତ ଓକିଲନକଲି ଡିଗ୍ରୀଧାରୀ ଏବଂ ସେମାନେ ନକଲି ଡିଗ୍ରୀ ପ୍ରମାଣପତ୍ର ଆଧାରରେ କୋର୍ଟ ଗୁଡ଼ିକରେ ଓକିଲାତି କରୁଛନ୍ତି। ବରିଷ୍ଠ ଓକିଲ ମନନ କୁମାର ମିଶ୍ର ( ବିସିଆଇର ଅଧ୍ୟକ୍ଷ ଅଛନ୍ତି) କହିଛନ୍ତି ବିସିଆଇ ଏହି ପ୍ରସଙ୍ଗରେ ଅବଗତ ଅଛନ୍ତି ଏବଂ ଏହି ସମ୍ୱନ୍ଧରେ ପଦକ୍ଷେପ ନେବାର ପ୍ରକ୍ରିୟା କରୁଛନ୍ତି। ବାର୍ କାଉନସିଲ ଅଫ୍ ଇଣ୍ଡିଆ (ବିସିଆଇ )ର ଅଧ୍ୟକ୍ଷ ନ୍ୟୁଜ୍ ଏଜେନ୍ସି ଆଇଏଏନଏସକୁ କହିଛନ୍ତି – ବିସିଆଇକୁ ଏହି କଥାର ସୂଚନା ରହିଛି ଯେ, କୋର୍ଟ ପରିସର ଗୁଡ଼ିକରେ ଦେଖାଯାଉଥିବା କଳାକୋଟ୍ ଓ ପଟ୍ଟି ପିନ୍ଧାଧାରୀମାନେ ପ୍ରାୟ ୩୫ରୁ ୪୦ ପ୍ରତିଶତ ଓକିଲ ନକଲି ଅଛନ୍ତି। ତାଙ୍କର ଡିଗ୍ରୀ ଗୁଡ଼ିକ ସଂପୂର୍ଣ୍ଣ ଫେକ୍। ସେମାନେ ଏହାକୁ କେଉଁଠି ତିଆରି କରିଛନ୍ତି କିମ୍ୱା କେଉଁଠାରୁ କିଣିଛନ୍ତି ଏବଂ ଏହି ଆଧାରରେ ସେ କୋର୍ଟରେ ଆଇନ ଅଭ୍ୟାସ କରୁଛନ୍ତି।

ମିଶ୍ର କହିଛନ୍ତି ଯେ, ଯେତେବେଳେ BCI ଡିଗ୍ରୀ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲା, ପ୍ରାୟ ୪୦ ପ୍ରତିଶତ ଓକିଲ ଯାଞ୍ଚ ଫର୍ମ ପୂରଣ କରି ନଥିଲେ। ସେ କହିଛନ୍ତି - ଏହି ୪୦ ପ୍ରତିଶତ ଓକିଲଙ୍କ ପାଖରେ ନକଲି ଡିଗ୍ରୀ ଥିବା ସନ୍ଦେହ କରାଯାଉଛି। ସେ ଆହୁରି କହିଛନ୍ତି, ସେ ଏହି ସତ୍ୟକୁ ଭାରତର ମୁଖ୍ୟ ବିଚାରପତିଙ୍କ ଦୃଷ୍ଟିକୁ ଆଣିଛନ୍ତି।

ସେ ଏହି ମନ୍ତବ୍ୟ ‘କକ୍ରୋଚ୍ ଜନତା ପାର୍ଟି’ ନାମକ ସୋସିଆଲ ମିଡିଆ ଆନ୍ଦୋଳନ ବିଷୟରେ ନିଜର ବିଚାର ବ୍ୟକ୍ତ କରିବା ବେଳେ ଦେଇଛନ୍ତି ,ଯାହା ଭାରତର ମୁଖ୍ୟ ବିଚାରପତିଙ୍କ ଦ୍ୱାରା କରାଯାଇ ଥିବା ଏକ ମୌଖିକ ଟିପ୍ପଣୀ ପରେ ପ୍ରକାଶ ପାଇଥିଲା।

ମୁଖ୍ଯ ବିଚାରପତିଙ୍କ ଟିପ୍ପଣୀକୁ ସ୍ପଷ୍ଟ କରି ବରିଷ୍ଠ ଓକିଲ ମିଶ୍ର କହିଛନ୍ତି , ତାଙ୍କର ଉଦ୍ଦେଶ୍ୟ ସେହି ଯୁବବର୍ଗଙ୍କ ଉପରେ ଥିଲା, ଯିଏ ନକଲି ଡିଗ୍ରୀ ଦ୍ୱାରା ପେଶାକୁ ପ୍ରବେଶ କରୁଛନ୍ତି। ମିଶ୍ର ଆହୁରି କହିଛନ୍ତି , ମୁଖ୍ୟ ବିଚାରପତିଙ୍କ ତାତ୍ପର୍ଯ୍ୟ ସେହି ଲୋକଙ୍କ ସହ ଥିଲା , ଯିଏ ଫେକ୍ ଡିଗ୍ରୀ ପ୍ରାପ୍ତ କରୁଛନ୍ତି , କଳା କୋଟ୍, ବ୍ୟାଣ୍ଡ୍ ଓ ଗାଉନ ପିନ୍ଧି କୋର୍ଟରେ ହାଜର ହେଉଛନ୍ତି। ସେହି ବିବୃତ୍ତି ତାଙ୍କ ସମ୍ୱନ୍ଧରେ ଥିଲା। ଏହି ସ୍ଥିତିର ପୃଷ୍ଠଭୂମି ଅଲଗା ଥିଲା।

ଗତ ସପ୍ତାହରେ , ବରିଷ୍ଠ ଓକିଲ ପଦବୀ ସମ୍ୱନ୍ଧୀୟ ଏକ ଆବେଦନ ଦାଖଲ କରିଥିବା ଜଣେ ଓକିଲଙ୍କୁ ବିରୋଧ କରିବା ବେଳେ , ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ଅନେକ ଓକିଲଙ୍କ ଆଇନ ଡିଗ୍ରୀର ସତ୍ୟତା ଉପରେ ସନ୍ଦେହ ପ୍ରକାଶ କରିଥିଲେ। ବାର୍ କାଉନ୍ସିଲ ଅଫ୍ ଇଣ୍ଡିଆ ଠାରୁ କାର୍ଯ୍ୟାନୁଷ୍ଠାନର ଆଶା ନକରି, ମୁଖ୍ୟ ବିଚାରପତି କହିଛନ୍ତି ଯେ ,ସେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ୱାରା ଯାଞ୍ଚ କରାଇବାକୁ ବିଚାର କରୁଛନ୍ତି।

ଭାରତୀୟ ବାର୍ କାଉନ୍ସିଲ ଠାରୁ କୌଣସି କାର୍ଯ୍ୟାନୁଷ୍ଠାନ ଆଶା ନକରି, ପ୍ରଧାନ ବିଚାରପତି କହିଛନ୍ତି ଯେ ସେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ୱାରା ଡିଗ୍ରୀ ଯାଞ୍ଚ କରାଇବାକୁ ବିଚାର କରୁଛନ୍ତି। ମୁଖ୍ୟ ବିଚାରପତି ଆହୁରି କହିଛନ୍ତି ଯେ, କିଛି ବେକାର ଯୁବକ ‘କକ୍ରୋଚ୍’ ଭଳି ଯେଉଁମାନେ ସକ୍ରିୟତାର ଆଳରେ ପ୍ରତ୍ୟେକ ବ୍ୟବସ୍ଥା ଉପରେ ଆକ୍ରମଣ କରନ୍ତି। ପରେ, ମୁଖ୍ୟ ବିଚାରପତି ସ୍ପଷ୍ଟ କରିଥିଲେ ଯେ, ସେ ନକଲି ଡିଗ୍ରୀଧାରୀ ଲୋକଙ୍କ କଥା କହୁଥିଲେ।

ଆହୁରି ମଧ୍ୟ ପଢନ୍ତୁ : ୧୦ ଦିନରେ ତୃତୀୟ ଥର ବଢିଲା ପେଟ୍ରୋଲ୍ - ଡିଜେଲ୍ ଦର , ଚେକ୍‌ କରନ୍ତୁ ରେଟ୍‌