ପ୍ରମୂଖ ଖବର
  • ଶିମିଳିପାଳରେ ହାଡଭଙ୍ଗା ଶୀତ, ଉପର ବାର୍ହାକାମୁଡ଼ାରେ ୩ ଡିଗ୍ରୀକୁ ଖସିଲା ପାରଦ
  • ||
  • ତାମିଲନାଡୁ ଘରୋଇ ଅର୍ଥୋପେଡିକ୍‌ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ: ୭ ମୃତ, ୨୮ ଆହତ
  • ||
  • ଜାଡ଼ରେ ଥରିଲା ଓଡ଼ିଶା, ୩ ଡିଗ୍ରୀ ଖସିଲା ପାରଦ: ୧୬ ତାରିଖରୁ ୧୦ ଡିଗ୍ରୀ ତଳେ ଅଧିକାଂଶ ସହର
  • ||

ଚୀନର ଝୁହାଇ ସହରରେ ଲୋକଙ୍କ ଉପରେ ଚଢିଗଲା କାର୍ : ୩୫ ମୃତ, ୪୩ ଆହତ

Published By : Prameya | November 12, 2024 9:59 PM

ନୂଆଦିଲ୍ଲୀ : ଚୀନ୍‌ର ଝୁହାଇ ସହରରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଯେଉଁଥିରେ ୩୫ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ଏବଂ ୪୩ଜଣ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି। ଉକ୍ତ ଦୁର୍ଘଟଣା ସୋମବାର ଦିନ ଘଟିଛି। ଗୋଟିଏ କାର ଖୁବ୍‌ ଜୋରରେ ଭିଡ଼ ମଧ୍ୟରେ ପଶି ଯାଇଥିଲା ଏବଂ ସେଠାରେ ଥିବା ଲୋକଙ୍କ ଉପରେ ଚଢି ଯାଇଥିଲା। ସରକାରୀ ମିଡ଼ିଆର ରିପୋର୍ଟ ଅନୁସାରେ , ଏହି ଘଟଣା ଝୁହାଇ ସହରରେ ହୋଇଛି , ଯାହାକି ଏହି ସମୟରେ ଚୀନର ପ୍ରତିଷ୍ଠିତ ଏୟାର ଶୋ’ର ଆୟୋଜନ କରିବାକୁ ଯାଉଛି। 

ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାର ପୂରା ସୂଚନା ସାର୍ବଜନିକ କରାଯାଇ ନାହିଁ। ସରକାରୀ ନ୍ୟୁଜ୍‌ ଏଜେନ୍ସି ଶିହ୍ନୁଆ ଅନୁସାରେ, ଦୁର୍ଘଟଣାରେ ଆହତ ହୋଇଥିବା ୪୩ ଜଣ ଲୋକଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଛି। ଚାଇନା ଅଧିକାରୀମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ୬୨ ବର୍ଷିୟ ସଂପୃକ୍ତ କାର ଡ୍ରାଇଭରକୁ ହେପାଜତକୁ ନେଇଯାଇଛନ୍ତି। ପୁଲିସ ଏହି ମାମଲାରେ ଯାଞ୍ଚ କାର୍ଯ୍ୟ ଆରମ୍ଭ କରିଦେଇଛି, ହେଲେ ଏବେ ସୁଦ୍ଧା ଏହା ସ୍ପଷ୍ଟ ହୋଇ ନାହିଁ ଯେ, ଏହି ଘଟଣା ଏକ ଦୁର୍ଘଟଣା ଥିଲା ନା ଜାଣିଶୁଣି କରାଯାଇ ଥିବା ହମଲା। 

ଅନ୍ୟପଟେ ଉକ୍ତ ଘଟଣାକୁ ନେଇ ଚୀନର ରାଷ୍ଟ୍ରପତି ଶି ଜିନପିଙ୍ଗ ଶୋକ ପ୍ରକାଶ କରିଛନ୍ତି। ସେ ସ୍ଥାନୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ , ସବୁ ଆହତଙ୍କୁ ତତ୍କାଳ ଓ ଉତ୍ତମ ଚିକିତ୍ସା ସୁବିଧା ଦିଆଯାଉ। ରାଷ୍ଟ୍ରପତି ଏହା ମଧ୍ୟ କହିଛନ୍ତି ଯେ, ଦୋଷୀ ଥିବା ବ୍ୟକ୍ତିଙ୍କୁ ଆଇନ ଅନୁସାରେ , କଡ଼ା ସଜା ଦିଆ ଯିବା ଉଚିତ। ଜିନପିଙ୍ଗ ପ୍ରଶାସନକୁ ଘଟଣାର କାରଣର ଗଭୀର ଯାଞ୍ଚ କରିବାର ନିର୍ଦ୍ଦେଶ ଦେଇଛନ୍ତି , ଏହାକି ଏହି ଘଟଣାରୁ ଭବିଷ୍ୟତରେ ରକ୍ଷା କରାଯାଇ ପାରିବ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.