କୋକସରା/କଲମପୁର,୨୧।୩: କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ କଲମପୁର ବ୍ଲକର ପାତ୍ରବସା କେନାଲ ଘାଟକୁ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ଯୁବକର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତ ଯୁବକ ହେଲେ ପାତ୍ରବସା ଗ୍ରାମର ୩୫ ବର୍ଷୀୟ ଝସକେତନ ନାଏକ । କଲମପୁର ଅଗ୍ନିଶମ ବିଭାଗ କର୍ମଚାରୀ ମୃତଦେହ ଉଦ୍ଧାର କରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଡାକ୍ତର ମୃତ ଘୋଷଣା କରିଥିଲେ । କଲମପୁର ପୁଲିସ ଏକ ଅପମୃତ୍ୟୁ ଜନିତ ମାମଲା ରୁଜୁ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି ।

ଆହୁରି ପଢ଼ନ୍ତୁ... ଶୌଚାଳୟ ନାହିଁ, ଶ୍ରୀମନ୍ଦିର ଉଦ୍ୟାନରେ ମଳ-ମୂତ୍ର ତ୍ୟାଗ କରୁଛନ୍ତି ଭକ୍ତ