ନୂଆପଡ଼ା, ୨୬।୬: ନୂଆପଡ଼ା ଜିଲ୍ଲା କୋମନା ଥାନା ଅର୍ନ୍ତଗତ ଜଡ଼ାମୁଣ୍ଡା ବସ୍ଷ୍ଟାଣ୍ଡରୁ ବାହାର ରାଜ୍ୟକୁ ଚୋରା ଚାଲାଣ ବେଳେ କୋମନା ପୁଲିସ ଦ୍ଵାରା ୩୭ କେଜି ଗଞ୍ଜେଇ ଜବତ ହୋଇଛି l ବିଶେଷ ସୂତ୍ରରୁ ସୂଚନା ପାଇ ଜଡ଼ାମୁଣ୍ଡା ବସ୍ ଷ୍ଟାଣ୍ଡରେ କୋମନା ପୁଲିସ ଚଢ଼ାଉ କରିଥିଲା l ସେଠାରୁ ୩୭ କେଜି ଗଞ୍ଜେଇ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି ପୁଲିସ l ଗିରଫ ଅଭିଯୁକ୍ତ ୩ ଜଣ ପଣ୍ଡରାପଥର ଗାଁର କିଶୋର ରାଉତ, ଦୁହେଲପଡ଼ା ଗାଁର ଅଚୁତ୍ୟ ନାଏକ ଓ ମଧ୍ୟ ପ୍ରଦେଶର ଅମିତ୍ କୁମାରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି l