ପୋଲସରା, ୧୭।୬ : ପୁଲିସଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ  ପୋଲସରା ପୋଲିସ ମଙ୍ଗଳବାର ୪ ଜଣଙ୍କୁ  ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ କବିସୂର୍ଯ୍ୟନଗର ଥାନା ଅଧୀନ ଖୋଜାପଲ୍ଲୀ  ଗ୍ରାମର ସନ୍ତୋଷ ସ୍ୱାଇଁ, ଦିଲ୍ଲୀପ ବିଷୋୟୀ, ମଙ୍ଗୁଳୁ ସ୍ୱାଇଁ ଓ କାଳିଆ ବିଷୋୟୀ |

ରଜ ସଂକ୍ରାନ୍ତି ଦିନ କସିପଡା ସ୍ଥିତ ମା’ ସିଂହାସନିଙ୍କ ଶକ୍ତିପୀଠକୁ ଖୋଜାପଲ୍ଲୀ ଗ୍ରାମର ଏହି ୪ ଜଣ ଯାଉଥିଲେ। ଏହି ସମୟରେ ଶାନ୍ତିଶୃଙ୍ଖଳା ଓ ଟ୍ରାଫିକ  ଡ୍ୟୁଟିରେ ଥିବା ବେଗୁନିଆପଡା ଥାନାଧିକାରୀ ନିରଞ୍ଜନ ପୂଜାରୀଙ୍କୁ  ୪ଜଣ ବ୍ୟକ୍ତି  ପାଟିତୁଣ୍ଡ କରିବା ସହ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିଥିଲେ। ଏ ନେଇ ଥାନାରେ  ଅଭିଯୋଗ ପରେ ପୋଲସରା ଥାନାଧିକାରୀ କୌଶିକ ମାଝୀ  ୪ ଜଣଙ୍କୁ ଗିରଫ କରି  କୋର୍ଟ ଚାଲାଣ କରିଛନ୍ତି।