ଆଠଗଡ଼, ୧୧/୦୯: ଆନ୍ତଃଜିଲ୍ଲା ବାଇକ ଚୋର ଦଳର ପର୍ଦ୍ଦାଫାଶ । ଡକାୟତ ଦଳର ସର୍ଦାର ସହ ୪ଜଣଙ୍କୁ ବାନ୍ଧିଲା କଟକ ସ୍ଵତନ୍ତ୍ର ପୁଲିସ ସେମାନଙ୍କ ପାଖରୁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଚୋରି କରିଥିବା ୧୩ଟି ବାଇକ୍ ଜବତ କରାଯାଇଛି । ଅଭିଯୁକ୍ତମାନେ ହେଲେ କଟକ ଜିଲ୍ଲା ବାରଙ୍ଗ ଥାନା ବିଦ୍ୟାଧରପୁର ଗାଁର ମୁଖ୍ୟ ଅଭିଯୁକ୍ତ ରାଜା ଓରଫ ଲୁଲୁ  ମହନ୍ତ, ଖୁଣ୍ଟୁଣୀ ଥାନା ଡାଳୁଆ ଗାଁର ମନ ଓରଫ ମନୋଜ ଦେହୁରୀ, ଖୁଣ୍ଟୁଣୀ ଥାନା ମାଣିତ୍ରୀ ଗାଁର ବିଜୁ ଦେହୁରୀ, ଗୁରୁଡ଼ିଝାଟିଆ ଥାନା କୁଷ୍ପଙ୍ଗି ଗାଁର ସତ୍ୟନାରାୟଣ ବେହେରା । ସମସ୍ତ ୪ ଗଡ଼ଜଣଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି ।

ସୂଚନା ମୁତାବକ, କଟକ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବାଇକ୍ ଚୋରି କରି ଖୁଣ୍ଟୁଣୀ ଥାନା ଡାଳୁଆ ଓ କୁଷ୍ପଙ୍ଗି ଠାରେ ରଖିଥିଲେ । ଗତ ୭ ତାରିଖ ଦିନ ଖୁଣ୍ଟୁଣୀ ଥାନା ସାବିତ୍ରିପୁର ଗ୍ରାମର କାଳନ୍ଦୀ ବେହେରା ତାଙ୍କର ଏକ ବାଇକ୍‌ ଚୋରି  ହୋଇଥିବାର ଖୁଣ୍ଟୁଣୀ ଥାନାରେ ଲିଖିତ ଏତଲା ଦେଇଥିଲେ । ତଦନ୍ତକାରୀ ଅଧିକାରୀ ଘଟଣାର ତଦନ୍ତ କରୁକରୁ ଡାଳୁଆ ଗ୍ରାମର ମନୋଜକୁ ଧରି ତା'ଠାରୁ ବାଇକ୍‌ ଜବତ କରିଥିଲେ । ପରେ ମନୋଜର ବୟାନକୁ ଭିତ୍ତିକରି ପୁଲିସ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ତଥା ବାରଙ୍ଗ ଅଞ୍ଚଳର ଲୁଲୁ ମହନ୍ତକୁ ଧରି  ପଚରା ଉଚରା କରିଥିଲେ । ସେମାନେ ବାଇକ୍‌ ଚୋରି କରି ଖୁଣ୍ଟୁଣୀ ଷ୍ଟେସନ ରୋଡ଼ରେ ବିଜୁ ଦେହୁରୀ କରିଥିବା ବାଇକ୍‌ ଦୋକାନରେ ନମ୍ବର ପ୍ଲେଟ ବଦଳାଇ କରି ଏହାକୁ ବିଭିନ୍ନ ସ୍ଥାନରେ ବିକ୍ରି କରୁଥିଲେ । ଏନେଇ ଚୌଦ୍ୱାର ଏସ୍ଡିପିଓ ଉମାକାନ୍ତ ନାୟକ ସୂଚନା ଦେଇଛନ୍ତି ​​​​​​​