ପ୍ରମୂଖ ଖବର
  • ଧାମି ସରକାରଙ୍କ ବଡ଼ ନିଷ୍ପତ୍ତି,ଉତ୍ତରାଖଣ୍ଡର ସବୁ ସ୍କୁଲ୍‌ରେ ଗୀତା ପାଠ ବାଧ୍ୟତାମୂଳକ
  • ||
  • ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା : କ୍ରାଇମବ୍ରାଞ୍ଚ କରିବ ତଦନ୍ତ
  • ||
  • କଂଗ୍ରେସର ଓଡିଶା ବନ୍ଦ ଡାକରା ଯୋଗୁ ଗୁରୁବାର ବନ୍ଦ ରହିବ ପେଟ୍ରୋଲ ପମ୍ପ
  • ||
  • ଆସନ୍ତା ୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଂଗ୍ରେସର ଓଡ଼ିଶା ବନ୍ଦ ଡାକରା, ଶାନ୍ତି ଶୃଙ୍ଖଳାରେ ବନ୍ଦକୁ ସମର୍ଥନ କରିବାକୁ ଭକ୍ତଙ୍କ ଅପିଲ୍
  • ||
  • ମୟୂରଭଞ୍ଜ : ଅନ୍ଧ ବିଶ୍ୱାସ ଓ ତନ୍ତ୍ର ପୂଜା ପାଇଁ ଘରେ ରଖିଥିଲେ ବାଘ ଛାଲ, ୭ ଅଭିଯୁକ୍ତ ଗିରଫ
  • ||
  • ଗୁରୁବାର ମହାପ୍ରଭୁଙ୍କର ବନକଲାଗି ନୀତି, ସନ୍ଧ୍ୟା ସାଢେ ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଜଳେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ଜିଲ୍ଲା ବନ୍ଦ ଡାକରା, ଦିନ ୨ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ
  • ||
  • ନୂଆପଡ଼ା: ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||
  • ମୟୂରଭଞ୍ଜ: ରକ୍ତ ସମ୍ପର୍କରେ ରକ୍ତ ଛିଟା; ବୃଦ୍ଧ ବାପା ଓ ମାଆଙ୍କୁ ହତ୍ୟାକଲା ମଦ୍ୟପ ପୁଅ
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଘରେ ପଶିଲା କାର୍; ଜଣେ ମୃତ, ୪ଆହତ
  • ||
  • ଓଡ଼ିଶା ବନ୍ଦ ପାଇଁ ଟିଏଲ୍‌ଟି ନିଯୁକ୍ତି ପରୀକ୍ଷା ସ୍ଥଗିତ, ୧୮ରେ ହେବ ପରୀକ୍ଷା
  • ||
  • ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଯାଏ ଢାଳିବ
  • ||
  • ଆମେରିକାର ଟାରିଫ୍‌ ଛାଟରେ ଚିନ୍ତାରେ ଏସୀୟ ଦେଶ : ପୋଷାକ ରପ୍ତାନିରେ ଲାଭ ଉଠାଇପାରିବ ଭାରତ
  • ||
  • ନୂଆପଡ଼ା : ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||

ଶିକାରୀଙ୍କୁ ଧରିବା ବେଳେ ବନ କର୍ମଚାରୀଙ୍କୁ ଗୁଳିମାଡ଼ : ୪ ଗିରଫ, ୩ ବନ୍ଧୁକ ଜବତ

Published By : Suraj Kumar | March 24, 2025 11:28 PM

କପ୍ତିପଦା,୨୪।୩(ଆପ୍ର): ଜଙ୍ଗଲରେ ପାଟ୍ରୋଲିଂ ସମୟରେ ବନ କର୍ମଚାରୀଙ୍କୁ ଶିକାରୀଙ୍କ ଗୁଳି ମାଡ଼ । ପୋଡ଼ାଡିହା ରେଞ୍ଜ ମନଭଙ୍ଗା ବିଟ୍‌ ଅଞ୍ଚଳରେ ଚଢ଼ାଉ ସମୟରେ ଏଭଳି ଘଟଣା ଘଟିଛି । ଏହି ଘଟଣାରେ ୪ ଜଣଙ୍କୁ ବନବିଭାଗ ଗିରଫ କରିଛି।

ରବିବାର ଭୋରରୁ ପୋଡାଡିହା ବନ ବିଭାଗ ଏବଂ ଏସ୍‌ଟିପିଏଫ ମିଳିତ ଭାବେ ମନଭଙ୍ଗା ବିଟ୍‌ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ। ଏହି  ସମୟରେ ୬ଜଣ ଶିକାରୀଙ୍କୁ ଜଙ୍ଗଲ ଭିତରେ ଦେଖିବାକୁ ପାଇଥିଲେ । ବନ ବିଭାଗ କର୍ମଚାରୀଙ୍କୁ ଦେଖି ଶିକାରୀମାନେ ତାଙ୍କ ଉପରକୁ ଏକ ରାଉଣ୍ଡ ଗୁଳି ଚାଳନା କରି ଖସି ଯିବାକୁ ଚେଷ୍ଟା କରିଥିଲେ । ଏହାର ଜବାବରେ ଏସ୍‌ଟିପିଏଫ ମଧ୍ୟ ଫାଙ୍କା ଗୁଳିଚାଳନା କରିଥିଲା । ତେବେ ଘଟଣାସ୍ଥଳରୁ ଜଣେ ଶିକାରୀ ଧରା ପଡିବା ବେଳେ  ଅନ୍ୟ ୫ଜଣ ଖସି ଯାଇଥିଲେ । 

ଗିରଫ ଶିକାରୀକୁ ପଚରା ଉଚରା କରିବା ପରେ ସେ ଅନ୍ୟମାନଙ୍କ ନାମ ପ୍ରକାଶ କରିଥିଲା । ଉକ୍ତ ଟିମ ରବିବାର ଅନ୍ୟ ୩ଜଣ ଶିକାରୀଙ୍କୁ ଧରିବା ସହିତ ଜଙ୍ଗଲରେ ଲୁଚାଇ ରଖିଥିବା ୩ଟି ବନ୍ଧୁକକୁ ଜବତ କରିଛି । ୨ଜଣ ଶିକାରୀ ଏବେବି ଫେରାର ରହିଛନ୍ତି । ଗିରଫ ଶିକାରୀ ମାନେ ହେଲେ ଅଶ୍ୱକୁଟି ଗ୍ରାମର ଗାନସା ସିଂ(୨୨), ବରଜୁ ସିଂ(୧୯), ମୁରା ସିଂବାଂକ୍ଷୀରା (୨୬), କାତ୍ତି ର୍କ ସିଂ ବାଂକ୍ଷୀରା(୨୫) । ଏମାନଙ୍କ ବିରୋଧରେ ବନାଞ୍ଚଳରେ କେସ ନଂ ୬/୨୦୨୪ ୦୨୫ ରୁଜୁ ହୋଇଛି । ଏଥିରେ ରେଞ୍ଚ ଅଧିକାରୀ ଅନୁକୂଳ ଚନ୍ଦ୍ର ଜେନା, କପ୍ତିପଦା ରେଞ୍ଜ ଅଧିକାରୀ ଅଚ୍ୟୁତାନନ୍ଦ ଦାସ, ନାଟ ଫରେଷ୍ଟର ଶିରୀଶ କୁମାର ଦଳେଇ, ଫରେଷ୍ଟ ଗାର୍ଡ ନରେଶ ସେଠି, ବିଜୟ କୁମାର ମହାନ୍ତ, ୧୫ ଜଣ ସହକାରୀ ସୁରକ୍ଷା କର୍ମୀ(ପିଏ) ଓ ଏସ୍‌ଟିଆର ଷ୍ଟାଫ ସାମିଲ ଥିଲେ । ଗୁଳି ମାଡ଼ରେ କୌଣସି କର୍ମଚାରୀ ଆହତ ହୋଇ ନ ଥିବାର ରେଞ୍ଜ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.