ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ସୁକୁମାରେ ଲାଲ୍‌ ବାହିନୀକୁ ମିଳିଲା ବଡ଼ ସଫଳତା, ୪ ହାର୍ଡକାେର୍‌ ମାଓବାଦୀଙ୍କ ଆତ୍ମସମର୍ପଣ

Published By : Harapriya Sethi | April 5, 2025 11:19 AM

ମାଲକାନଗିରି, ୦୫/୦୪: ମାଓ ଦମନ ଅଭିଯାନକୁ ମିଳିଲା ସଫଳତା । ଭୁଷୁଡ଼ୁଛି ଲାଲ୍‌ ଗଡ଼ । ଦୁର୍ବଳ ହେଉଛି ମାଓ ସଙ୍ଗଠନ । ପିଏଲଜିଏ ବାଟାଲିୟନର ମୁଖ୍ୟ ବର୍ସେ ଦେବାଙ୍କ ଭାଇ ସମେତ ୪ ଜଣ ହାର୍ଡକୋର୍‌ ମାଓବାଦୀ ସୁକୁମା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ୪ ମାଓବାଦୀଙ୍କ ମଧ୍ୟରେ ୩ ଜଣ ପୁରୁଷ ଏବଂ ଜଣେ ମହିଳା ରହିଛନ୍ତି । ଆତ୍ମସମର୍ପଣ କରିଥିବା ଚାରି ଜଣ ମାଓବାଦୀଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ଚେକ୍ ପ୍ରଦାନ କରିଛନ୍ତି ସୁକୁମା ଏସପି କିରଣ ଚୌହାନ ।

ସୂଚନା ମୁତାବକ, ମାଓ ମୁକାବିଲାର ସମୀକ୍ଷା କରିବା ପାଇଁ ଶନିବାର ଦିନ ଛତିଶଗଡ ଦନ୍ତେୱାଡା ଜିଲ୍ଲାକୁ ଯାଉଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ତେବେ ଏହା ପୂର୍ବରୁ ନକ୍ସଲ ପନ୍ଥିଙ୍କ ପିଏଲଜିଏ ବାହିନୀକୁ ଲାଗିଛି ବଡ଼ ଝଟକା । ପିଏଲଜିଏ ବାଟାଲିୟନର ମୁଖ୍ୟ ବର୍ସେ ଦେବାଙ୍କ ଭାଇ ସୁକୁମା ପୋଲିସ ନିକଟରେ ଆତ୍ମସମର୍ପଣ କରିଛି । ନକ୍ସଲ କମାଣ୍ଡର ବର୍ସେ ଦେବାଙ୍କ ଭାଇ ବର୍ସେ ସାନ୍ନା ସମେତ ୪ ଜଣ ମାଓବାଦୀ ସୁକୁମା ଏସ.ପି କିରଣ ଚୌହାନ ଓ ସିଆରପିଏଫ ଅଧିକାରୀଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ମାଓବାଦୀଙ୍କ ମୁଣ୍ଡ ଉପରେ ପୂର୍ବରୁ ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ଛତିଶଗଡ ସରକାର। ଆତ୍ମସମର୍ପଣ କରିଥିବା ଚାରି ଜଣ ମାଓବାଦୀଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ଚେକ୍ ପ୍ରଦାନ କରିଛନ୍ତି ସୁକୁମା ଏସପି କିରଣ ଚୌହାନ । ପରେ ସେମାନଙ୍କୁ ସରକାରଙ୍କ ନିୟମ ଅନୁଯାୟୀ ଥଇଥାନ କରାଯିବ ବୋଲି ସୁକୁମା ଏସ.ପି. କହିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.