ସମ୍ବଲପୁର, ୨୪/୦୯: ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୪ଟି ଗେଟ୍ | ୪ଟି ଗେଟ୍ ଖୋଲିବା ପରେ ସମୁଦାୟ ୧୨ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ଜାରି ରହିଛି | ବର୍ତ୍ତମାନ ବାମ ପାର୍ଶ୍ବର ୮ଟି ଓ ଡାହାଣ ପାର୍ଶ୍ବର ୪ଟି ଗେଟ୍ ଖୋଲା ରହିଛି |

ଉପରମୁଣ୍ଡରେ ବର୍ଷା ପାଇଁ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ଲକ୍ଷ ୫ ହଜାର ୪୨୬ କ୍ୟୁସେକ ପାଣି ପ୍ରବେଶ କରୁଛି | ସେହିପରି ପ୍ରତି ସେକେଣ୍ଡରେ ୧ଲକ୍ଷ ୬୭ ହଜାର ୩୦୭ କ୍ୟୁସେକ ଜଳ ଛଡାଯାଉଛି | ହୀରାକୁଦକୁ ଜଳ ପ୍ରବେଶ ବଢୁଥିବାରୁ ଜଳସ୍ତର ୬୨୯.୯୭ ଫୁଟରେ ପହଞ୍ଚିଛି |