ପ୍ରମୂଖ ଖବର
  • କୋଣାର୍କରୁ ବରମୁଣ୍ଡା ଆମ ବସ୍‌ ବନ୍ଦ, ଯାତ୍ରୀ ହନ୍ତସନ୍ତ
  • ||
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ନବରଙ୍ଗପୁର ଜିଲ୍ଲାରୁ ୪ଜଣ ଓଏଏସ୍ ପାଇଲେ

Published By : Gurupada Nath | October 19, 2024 9:51 PM

ନବରଙ୍ଗପୁର/ ରାଇଘର/ ତେନ୍ତୁଳିଖୁଣ୍ଟି,୧୯/୧୦ : ଏଥର ଓଏଏସ୍ ପରୀକ୍ଷାରେ ନବରଙ୍ଗପୁର ଭଳି ପଛୁଆ ଜିଲ୍ଲାରୁ ଜଣେ କି ଦୁଇ ଜଣ ନୁହେଁ ଏକା ଥରେ ୪ଜଣ ଓଏଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେମାନେ ହେଲେ ତେନ୍ତୁଳିଖୁଣ୍ଟି ବ୍ଲକ ଦିଗି ପଞ୍ଚାୟତର ପିଇଓ ସତ୍ୟଜିତ ଗାହାଣ । ସତ୍ୟଜିତ ୧୮୬ ରାଙ୍କ ରଖି ରଖି ସଫଳତା ପାଇଛନ୍ତି । ସେଭଳି ରାଇଘର ବ୍ଲକ କାନାହାଣ୍ଡି ଗାଁର ଗୋଟିଏ ପରିବାରର ଦୁଇ ଶିକ୍ଷୟିତ୍ରୀଙ୍କ ଦୁଇ ଝିଅ ଓଏଏସ୍ ପାଇଛନ୍ତି। ସେମାନେ ହେଲେ ଶିକ୍ଷୟିତ୍ରୀ ମା ରାମସୁଲା ଗଣ୍ଡ ଓ ବାପା ଶିକ୍ଷକ ସିୟାରାମ ଗଣ୍ଡଙ୍କ   ଝିଅ ଗୀତାଞ୍ଜଳି ଗଣ୍ଡ ୬୬୯ ରାଙ୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । 

ସେହିଭଳି ଶିକ୍ଷୟିତ୍ରୀ ସୁନାଦେବୀ ଗଣ୍ଡ ଓ (ଗୁଇନ୍ଦା ବିଭାଗର ଏଏସଆଇ) ବାପା ଲକ୍ଷ୍ମୀକାନ୍ତ ଗଣ୍ଡଙ୍କ ଝିଅ ମଧୁସ୍ମିତା ଗଣ୍ଡ ୫୮୨ ରାଙ୍କ ରଖି ସଫଳ ହୋଇଛନ୍ତି । ସେହିଭଳି ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗର ସହକାରୀ ସାମାଜିକ ସୁରକ୍ଷା ଅଧିକାରୀ ଏ. ଧନଞ୍ଜୟ ରାଓ ୫୦୮ ରାଙ୍କ ରଖି ସଫଳତା ହାସଲ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.