ଲାଠୋର,୭।୬ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଲାଠୋର ଥାନା ଅଧୀନରେ ଥିବା ମସିଣା ଗ୍ରାମରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଲାଠୋର ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୋଲିସ ୪ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକମାନେ ହେଲେ ମସିଣା ଗ୍ରାମର ଅର୍ଜୁନ ଭୋଇ, ଘନଶ୍ୟାମ ମେହେର, ସୀତାରାମ ମଲ୍ଲିକ, ମନୋଜ ଭୋଇ।
ବରଗଡ଼ ଜିଲ୍ଲାର ବୁଡେନ ଥାନା ଅଧୀନରେ ଥିବା ଡଙ୍ଗାଛଚା ଗ୍ରାମ ର ନିରଜ ବୁଡେକ ତାଙ୍କ ଭିଣୋଇ ଘରକୁ ଆସି ରହୁଥିଲେ। ହଠାତ୍ ଚାରିଜଣ ଯୁବକ ତାଙ୍କୁ ଆକ୍ରମଣ କରିଥିଲେ । ନିରଜ ଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇଥିବା ଯୋଗୁ ରକ୍ତାକ୍ତ ହୋଇଯାଇଥିଲେ। ସମ୍ପର୍କୀୟ ଲୋକେ ତାଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ମେଡିକାଲ ନେଇଥିଲେ। ଏ ନେଇ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ରାକେଶ ବେହେରା ସୂଚନା ଦେଇଛନ୍ତି।