କଣ୍ଟାମାଳ,୩।୬ : ବୌଦ୍ଧ ଜିଲ୍ଲା ଘଣ୍ଟାପଡା ଥାନା ପକ୍ଷରୁ ଚଢାଉ କରାଯାଇ ୪୦ କେଜି ଗଞ୍ଜେଇ ପୋଲିସ ଜବତ  କରିଛି। ଏଥି ସହିତ ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ୨ ଜଣଙ୍କୁ ଗିରଫ କରାଯାଇଛି l ଅଭିଯୁକ୍ତ ଦୁଇ ଜଣ ହେଲେ  ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ଗୋଶାଳା (କଦମପଡ଼ା)ର ଗ୍ରାମର ସାଗର ସୁନା  ଓ ବୌଦ୍ଧଜିଲ୍ଲା ଘଣ୍ଟାପଡା ଥାନା ଅନ୍ତର୍ଗତ ଟପର୍ଣ୍ଣା ଗ୍ରାମର ସୁମନ୍ତ ମହାନନ୍ଦ।

ଘଣ୍ଟାପଡା ପୁଲିସ ପକ୍ଷରୁ ପାଟ୍ରୋଲିଂ ଚାଲିଥିଲା।  ଗୁଞ୍ଜିତରା ଗ୍ରାମ ପାଖରେ ବୁର୍ଲା ଥାନା ଅନ୍ତର୍ଗତ ଗୋଶାଳା (କଦମପଡ଼ା)ର ଗ୍ରାମର ସାଗର ସୁନା  ଓ ଘଣ୍ଟାପଡା ଥାନା ଅନ୍ତର୍ଗତ ଟପର୍ଣ୍ଣା ଗ୍ରାମର ସୁମନ୍ତ ମହାନନ୍ଦ ଗଂଜେଇ ଭର୍ତ୍ତି କରୁଥିବା ସମୟରେ ପୁଲିସ ଧରିଥିଲା l  ତାଙ୍କ ନିକଟରୁ ଦୁଇଟି   ମୋବାଇଲ ଜବତ କରାଯାଇଛି l କଣ୍ଟାମାଳ ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ଓଜନ କରିବାରୁ ଜବତ ଗଞ୍ଜେଇର ପରିମାଣ ୪୦କେଜି ବୋଲି ଜଣା ପଡିଛି l ଏନେଇ ଘଣ୍ଟାପଡା ଥାନାରେ ଏକ ମାମଲା ରୁଜୁ କରାଯାଇ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ମାଧବ ଚନ୍ଦ୍ର ଟାକ୍ରି ସୂଚନା ଦେଇଛନ୍ତି l