ନୂଆଦିଲ୍ଲୀ,୧୯/୧୧:ଭୂକମ୍ପରେ ଥରିଲା ଗୁଜୁରାଟ । ଗତକାଲି ରାତିରେ ଗୁଜୁରାଟରେ ଭୂମିକମ୍ପ ଅନୁଭୂତ ହୋଇଛି । ଗୁଜୁରାଟର କୁଚ ସହରରେ ଭୂକମ୍ପ ଝଟକା ଲାଗିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୦ ରେକର୍ଡ କରାଯାଇଛି । ତେବେ ଏନେଇ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ହୋଇଥିବା ରିପୋର୍ଟରୁ ଜଣାପଡିନାହିଁ। 

ତେବେ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ, ଗତକାଲି ରାତିରେ ପ୍ରାୟ ୮.୧୮ ମିନିଟର  ଗୁଜୁରାଟର କୁଚରେ  ୪.୦ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର ଗଭୀରତା ୧୦ କିମି ରହିଥିଲା । ସେହିପରି ଏହାର  ଦ୍ରାଘିମା ୨୩.୮୧ ଓ ଅକ୍ଷାଂଶ ୭୦.୦୩ ରହିଛି । ତେବେ ରାତି ସମୟ ହୋଇଥିବାରୁ ଲୋକମାନେ ଖୁବ୍ ଭୟଭୀତ ହୋଇପଡିଥିଲେ ଏବଂ ଘରୁ ବାହାରକୁ ପଳାଇ ଆସିଥିଲେ । ତେବେ ଏହି ଭୂମିକମ୍ପରେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ରିପୋର୍ଟ ହସ୍ତଗତ ହୋଇନାହିଁ । ଏଥିସହ କାହାର କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ନାହିଁ । ସେହିପରି ଗତ ଶୁକ୍ରବାର ଦିନ ଗୁଜୁରାଟର ମହେସାନ ଜିଲ୍ଲାରେ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର  ତୀବ୍ରତା ୪.୨ ରେକର୍ଡ କରାଯାଇଥିଲା ।