ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ମୋବାଇଲ୍‌କୁ ଆସିଲା ଗୋଟିଏ ମେସେଜ୍, ୪୦ କୁମାରୀଙ୍କୁ କରିଦେଲା ଗର୍ଭବତୀ

Published By : Swapna Ray | November 13, 2024 7:50 PM

ଲକ୍ଷ୍ନୌ: ପ୍ରିୟ ଅନାମିକା, ଆପଣଙ୍କୁ ଶୁଭେଚ୍ଛା ! ଆପଣଙ୍କ ଶିଶୁ, ପୋଷଣ ଟ୍ରାକରରେ ସଫଳତା ପୂର୍ବକ ପଞ୍ଜିକୃତ ହୋଇଯାଇଛି । ଆପଣ ହୋମ୍ ଭିଜିଟ୍ ମାଧ୍ୟମରେ ସ୍ତନ୍ୟପାନ ଉପରେ ପରାମର୍ଶ, ଓଜନ ଓ ଉଚ୍ଚତା ମାପ, ସ୍ୱାସ୍ଥ୍ୟ ରେଫରାଲ୍ ସେବା ଓ ଟିକାକରଣ ଭଳି ସେବା ଆଦିର ଲାଭ ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ଉଠାଇପାରିବେ । ବାସ୍ ଏଇ ଗୋଟିଏ ମେସେଜ୍ ପରେ ସାରା ଗାଁରେ ସୃଷ୍ଟି ହୋଇଥିଲା ହଇଚଇ । ୪୦ କୁମାରୀ ହୋଇଥିଲେ ଗର୍ଭବତୀ ! ଆଶ୍ଚର୍ଯ୍ୟ ହୋଇଥିଲେ ଗାଁ ଲୋକ । ଜଣେ କି ଦୁଇ ଜଣ ନୁହଁ ବିବାହ ପୂର୍ବରୁ ଗୋଟିଏ ଗାଁର ଏତେ ସଂଖ୍ୟକ ଯୁବତୀ ଗର୍ଭବତୀ ହେବା ଖବର ସମସ୍ତଙ୍କୁ ଚକିତ କରିଥିଲା । ଘଟଣାକୁ ନେଇ ଗାଁରେ ଗ୍ରାମସଭା ବସିଥିଲା । ବିବାହ ପୂର୍ବରୁ ଯୁବତୀଙ୍କୁ ଆସିଥିବା ଏ ମେସେଜ୍‌କୁ ନେଇ ଖୋଳତାଡ଼ ଆରମ୍ଭ ହୋଇଥିଲା ।  


ଉତ୍ତର ପ୍ରଦେଶ ବାରଣାସୀରୁ ଏଭଳି ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ବାରଣାସୀରେ ଅବସ୍ଥିତ ମଲହିୟା ନାମକ ଗାଁ । ଏହି ଗାଁର ପ୍ରାୟ ୪୦ କୁମାରୀ ଯୁବତୀ ଗର୍ଭବତୀ ଥିବା ଖବର ଗାଁ ସାରା ପ୍ରଚାରିତ ହୋଇଥିଲା । ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏ ସମ୍ପର୍କରେ ଗାଁର ମୁଖିଆଙ୍କୁ ଅବଗତ କରାଯାଇଥିଲା । ପରେ ଘଟଣା ବାବଦରେ ସଠିକ୍ ଯାଞ୍ଚ କରାଗଲା । ଯାଞ୍ଚ ପରେ ଯେଉଁ କଥା ସାମ୍ନାକୁ ଆସିଲା ତାହା ସମସ୍ତଙ୍କୁ ଚକିତ କରିଦେଇଛି । 


ଗଣମାଧ୍ୟମ ସୂଚନା ଅନୁସାରେବାରଣାସୀର ମହଲିୟା ଗ୍ରାମ ନିବାସୀ ପ୍ରାୟ ୪୦ କୁମାରୀଙ୍କ ମୋବାଇଲ ଫୋନକୁ ଏକ ମେସେଜ୍ ଆସିଥିଲା । ଏହି ମେସେଜ୍ଟି ମହିଳା ଏବଂ ବାଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଆସିଥିଲା । ଏହି ମେସେଜ୍ ପାଇବା ପରେ ସାରା ଗାଁରେ ଆରମ୍ଭ ହୋଇଥିଲା ଚର୍ଚ୍ଚା । ଯାହାପରେ ଗାଁ ମୁଖିଆ ମୁଖ୍ୟ ବିକାଶ ଅଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ । ଯାଞ୍ଚ ପରେ ଜଣାପଡ଼ିଥିଲା କି, ଅଙ୍ଗନବାଡ଼ି କର୍ମୀଙ୍କ ଭୁଲ୍ ଯୋଗୁଁ କୁମାରୀମାନଙ୍କ ପାଖକୁ ଏହି ମେସେଜ୍ଟି ଚାଲିଯାଇଛି । କୁହାଯାଉଛି କି, ଏହି ଯୁବତୀମାନେ ଭୋଟର ରେଜିଷ୍ଟ୍ରେସନ ପାଇଁ ଯାଇଥିଲେ । ହେଲେ ଭୁଲ୍ ବଶତଃ ପୋଷଣ ଟ୍ରାକରରେ ତାଙ୍କର ପଞ୍ଜୀକରଣ ହୋଇଯାଇଥିଲା । ସେଥିପାଇଁ ସମସ୍ତଙ୍କ ମୋବାଇଲକୁ ଏହି ଗୋଟିଏ ବାର୍ତ୍ତା ଚାଲିଯାଇଥିଲା । ଯାଞ୍ଚ ପରେ ଅଙ୍ଗନବାଡ଼ି କର୍ମୀ ତାଙ୍କର ଭୁଲ୍ ସ୍ୱିକାର କରିଛନ୍ତି । ଅନ୍ୟପଟେ ସିଡିଓ ପୋଷଣ ଟ୍ରାକରରୁ ଏହି ତଥ୍ୟ ଶୀଘ୍ର ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଚେତାବନୀ ଦେଇଛନ୍ତି କି, ଦ୍ୱିତୀୟ ଥର ଏମିତି ଭୁଲ୍ ହେଲେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କହିରଖୁ କି, ଏ ପର୍ଯ୍ୟନ୍ତ କୌଣସି ଯୁବତୀଙ୍କ ନାଁରେ କୌଣସି ପୋଷଣ ସାମଗ୍ରୀ ଜାରି କରାଯାଇନଥିଲା । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.