କଟକ ସଦର, ୩୦।୫: ମହାନଦୀ ବିହାର ସେକ୍ଟର ୧ ଡିଏଭି ସ୍କୁଲ ଯିବା ରାସ୍ତାରେ ଗ୍ରୋସରୀ ଦୋକାନରୁ ଚୋରି । ଦୋକାନଟି ମନୋରଞ୍ଜନ ସାହୁଙ୍କର ବୋଲି ଜଣାପଡ଼ିଛି । ଦୁର୍ବୃତ୍ତ ଦୋକାନରୁ ନଗଦ ୪୦ ହଜାର ରାଶି ସମେତ ଅନ୍ୟାନ୍ୟ ଗ୍ରୋସରୀ ସାମଗ୍ରୀ ଚୋରି କରିନେଇଛି । ଏ ସମ୍ପର୍କରେ ମନୋରଞ୍ଜନ ଥାନାରେ ଏତଲା ଦେଇଛନ୍ତି ।
ଦୋକାନୀଙ୍କ ଘର ଚାଉଳିଆଗଞ୍ଜ ମଠସାହି ବୋଲି ଜଣାପଡ଼ିଛି । ଘଟଣାସ୍ଥଳରେ ପହଞ୍ଚିବେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ । କହିରଖୁ କି, ମହାନଦୀ ବିହାରରେ ମାସକ ମଧ୍ୟରେ ୩ଟି ସ୍ଥାନରୁ ଚୋରି ହୋଇଥିଲେ ହେଁ ପୋଲିସ ଗୋଟିଏ ହେଲେ ବି ଚୋରିର ସନ୍ଧାନ ପାଇପାରିନାହିଁ । ଏଣୁ ମହାନଦୀବିହାର ବାସିନ୍ଦାଙ୍କ ସମେତ ଏମଡିଏ କର୍ତ୍ତୃପକ୍ଷ ଘୋର ଅସନ୍ତୋଷ ବ୍ୟକ୍ତ କରୁଛନ୍ତି ।