ପ୍ରମୂଖ ଖବର
  • ନଭେମ୍ଵର ଓ ଡିସେମ୍ଵରରେ ଓଡ଼ିଶା ଆସିବେ ରାହୁଲ, ରାଜ୍ୟ କଂଗ୍ରେସର ହେବ ବିଶାଳ କାର୍ଯ୍ୟକ୍ରମ
  • ||
  • କନ୍ଧମାଳ : ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର; ୫ ଦିନ ହେଲା ଥିଲେ ନିଖୋଜ
  • ||
  • ନବରଙ୍ଗପୁର : ସାମ୍ବାଦିକଙ୍କୁ ଛୁରା ମାଡ଼, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ପୁରୀରୁ ବିପୁଳ ପରିମାଣର ବ୍ରାଉନ ସୁଗର ଜବତ, ୩ ବେପାରୀଙ୍କୁ ବାନ୍ଧିଲା ପୁଲିସ
  • ||
  • ନିଶାମୁକ୍ତ ହେବ ରାଜଧାନୀ: ନିଶା ବେପାରୀଙ୍କୁ ମିଳିବନି ନିସ୍ତାର, ଏସ୍‌ଟିଏଫ ଆରମ୍ଭ କରିବ ‘ଅପରେସନ ପ୍ରହାର’
  • ||
  • ବନ୍ୟାରେ ଭାସି ଯାଇଥିଲେ ଯୁବକ, ଗାଁ ପୋଖରୀରୁ ଉଦ୍ଧାର ହେଲା ମୃତଦେହ
  • ||
  • ପୁରୁଷୋତ୍ତମ ଏକ୍ସପ୍ରେସ ଶୌଚାଳୟରୁ ଯୁବକଙ୍କ ମୃତଦେହ ଠାବ, ତଦନ୍ତ ଆରମ୍ଭ କଲା ଜିଆର୍‌ପି
  • ||
  • ଦେଶର ଦକ୍ଷ ମୁଖ୍ୟମନ୍ତ୍ରୀ ତାଲିକାରେ ମୋହନ ମାଝୀ, ‘ଇଣ୍ଡିଆ ଟୁଡେ-ସିଭୋଟର’ ପକ୍ଷରୁ ‘ମୁଡ୍‌ ଅଫ ଦ ନେସନ’ ସର୍ଭେରେ ମିଳିଲା ଅଷ୍ଟମ ସ୍ଥାନ
  • ||
  • ଟାରିଫ୍‌କୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟକା; ଶୁଳ୍କକୁ ବେଆଇନ କହିଲେ ୟୁଏସ୍ କୋର୍ଟ
  • ||
  • ୩୧ରୁ ବଢ଼ିବ ବର୍ଷା, ସେପ୍ଟେମ୍ବର ୩ ଯାଏ ଦେଖାଇବ ପ୍ରକୋପ: ଆଜି ଅଧା ଓଡ଼ିଶାକୁ ୟେଲୋ ଆଲର୍ଟ
  • ||

୧୯୮୨ ମହାବନ୍ୟାକୁ ୪୩ବର୍ଷ ପୂର୍ତ୍ତି ; ଆକାଶରେ ମେଘ ଦେଖିଲେ ଲୋକଙ୍କ ମନରେ ଆତଙ୍କ

Published By : Gurupada Nath | August 30, 2025 4:54 PM

ହରଭଙ୍ଗା,୩୦/୮ :  (ଚିତ୍ତ ରଞ୍ଜନ ସିଂ)ଦୀର୍ଘ ୪୩ବର୍ଷ ପରେ ବି ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିବା ମହାନଦୀର ଜଳସ୍ତର ବଢ଼ିଲେ ଆତଙ୍କରେ ଶିହରୀ ଉଠନ୍ତି ନଦୀକୁଳିଆ ଗ୍ରାମବାସୀ । ଶୂନ୍ୟରୁ ସେମାନଙ୍କ କାନ ପରଦାରେ ବାଜି ଉଠେ ପାଣି ମାଡ଼ି ଆସିବାର ଘୁ ଘୁ ଶବ୍ଦ । ଆଖିରେ ଭାସି ଉଠେ ପ୍ରଳୟଙ୍କରୀ ମହାବନ୍ୟାର ଭୟଙ୍କର ଦୃଶ୍ୟ।

୧୯୮୨ମହାବନ୍ୟା ଲୁଟି ନେଇଥିଲା ସେମାନଙ୍କର ସର୍ବସ୍ବ । ଆଜି ବି ସେମାନଙ୍କ ସ୍ମୃତିପଟରୁ ଲିଭି ନାହିଁ ସେହି ଦୁଖଦଃ ସ୍ମୃତି । ୧୯୮୨ମସିହା ଅଗଷ୍ଟ ୩୦ତାରିଖରେ ରାଜ୍ୟରେ ହୋଇଥିଲା ଶତାବ୍ଦୀର ସବୁଠାରୁ ଭୟଙ୍କର ମହାବନ୍ୟା। ମହାନଦୀ ଅବବାହିକା ଅଞ୍ଚଳରେ ବନ୍ୟାର ତାଣ୍ଡବ ଯୋଗୁଁ ଘଟିଥିଲା ଅପୂରଣୀୟ କ୍ଷୟକ୍ଷତି। ଏକାକାର ହୋଇଯାଇଥିଲେ ମହାନଦୀ ଓ ତାର ସମସ୍ତ ଶାଖା ତଥା ଉପନଦୀ। ମହାବନ୍ୟାକୁ ନିୟନ୍ତ୍ରଣ କରିପାରି ନ ଥିଲା ହୀରାକୁଦ ଡ୍ୟାମ। ପ୍ରବଳ ବେଗରେ ବନ୍ୟା ଜଳ ମାଡ଼ି ଆସିବା ଫଳରେ ବୌଦ୍ଧ ଜିଲ୍ଲାରେ ଘଟିଥିଲା ଅକଳନୀୟ କ୍ଷତି। ହଜାର ହଜାର ଘର ଦ୍ୱାର ବନ୍ୟା ଜଳରେ ନିଶ୍ଚିହ୍ନ ହୋଇଯିବା ସଙ୍ଗେ ବ୍ୟାପକ ଫସଲ ସବୁ ନଷ୍ଟ ହୋଇଥିଲା। ଅନେକ ମଣିଷ ଗୃହପାଳିତ ପଶୁ ବନ୍ୟା ସୁଅରେ ଭାସିଯାଇଥିଲେ। ଘର ରାସ୍ତା ଓ ବିଲ ବାଡ଼ି ବୁଡ଼ାଇ ପ୍ରଖର ଗତିରେ ପ୍ରବାହିତ ହୋଇଥିଲା ବନ୍ୟା ଜଳର ସ୍ରୋତ। 

କାଠି କୁଟା ଭଳି ଚାଳ ଛପର ଘର ନିଶ୍ଚିହ୍ନ ହୋଇଯିବା ସଙ୍ଗେ ସଙ୍ଗେ ଉଜୁଡ଼ି ଯାଇଥିଲା ସୁନାର ଫସଲ । ବନ୍ୟା ଘେରରେ ବିପନ୍ନମାନେ ଦିନ ଦିନ ଧରି ଅନ୍ଧକାର ଓ ଅନାହାରରେ କାଳତିପାତ କରିଥିଲେ । ବାଲିଚର ହୋଇଯାଇଥିଲା ହଜାର ହଜାର ଏକର ଉର୍ବର ଚାଷ ଜମି । ଏ ପର୍ଯ୍ୟନ୍ତ ବି ଅନେକ ଲୋକ ନିଜର ବାଲିଚର ହୋଇଯାଇଥିବା ଜମି ଚିହ୍ନଟ କରିପାରିନାହାନ୍ତି। ଏମିତି କି ମହାବନ୍ୟାରେ ନଦୀର ସ୍ରୋତ ପରିବର୍ତ୍ତନ ଫଳରେ ଆଜି ବି ଅନେକ ଜମି ବାଲିଚର ହୋଇଯାଇଛି । ଲୋକଙ୍କୁ ବନ୍ୟା ଜଳରୁ ରକ୍ଷା କରିବାକୁ ରିଙ୍ଗ ବନ୍ଧ ନିର୍ମାଣ ସହିତ ବିଭିନ୍ନ ଯୋଜନା କରାଯାଇଥିଲେ ମଧ୍ୟ ଏବେ ବି ସେ ସବୁ କାର୍ଯ୍ୟକାରୀ ହୋଇପାରିନାହିଁ । ନଦୀ କୂଳରେ ବନ୍ଧ ନ ଥିବାରୁ ପ୍ରତି ବର୍ଷ ବନ୍ୟାରେ ବ୍ୟାପକ ଫସଲ ନଷ୍ଟ ହେଉଛି । ବିଲରେ ପାଣି ମାଡ଼ି ଯାଇ ଦିନ ଦିନ ଧରି ଜମି ରହୁଥିବାରୁ ଧାନ ସହ ପରିବା ଫସଲ ସବୁ ନଷ୍ଟ ହେଉଛି । ଅଞ୍ଚଳର ଚାଷୀମାନେ ପ୍ରତି ବର୍ଷ ଘୋର କ୍ଷୟକ୍ଷତି ସହୁଛନ୍ତି । ହରଭଙ୍ଗା ଅଞ୍ଚଳର ଆଭ୍ୟନ୍ତରୀଣ ଅଞ୍ଚଳରେ ବନ୍ୟା ଯୋଗୁଁ ରାସ୍ତା ଘାଟ କ୍ଷତିଗ୍ରସ୍ତ ହେଉଛି । 

ବନ୍ୟା ଛାଡ଼ିବା ପରେ ଉପଯୁକ୍ତ ରକ୍ଷଣାବେକ୍ଷଣା ଓ ମରାମତି କାର୍ଯ୍ୟ କରାଯାଉ ନାହିଁ। ବନ୍ଧ ବାଡ଼ର ମରାମତି ପ୍ରତି ଯଥାଚିତ ଧ୍ୟାନ ଦିଆଯାଉନଥିବାରୁ ଅଞ୍ଚଳବାସିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି । ମହାନଦୀ କୂଳରେ ରିଙ୍ଗ ବନ୍ଧ ନିର୍ମାଣ ତଥା ବନ୍ୟାର ସ୍ଥାୟୀ ପ୍ରତିକାର ପାଇଁ ଯୋଜନା ବଳି ଉଦ୍ୟମ କରାଯିବାକୁ ସାଧାରଣରେ ଦାବି ହେଉଛି । ଏ ବାବଦରେ ବୌଦ୍ଧ ଜଳସମ୍ପଦ ବିଭାଗର ନିର୍ବାହୀ ଯନ୍ତ୍ରୀ ନରେଶ ବାରିକ କହିଛନ୍ତି ଯେ, ମହାନଦୀର କୂଳେ କୂଳେ ରିଂଗ ବନ୍ଧ କରିବା ପାଇଁ ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଦିଆଯାଇଛି । ଅତଳସରାଠାରୁ ହରଭଙ୍ଗା ଦେଇ ଧଳପୁର ପର୍ଯ୍ୟନ୍ତ ମହାନଦୀର କୂଳେ କୂଳେ ଏକ ରିଂଗ ବନ୍ଧ କରିବା ପାଇଁ ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଦିଆଯାଇଛି । ଏବେ ନିକଟରେ ହରଭଙ୍ଗା ପଞ୍ଚାୟତର କୁଡ଼ାସିଙ୍ଗାଠାରୁ ହରଭଙ୍ଗା ମଧ୍ୟରେ ନଦୀକୁଳ ଖାଇ ଯାଇଥିବାରୁ ଗାର୍ଡୱାଲ କରିବା ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି । ଅନୁମୋଦନ ଆସିଲେ ପର୍ଯ୍ୟାୟକ୍ରମେ ସେ ଗୁଡିକ କରାଯିବ ବୋଲି କହିଛନ୍ତି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.