କଟକ,୧୨।୭ : ରେଭେନ୍ସା ବିଶ୍ୱବିଦ୍ୟାଳୟର ହଷ୍ଟେଲରେ ୪୪ ଜଣ ପିଲା ଝାଡ଼ାବାନ୍ତି ରେ ଆକ୍ରାନ୍ତ ହୋଇ କଟକ ବଡ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ହଷ୍ଟେଲ ଖାଦ୍ୟ ଖାଇ ଅସୁସ୍ଥ ହୋଇଥିବା ଅନୁମାନ କରାଯାଉଛି। ତେବେ ପିଲାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି ଏସ୍ ସି ବି ଟିମ। ନିୟୁ ପିଜି ହଷ୍ଟେଲର ୩୭ ଜଣ ଓ ଧର୍ମପଦ ହଷ୍ଟେଲର ୭ ଜଣ ଖାଦ୍ୟ ଖାଇ ଆକ୍ରାନ୍ତ ହୋଇ ଏସିବିରେ ଭର୍ତ୍ତି ହୋଇଛନ୍ତି।