ବାଙ୍ଗିରିପୋଷି, ୮।୧୦ (ଆ.ପ୍ର): ବାଙ୍ଗିରିପୋଷି ଥାନା ପଥୁରୀ ପଞ୍ଚାୟତ ଅନ୍ତର୍ଗତ ବୁଡାମରା ଗ୍ରାମରେ ଚଢ଼ାଉ କରି ୪୫ ବସ୍ତା ବାଣ ସହିତ ଜଣକୁ ଗିରଫ କରିଛି ବାଙ୍ଗିରିପୋଷି ପୁଲିସ। ଗିରଫ ବ୍ୟକ୍ତି ଜଣକ ହେଲେ ସଂଜୀବ ସାହୁ।
ମୟୂରଭଞ୍ଜ ଏସପି ବରୁଣ ଗୁଣ୍ଠୁପାଲିଙ୍କ ନିର୍ଦ୍ଦେଶ କ୍ରମେ ବାଙ୍ଗିରିପୋଷି ଥାନା ଅଧିକାରୀ ବିରେନ୍ଦ୍ର କୁମାର ସେନାପତି ପୁଲିସ ଟିମ୍ ନେଇ ଚଢ଼ାଉ କରିଛନ୍ତି। ଚଢ଼ାଉ ସମୟରେ ଜଣଙ୍କ ଘରୁ ବେଆଇନ ଗଛିତ ବାଣ ଜବତ ହୋଇଛି। ବାଣ ଗୁଡ଼ିକ ଦୀପାବଳୀରେ ବିକ୍ରି ହେବା ପାଇଁ ଆସିଥିଲା ବୋଲି ଜଣାପଡିଛି। ଏଥିରେ ସମ୍ପୃକ୍ତ ଥିବା ସଂଜୀବ ସାହୁ( ୩୫) ଙ୍କୁ ପୁଲିସ ଗିରଫ କରିଛି। ଆଗକୁ ଏମିତି ଚଢ଼ାଉ ବିଭିନ୍ନ ସ୍ଥାନରେ ହେବ ବୋଲି ଥାନା ଅଧିକାରୀ ବିରେନ୍ଦ୍ର କୁମାର ସେନାପତି କହିଛନ୍ତି।