ଭୁବନେଶ୍ବର,୧୯।୧ : ରାଜସ୍ବ ଆଇନର ହେବ ସଂଶୋଧନ।ଚିଠା ତାଲିକା ଉପରେ ହୋଇଛି ଆଲୋଚନା।ବଦଳିବ ୪୫ ବର୍ଷର ପୁରୁଣା ଆଇନ। ସମୟପୋଯୋଗୀ ଆଇନ୍ ହେବ।ସମସ୍ତ ରାଜସ୍ୱ ଆଇନକୁ ଅଧ୍ୟୟନ କରି ସଂଶୋଧନ କରିବ ରାଜସ୍ବ ବିଭାଗ। ହଟିବ ଅବ୍ୟବହୃତ ଆଇନ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
ଓଡ଼ିଆ ପ୍ରିଭେନସନ୍ ଅଫ ଲ୍ୟାଣ୍ଡ ଏନକ୍ରୋଚମେଣ୍ଟ ଆକ୍ଟ ଏବଂ ଓଡ଼ିଶା ଗମେଣ୍ଟ ଲ୍ୟାଣ୍ଡ ସେଟେଲମେଣ୍ଟ ଆକ୍ଟ ଭଳି ଦୁଇଟି ଆଇନକୁ ନେଇ ଗୋଟିଏ ଆଇନ ହେବ। ଓଡ଼ିଶା ଗମେଣ୍ଟ ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟ ଆସିବ।ଏହାର ଡ୍ରାଫ୍ଟ ପ୍ରସ୍ତୁତ ସରିଛି। ଏହି ଡ୍ରାଫ୍ଟ ପ୍ରସ୍ତାବ କୁ ନେଇ ରାଜସ୍ବ ମନ୍ତ୍ରୀ ସମୀକ୍ଷା କରିଛନ୍ତି। ଡ୍ରାଫଟ ପ୍ରସ୍ତାବ ପୂଣ୍ଣାଙ୍ଗ ରୁପ ନେବା ପରେ କ୍ୟାବିନେଟରେ ଆସିବ। ଆସନ୍ତା ବିଧାନସଭା ଅଧିବେଶନରେ ବିଲ୍ ଆସିବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି।