ପ୍ରମୂଖ ଖବର
  • ଫୁଲବାଣୀ : ନିଖୋଜ ବ୍ୟବସାୟୀଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • କୋରାପୁଟ ଜିଲ୍ଲାପାଳଙ୍କ ଅଚାନକ କୋଟିଆ ଗସ୍ତ, ଏସ୍ ଏସ୍‌ ଡି ହାଇସ୍କୁଲ ପିଲାଙ୍କ ସହ କରିଲେ ଆଲୋଚନା
  • ||
  • ଗଞ୍ଜାମ : ସ୍କୁଲ ଗେଟ୍‌ରେ ପଡିଲା ତାଲା, ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଧାରଣା
  • ||
  • କଟକ : ଗାଁ ଲୋକଙ୍କୁ ଖଣ୍ଡାରେ ଆକ୍ରମଣ ଉଦ୍ୟମ କଲେ ଯୁବକ, ଅଭିଯୁକ୍ତ ଗିରଫ
  • ||
  • ନୟାଗଡ଼ : ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ଫୋପାଡ଼ିଲା ବୋମା, ଜଣେ ଆହତ
  • ||
  • ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅନିଲ-ହଂସିକା, ପୂର୍ବରୁ ଖାରଜ ହୋଇଥିଲା ଆବେଦନ
  • ||
  • ଭୌମ ଏକାଦଶୀ ପାଇଁ ଶ୍ରୀମନ୍ଦିରରେ ରତ୍ନଭଣ୍ଡାର ମରାମତି ବନ୍ଦ,୩ ମାସରେ କାମ ସାରିବ ଏଏସ୍‌ଆଇ
  • ||
  • ‘ସୁଭଦ୍ରା’ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା, ଆଜି ଯାଜପୁରରୁ ସହାୟତା ରାଶି ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • କାହାର ହେବ ଦିଲ୍ଲୀ ? ଆପ୍ ମାରିବ ହ୍ୟାଟ୍ରିକ ନା ବାଜିମାରି ନେବ ବିଜେପି, ଆଜି ରେଜଲ୍ଟ
  • ||

ନାଗପୁରରେ ଚାଞ୍ଚଲ୍ୟ, ଯୌନ ନିର୍ଯାତନା ମାମଲାରେ ଗିରଫ ହେଲେ ୪୭ ବର୍ଷିୟ ମନୋବଜ୍ଞାନୀ

Published By : Bijay Swain | January 14, 2025 8:11 PM

Image courtesy: indiatoday

ନୂଆଦିଲ୍ଲୀ: ନାଗପୁର ଅଞ୍ଚଳରୁ ଆସିଛି ଏକ ହୃଦୟଥରା ଖବର। ଜଣେ ୪୭ ବର୍ଷୀୟ ମନୋବିଜ୍ଞାନୀ ୫୦ରୁ ଅଧିକ ଝିଅଙ୍କୁ ଦୀର୍ଘ ୧୫ ବର୍ଷରୁ ଅଧିକ ସମୟ ଧରି ଦୁଷ୍କର୍ମ ଓ ବ୍ଲାକମେଲ କରିଆସୁଥିଲେ। ଏହି ମନୋବିଜ୍ଞାନୀ ଜମଙ୍କକ ନାମ ରାଜେଶ ଢୋକେ ହୋଇଥିବା ବେଳେ ସେ ଦୁଇ ସନ୍ତାନର ଜନକ ବୋଲି ଜଣା ପଡିଛି। ଛୋଟ ଝିଅମାନଙ୍କୁ କାଉନସେଲିଂ ଓ ରେସିଡେନ୍ସିଆଲ କ୍ୟାମ୍ପର ପ୍ରଲୋଭନ ଦେଖାଇ ଏପରି କୁକାର୍ଯ୍ୟ କରୁଥିଲେ ବୋଲି ସୁଚନା ମିଳିଛି। 

ରାଜେଶଙ୍କ ନାମରେ ପୋଲିସ ମୋଟ ୩ ଟି ମାମଲା ରୁଜୁ କରିଛି। ଗୋଟିଏ ମାମଲା ପୋସ୍କୋ ଅଧିନରେ ଦାଏର ହୋଇଥିବା ବେଳେ ଅନ୍ୟ ଦୁଇଟି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି(ଅତ୍ୟାଚାର ରୋକିବା) ଅଧିନରେ ଦାଏର କରାଯାଇଛି। 

ରାଜେଶ ବ୍ୟକ୍ତିଗତ ବିକାଶ ନାମରେ ଭଣ୍ଡାରା, ଗୋନ୍ଦିଆ ଭଳି ଗ୍ରାମାଞ୍ଚଳ ଗୁଡିକରେ କ୍ୟାମ୍ପ ପକାଇଥାନ୍ତି। ଏହି କ୍ୟାମ୍ପକୁ ଆସୁଥିବା ଝିଅ ମାନଙ୍କୁ ଟାର୍ଗେଟ କରି ରାଜେଶ ସେମାନଙ୍କୁ ଯୌନ ନିର୍ଯାତନା ଦେବା ସହ ତାଙ୍କ ସହ ଦୁଷ୍କର୍ମ କରୁଥିଲେ। ପରେ ଘଟଣା ସମୟର ଫଟୋ ଉଠାଇ ପୀଡିତା ମାନଙ୍କୁ ପୋଲିସରେ ଅଭିଯୋଗ ନଦେବାକୁ ଧମକ ମଧ୍ୟ ଦେଉଥିଲେ। ଏମିତିକି ପୀଡିତା ମାନଙ୍କର ବିବାହ ପରେ ମଧ୍ୟ ସେମାନଙ୍କୁ ଧମକ ଚମକ ଦେଇ ସେମାନଙ୍କ ସହ ଦୁଷ୍କର୍ମ କରୁଥିଲେ ବୋଲି ପୋଲିସ ସୂଚନା ଦେଇଛି। 

ସ୍ଥାନୀୟ ମହିଳାମାନଙ୍କ ପ୍ରତି ମଧ୍ୟ ରାଜେଶର ବ୍ୟବହାର ମଧ୍ୟ ଠିକ ନଥିଲା। ରାଜେଶ ଅନେକ ସ୍ଥାନୀୟ ମହିଳାଙ୍କ ସହ ଅନୈତିକ ବ୍ୟବହାର କରୁଥିବା ନେଇ ସିସିଟିଭିରେ କଏଦ ଫୁଟେଜକୁ ପୋଲିସ ଜବତ କରିଛି। ଏହି କାରଣ ପାଇଁ ରାଜେଶ ପୂର୍ବରୁ ବହୁଥର ମାଡ ବି ଖାଇଛି। ଏତେ ସବୁ ହେଲା ପରେ ବି ତା ବ୍ୟବହାରରେ କୌଣସି ପରିବର୍ତ୍ତନ ଆସୁନଥିବା ସ୍ଥାନିୟ ଲୋକମାନେ କହିଛନ୍ତି। 

ରାଜେଶ ଦ୍ୱାରା ବାରମ୍ବାର ଶିକାର ହେବା ପରେ ଜଣେ ପୁରୁଣା ଛାତ୍ରୀ ବାଧ୍ୟ ହୋଇ ହୁଦକେଶ୍ୱର ପୋଲିସ ଥାନାରେ ଏକ ମାମଲା ରୁଜୁ କରିଥିଲେ। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପୋଲିସ ତୁରନ୍ତ ଏକ ସ୍ପେଶାଲ କମିଟି ଗଠନ କରି ମାମଲାର ଛାନଭିନ ଆରମ୍ଭ କରିଦେଇଥିଲା। ଏହି ମାମଲାରେ ରାଜେଶକୁ ପୋଲିସ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.